ରଣଜୀ ଟ୍ରଫି: ସେମିରେ ବେଙ୍ଗଲ, ଓଡ଼ିଶା ନିରାଶ

କଟକ (ଓଡ଼ିଶା ରିପୋର୍ଟର): ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା ଓ ବେଙ୍ଗଲ ରଣଜୀ ଟ୍ରଫି କ୍ୱାର୍ଟରଫାଇନାଲ୍ ଡ୍ର’ରେ ଶେଷ ହୋଇଛି। ତେବେ ପ୍ରଥମ ଇନିଂସ୍ ଅଗ୍ରଣୀ ଭିତ୍ତିରେ ବେଙ୍ଗଲ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ମ୍ୟାଚର ପଞ୍ଚମ ତଥା ଅନ୍ତିମ ଦିବସର ଖେଳ ଖରାପ ଆଲୋକ କାରଣରୁ ବାଧାପ୍ରାପ୍ତ ହୋଇଥିଲା। ସୋମବାର ବେଙ୍ଗଲ ତା’ର ପୂର୍ବଦିନର ସ୍କୋର ୩୬୧/୭ରୁ ଖେଳ ଆରମ୍ଭ କରିଥିଲା ଏବଂ ଆଉ ୧୨ ରନରେ ତା’ର ଶେଷ ୩ ୱିକେଟ୍ ହରାଇଥିଲା। […]

bengal

Ranjit Kumar Jena
  • Published: Monday, 24 February 2020
  • , Updated: 24 February 2020, 05:56 PM IST

କଟକ (ଓଡ଼ିଶା ରିପୋର୍ଟର): ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା ଓ ବେଙ୍ଗଲ ରଣଜୀ ଟ୍ରଫି କ୍ୱାର୍ଟରଫାଇନାଲ୍ ଡ୍ର'ରେ ଶେଷ ହୋଇଛି। ତେବେ ପ୍ରଥମ ଇନିଂସ୍ ଅଗ୍ରଣୀ ଭିତ୍ତିରେ ବେଙ୍ଗଲ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ମ୍ୟାଚର ପଞ୍ଚମ ତଥା ଅନ୍ତିମ ଦିବସର ଖେଳ ଖରାପ ଆଲୋକ କାରଣରୁ ବାଧାପ୍ରାପ୍ତ ହୋଇଥିଲା।

ସୋମବାର ବେଙ୍ଗଲ ତା'ର ପୂର୍ବଦିନର ସ୍କୋର ୩୬୧/୭ରୁ ଖେଳ ଆରମ୍ଭ କରିଥିଲା ଏବଂ ଆଉ ୧୨ ରନରେ ତା'ର ଶେଷ ୩ ୱିକେଟ୍ ହରାଇଥିଲା। ଯାହା ଫଳରେ ବେଙ୍ଗଲ ଦ୍ୱିତୀୟ ଇନିଂସରେ ୩୭୩ ରନରେ ଅଲଆଉଟ୍ ହୋଇ ଓଡ଼ିଶା ଆଗରେ ୪୫୬ ରନର କଷ୍ଟସାଧ୍ୟ ଟାର୍ଗେଟ୍ ରଖିଥିଲା। ଓଡ଼ିଶା ୧୦ ଓଭରରେ ବିନା ୱିକେଟ୍ ହରାଇ ୩୯ ରନ୍ କରିଥିବା ବେଳେ ଖରାପ ଆଲୋକ ଯୋଗୁ ମ୍ୟାଚ୍ ଆଉ ଆଗକୁ ବଢ଼ିପାରିନଥିଲା। ଯେଉଁକାରଣରୁ ଅମ୍ପାୟାର ମ୍ୟାଚକୁ ଡ୍ର' ଘୋଷିତ କରିଥିଲେ।

ଓଡ଼ିଶାର ଦୁଇ ଓପ୍ନର ଅନୁରାଗ ଷଡଙ୍ଗୀ ୨୪ ଓ ଶାନ୍ତନୁ ମିଶ୍ର ୧୪ ରନରେ ଅପରାଜିତ ଥିଲେ। ଅନ୍ତିମ ଦିବସରେ ବେଙ୍ଗଲର ଶାହାବାଜ ଅହମ୍ମଦ ୬୪ ରନ୍ କରି ଆଉଟ୍ ହୋଇଥିବା ବେଳେ ମୁକେଶ କୁମାର (୬) ଓ ନୀଳକଣ୍ଠ ଦାସ (୦) ନିରାଶ କରିଥିଲେ। ଓଡ଼ିଶା ପକ୍ଷରୁ ଗୋବିନ୍ଦ ପୋଦ୍ଦାର ୩ଟି, ସୂର୍ଯ୍ୟକାନ୍ତ ପ୍ରଧାନ, ଦେବବ୍ରତ ପ୍ରଧାନ ଓ ଅନୁରାଗ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ଉକ୍ତ ମ୍ୟାଚରେ ବେଙ୍ଗଲ ପ୍ରଥମ ଇନିଂସରେ ୩୩୨ ରନ୍ କରିଥିବା ବେଳେ ଓଡ଼ିଶା ୨୫୦ ରନ୍ କରି ଅଲଆଉଟ୍ ହୋଇଥିଲା। ପ୍ରଥମ ଇନିଂସରେ ୧୫୭ ରନର ଇନିଂସ୍ ଖେଳିଥିବା ଅନୁସ୍ତୁପ ମଜୁମଦାର ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆସନ୍ତା ୨୯ ତାରିଖରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ବେଙ୍ଗଲ ସେମିଫାଇନାଲରେ କର୍ଣ୍ଣାଟକକୁ ଭେଟିବ।

Related story