ରଣଜୀ ଟ୍ରଫି: ୧୦ ୱିକେଟରେ ହାରିଲା ଓଡ଼ିଶା

ପୁଣେ: ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ମହାରାଷ୍ଟ୍ର ଏଠାରେ ଚାଲିଥିବା ରଣଜୀ ଟ୍ରଫିର ଏକ ମ୍ୟାଚରେ ଓଡ଼ିଶାକୁ ୧୦ ୱିକେଟରେ ପରାସ୍ତ କରିଛି। ଗୋବିନ୍ଦ ପୋଦ୍ଦାରଙ୍କ ଶତକ ଓ ଅନୁରାଗ ଷଡଙ୍ଗୀଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଓଡ଼ିଶା ଦ୍ୱିତୀୟ ଇନିଂସରେ ୨୮୯ ରନ୍ କରି ଅଲଆଉଟ୍ ହୋଇଥିଲା। ଫଳରେ ମହାରାଷ୍ଟ୍ର ଆଗରେ ୪୦ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏହି ଲକ୍ଷ୍ୟକୁ ମହାରାଷ୍ଟ୍ର ମାତ୍ର ୧୧ ଓଭରରେ ବିନା କୌଣସି ୱିକେଟ୍ ହରାଇ ହାସଲ କରିନେଇଛି। ମହାରାଷ୍ଟ୍ରର ଦୁଇ […]

ranji

Ranjit Kumar Jena
  • Published: Friday, 07 February 2020
  • , Updated: 07 February 2020, 08:18 PM IST

ପୁଣେ: ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ମହାରାଷ୍ଟ୍ର ଏଠାରେ ଚାଲିଥିବା ରଣଜୀ ଟ୍ରଫିର ଏକ ମ୍ୟାଚରେ ଓଡ଼ିଶାକୁ ୧୦ ୱିକେଟରେ ପରାସ୍ତ କରିଛି। ଗୋବିନ୍ଦ ପୋଦ୍ଦାରଙ୍କ ଶତକ ଓ ଅନୁରାଗ ଷଡଙ୍ଗୀଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଓଡ଼ିଶା ଦ୍ୱିତୀୟ ଇନିଂସରେ ୨୮୯ ରନ୍ କରି ଅଲଆଉଟ୍ ହୋଇଥିଲା। ଫଳରେ ମହାରାଷ୍ଟ୍ର ଆଗରେ ୪୦ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏହି ଲକ୍ଷ୍ୟକୁ ମହାରାଷ୍ଟ୍ର ମାତ୍ର ୧୧ ଓଭରରେ ବିନା କୌଣସି ୱିକେଟ୍ ହରାଇ ହାସଲ କରିନେଇଛି।

ମହାରାଷ୍ଟ୍ରର ଦୁଇ ଓପନିଂ ବ୍ୟାଟ୍ସମ୍ୟାନ୍ ରାହୁଲ୍ ତ୍ରିପାଠୀ ୨୧ ଓ ଅଙ୍କିତ ବାୱନେ ୧୪ ରନ୍ କରି ଅପରାଜିତ ଥିଲେ। ୧୦ ୱିକେଟରେ ମ୍ୟାଚ୍ ଜିତିଥିବାରୁ ମହାରାଷ୍ଟ୍ରକୁ ପୂର୍ଣ୍ଣ ୭ ପଏଣ୍ଟ ମିଳିଛି। ଅନ୍ୟପକ୍ଷରେ ଏହି ପରାଜୟ ସହ ଓଡ଼ିଶାର ନକଆଉଟ୍ ଆଶା ମଧ୍ୟ କ୍ଷୀଣ ହୋଇଛି। ଚତୁର୍ଥ ତଥା ଅନ୍ତିମ ଦିବସରେ ଓଡ଼ିଶା ଅସମାପ୍ତ ଦ୍ୱିତୀୟ ଇନିଂସ୍ ସ୍କୋର ୨୪/୦ରୁ ଖେଳ ଆରମ୍ଭ କରିଥିଲା।

ପ୍ରଥମ ଇନିଂସରେ ଅର୍ଦ୍ଧଶତକ ମାରିଥିବା ଶାନ୍ତନୁ ୨୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି (୧୨) ପୁଣି ନିରାଶ କରିଥିଲେ। ତେବେ ଅନୁରାଗ ଷଡଙ୍ଗୀ ଓ ଅଭିଜ୍ଞ ଗୋବିନ୍ଦ ଭଲ ବ୍ୟାଟିଂ କରିଥିଲେ ଏବଂ ତୃତୀୟ ୱିକେଟ୍ ପାଇଁ ୯୪ ରନର ପାର୍ଟନରଶିପ୍ କରି ଓଡ଼ିଶାର ସ୍ଥିତି ସୁଧାରିଥିଲେ। ଅନୁରାଗ ୭୩ (୧୫୨ ବଲ୍‌, ୧୩ ଚୌକା) ରନ୍ କରି ଆଉଟ୍ ହେବା ପରେ କେବଳ ଗୋବିନ୍ଦ ହିଁ ଏକାକୀ ଟିମ୍ ପାଇଁ ଲଢ଼ିଥିଲେ।

ମହାରାଷ୍ଟ୍ର ବୋଲରମାନେ ଓଡ଼ିଶାର କୌଣସି ବ୍ୟାଟ୍ସମ୍ୟାନଙ୍କୁ ବେଶୀ ସମୟ କ୍ରିଜରେ ତିଷ୍ଠିବାକୁ ଦେଇନଥିଲେ। ମଧ୍ୟକ୍ରମରେ ବିପ୍ଳବ ସାମନ୍ତରାୟ (୧୯) ଓ ଅଭିଷେକ ରାଉତ (୨୩) ନିରାଶ କରିଥିବା ବେଳେ ରାଜେଶ ଧୂପର ଖାତା ଖୋଲିବାକୁ ସମର୍ଥ ହୋଇନଥିଲେ। ଗୋବିନ୍ଦ ଦମଦାର ବ୍ୟାଟିଂ କରି ୧୧୮ (୧୮୭ ବଲ୍‌, ୧୪ ଚୌକା, ୨ ଛକା) ରନର ଇନିଂସ୍ ଖେଳିଥିଲେ ହେଁ, ଓଡ଼ିଶାକୁ ପରାଜୟରୁ ବଞ୍ଚାଇ ପାରିନଥିଲେ।

ଶେଷକ୍ରମରେ ଦେବବ୍ରତ ପ୍ରଧାନ (୧), ସୂର୍ଯ୍ୟକାନ୍ତ ପ୍ରଧାନ (୬) ଓ ରାଜେଶ ମହାନ୍ତି (୦) ଫେଲ୍ ମାରିଥିଲେ। ମହାରାଷ୍ଟ୍ର ପକ୍ଷରୁ ମୁକେଶ ଚୌଧୁରୀ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଆଶୟ ପାଲକର୍ ଓ ସତ୍ୟଜିତ୍ ବଚାଭ ୩ଟି ଲେଖାଏ ୱିକେଟ୍ ଅକ୍ତିଆର କରିଥିଲେ।

Related story