ରଣଜୀ ଟ୍ରଫି: ଅଶ୍ୱିନ୍ ହ୍ୟାଟ୍ରିକରୁ ବଞ୍ଚିତ

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ରବିଚନ୍ଦ୍ରନ୍ ଅଶ୍ୱିନ୍ ଚଳିତ ରଣଜୀ ଟ୍ରଫିରେ ଭଲ ପ୍ରଦର୍ଶନ କରିଛନ୍ତି। ତାମିଲନାଡୁ ପକ୍ଷରୁ ଖେଳୁଥିବା ଅଶ୍ୱିନ୍ କର୍ଣ୍ଣାଟକ ବିପକ୍ଷ ମ୍ୟାଚରେ ୭୯ ରନ୍ ଦେଇ ୪ଟି ୱିକେଟ୍ ହାସଲ କରିଛନ୍ତି। ତେବେ ଏହି ମ୍ୟାଚରେ ହ୍ୟାଟ୍ରିକ୍ ନେବାରୁ ବଞ୍ଚିତ ହୋଇଛନ୍ତି। ଅଶ୍ୱିନ୍ କର୍ଣ୍ଣାଟକ ଇନିଂସର ୧୦୯ତମ ଓଭରର ତୃତୀୟ ବଲରେ ଡେଭିଡ୍ ମାଥିଆସ୍ ଓ ଚତୁର୍ଥ ବଲରେ ରୋନିତ୍ ମୋରେଙ୍କୁ ଆଉଟ୍ କରିଥିଲେ। କିନ୍ତୁ ସେ ନିଜର ହ୍ୟାଟ୍ରିକ୍ ବଲରେ ୱିକେଟ୍ […]

ashwin

Ranjit Kumar Jena
  • Published: Tuesday, 10 December 2019
  • , Updated: 10 December 2019, 08:44 PM IST

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ରବିଚନ୍ଦ୍ରନ୍ ଅଶ୍ୱିନ୍ ଚଳିତ ରଣଜୀ ଟ୍ରଫିରେ ଭଲ ପ୍ରଦର୍ଶନ କରିଛନ୍ତି। ତାମିଲନାଡୁ ପକ୍ଷରୁ ଖେଳୁଥିବା ଅଶ୍ୱିନ୍ କର୍ଣ୍ଣାଟକ ବିପକ୍ଷ ମ୍ୟାଚରେ ୭୯ ରନ୍ ଦେଇ ୪ଟି ୱିକେଟ୍ ହାସଲ କରିଛନ୍ତି। ତେବେ ଏହି ମ୍ୟାଚରେ ହ୍ୟାଟ୍ରିକ୍ ନେବାରୁ ବଞ୍ଚିତ ହୋଇଛନ୍ତି।

ଅଶ୍ୱିନ୍ କର୍ଣ୍ଣାଟକ ଇନିଂସର ୧୦୯ତମ ଓଭରର ତୃତୀୟ ବଲରେ ଡେଭିଡ୍ ମାଥିଆସ୍ ଓ ଚତୁର୍ଥ ବଲରେ ରୋନିତ୍ ମୋରେଙ୍କୁ ଆଉଟ୍ କରିଥିଲେ। କିନ୍ତୁ ସେ ନିଜର ହ୍ୟାଟ୍ରିକ୍ ବଲରେ ୱିକେଟ୍ ନେବାରେ ବିଫଳ ହୋଇଥିଲେ। ଅଶ୍ୱିନଙ୍କ ଦମଦାର ବୋଲିଂ ବଳରେ କର୍ଣ୍ଣାଟକ ପ୍ରଥମ ଇନିଂସରେ ୩୩୬ ରନ୍ କରି ଅଲଆଉଟ୍ ହୋଇଛି। ଜବାବରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ତାମିଲନାଡୁ ୪ ୱିକେଟ୍ ହରାଇ ୧୬୫ ରନ୍ କରିଛି। ତାମିଲନାଡୁର ଦିନେଶ କାର୍ତ୍ତିକ ୨୩ ଓ ନାରାୟଣ ଜଗଦୀଶାନ୍ ୬ ରନ୍ କରି ଅପରାଜିତ ରହିଛନ୍ତି।

ସେହିପରି ବଦୋଦରାରେ ଚାଲିଥିବା ବରୋଦା ବିପକ୍ଷ ମ୍ୟାଚରେ ଶାମ୍ସ ମୁଲାନିଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ମୁମ୍ବାଇ ମଜଭୁତ୍ ସ୍ଥିତିରେ ପହଞ୍ଚିଛି। ମୁମ୍ବାଇ ପ୍ରଥମ ଇନିଂସରେ ୪୩୧ ରନ୍ କରି ଅଲଆଉଟ୍ ହୋଇଥିଲା। ଟିମ୍ ପକ୍ଷରୁ ମୁଲାନି ସର୍ବାଧିକ ୮୯ (୧୪୧ ବଲ୍‌, ୧୧ ଚୌକା, ୨ ଛକା) ରନ୍ କରିଥିବା ବେଳେ ଶଶାଙ୍କ ଅଥର୍ବ ୨୨ ଓ ତୁଷାର ଦେଶପାଣ୍ଡେ ଅପରାଜିତ ୧୮ ରନ୍ କରିଥିଲେ।

ଜବାବରେ କେଦାର ଦେବଧରଙ୍କ ଜବରଦସ୍ତ ଶତକ ସତ୍ତ୍ୱେ ବରୋଦା ଦିବସର ଖେଳ ଶେଷ ସୁଦ୍ଧା ୯ ୱିକେଟ୍ ହରାଇ ୩୦୧ ରନ୍ କରିଛି। କେଦାର ୧୮୪ ବଲରେ ୨୦ ଚୌକା ଓ ୧ ଛକା ସହ ଅପରାଜିତ ୧୫୪ ଓ ସୋୟେବ ସୋପାରିୟା ୧ ରନ୍ କରି ଅପରାଜିତ ରହିଛନ୍ତି। ମୁମ୍ବାଇ ପକ୍ଷରୁ ମୁଲାନୀ ବୋଲିଂରେ ମଧ୍ୟ କମାଲ୍ କରି ୫ଟି ୱିକେଟ୍ ଅକ୍ତିଆର କରିଛନ୍ତି।

Related story