ରଣଜୀ କ୍ୱାର୍ଟର ଫାଇନାଲ୍‌: ଗୁଜରାଟ ୧୯୭/୬, ଦୀପକଙ୍କୁ ୩ ୱିକେଟ୍‌

ଜୟପୁର: ଜୟପୁରର ସାୱାଇ ମାନସିଂ ଷ୍ଟାଡିୟମରେ ଓଡ଼ିଶା ଓ ଗୁଜରାଟ ମଧ୍ୟରେ ଚଳିତ ରଣଜୀ ଟ୍ରଫିର ଏକ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଆଜିଠାରୁ ଆରମ୍ଭ ହୋଇଛି। ଟସ୍ ଜିତି ଓଡ଼ିଶା ଗୁଜରାଟକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଗୁଜରାଟ ୬ଟି ୱିକେଟ୍ ହରାଇ ୧୯୭ ରନ୍ କରିଛି। ଦଳର ପ୍ରଥମ ଦୁଇଟି ୱିକେଟ୍ ୯ ରନ୍ ମଧ୍ୟରେ ଚାଲି ଯାଇଥିଲା। ଦଳୀୟ ସ୍କୋର ୮ରେ ପହଞ୍ଚିଥିବା ବେଳେ ୨ ରନ୍ […]

ranji-match

Rakesh Mallick
  • Published: Friday, 23 December 2016
  • , Updated: 23 December 2016, 06:52 PM IST

ଜୟପୁର: ଜୟପୁରର ସାୱାଇ ମାନସିଂ ଷ୍ଟାଡିୟମରେ ଓଡ଼ିଶା ଓ ଗୁଜରାଟ ମଧ୍ୟରେ ଚଳିତ ରଣଜୀ ଟ୍ରଫିର ଏକ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଆଜିଠାରୁ ଆରମ୍ଭ ହୋଇଛି। ଟସ୍ ଜିତି ଓଡ଼ିଶା ଗୁଜରାଟକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଗୁଜରାଟ ୬ଟି ୱିକେଟ୍ ହରାଇ ୧୯୭ ରନ୍ କରିଛି।

ଦଳର ପ୍ରଥମ ଦୁଇଟି ୱିକେଟ୍ ୯ ରନ୍ ମଧ୍ୟରେ ଚାଲି ଯାଇଥିଲା। ଦଳୀୟ ସ୍କୋର ୮ରେ ପହଞ୍ଚିଥିବା ବେଳେ ୨ ରନ୍ କରି ଆଉଟ୍ ହୋଇଯାଇଥିଲେ ପି.କେ ପଞ୍ଚଲ। ତା’ପରେ ୪ ରନ୍ କରି ୫.୫ ଓଭରରେ ଆଉଟ୍ ହୋଇଥିଲେ ଏସ୍‌.ବି ଗୋହଲି। ସେତେବେଳେ ଦଳୀୟ ସ୍କୋର ୯ରେ ପହଞ୍ଚିଥିଲା। ଅଧିନାୟକ ପାର୍ଥିବ ପଟେଲ ମାତ୍ର ୧୨ ରନ୍ କରି ଆଉଟ୍ ହୋଇଯାଇଥିଲେ। ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ବି.ଏଚ୍ ମେରିଆ ୩୧ ରନ୍ କରି ଆଉଟ୍ ହୋଇଥିଲେ। ଏମ୍‌.ସି ଜୁନେଜା ୭ ରନ୍ ଓ ଆର.ଏଚ୍‌ ଭଟ୍ଟ ୬ ରନ୍ କରି ଆଉଟ୍ ହୋଇଯାଇଥିଲେ। ଦଳର ୬ଟି ୱିକେଟ୍ ୫୨ ରନ୍‌ରେ ପଡ଼ି ଯାଇଥିଲା। ତେବେ ଚିରାଗ ଜେ ଗାନ୍ଧୀ ଓ ଆର୍‌ ବି କାଲାରିଆ ଦଳକୁ ଲଜ୍ଜାଜନକ ସ୍ଥିତିରୁ ବାହାର କରି ନେଇଥିଲେ। ଚିରାଗ ୬୨ ରନ୍ କରି ନଟ୍ ଆଉଟ୍ ଥିବା ବେଳେ କାଲାରିଆ ୫୯ ରନ୍ କରି ନଟ୍ ଆଉଟ୍ ଅଛନ୍ତି।

ଓଡ଼ିଶା ପକ୍ଷରୁ ଦୀପକ ବେହେରା ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ବସନ୍ତ ମହାନ୍ତି ୩ଟି ଓ ବିପ୍ଳବ ସାମନ୍ତରାୟ ଗୋଟିଏ ୱିକେଟ୍ ନେଇଛନ୍ତି।

୧୫ ବର୍ଷ ପରେ ଓଡ଼ିଶା ନକ୍‌ଆଉଟ୍‌କୁ ଯାଇଥିବାରୁ ଦଳର ଖେଳାଳିମାନେ ଉତ୍ସାହିତ ଅଛନ୍ତି।

ଝାଡ଼ଖଣ୍ଡ ବିପକ୍ଷ ମ୍ୟାଚ୍‌କୁ ଛାଡି ଦେଲେ ଚଳିତ ରଣଜୀ ଟ୍ରଫିର ସମସ୍ତ ଲିଗ୍‌ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଛି ଓଡ଼ିଶା ଟିମ୍‌।

Related story