ରଣଜୀ ଟ୍ରଫିରେ ପୃଥ୍ୱୀ ଓ ରାହାଣେଙ୍କ ଅର୍ଦ୍ଧଶତକ

ବଦୋଦରା: ଆଜିଠାରୁ ଆରମ୍ଭ ହୋଇଥିବା ରଣଜୀ ଟ୍ରଫିରେ ଟେଷ୍ଟ ସ୍ପେଶାଲିଷ୍ଟ ଆଜିଙ୍କ୍ୟ ରାହାଣେ ଓ ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ ଜବରଦସ୍ତ ବ୍ୟାଟିଂ କରିଛନ୍ତି। ଦୁହିଁଙ୍କ ଅର୍ଦ୍ଧଶତକ ବଳରେ ମୁମ୍ବାଇ ବରୋଦା ବିପକ୍ଷ ମ୍ୟାଚର ପ୍ରଥମ ଦିବସରେ ୮ ୱିକେଟ୍ ହରାଇ ୩୬୨ ରନ୍ କରିଛି। ରାହାଣେ ଓ ପୃଥ୍ୱୀଙ୍କ ବ୍ୟତୀତ ଶାର୍ଦ୍ଦୁଲ ଠାକୁର ଓ ଶାମ୍ସ ମଧ୍ୟ ଅଦର୍ଦ୍ଧତକ ମାରିଛନ୍ତି। ରାହାଣେ ୧୪୫ ବଲରେ ୧୦ ଚୌକା ସହ ୭୯ ରନ୍ କରି ଆଉଟ୍ […]

rahane-and-prithvi-shaw

rahane-and-prithvi-shaw

Ranjit Kumar Jena
  • Published: Monday, 09 December 2019
  • Updated: 09 December 2019, 07:29 PM IST

Sports

Latest News

ବଦୋଦରା: ଆଜିଠାରୁ ଆରମ୍ଭ ହୋଇଥିବା ରଣଜୀ ଟ୍ରଫିରେ ଟେଷ୍ଟ ସ୍ପେଶାଲିଷ୍ଟ ଆଜିଙ୍କ୍ୟ ରାହାଣେ ଓ ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ' ଜବରଦସ୍ତ ବ୍ୟାଟିଂ କରିଛନ୍ତି। ଦୁହିଁଙ୍କ ଅର୍ଦ୍ଧଶତକ ବଳରେ ମୁମ୍ବାଇ ବରୋଦା ବିପକ୍ଷ ମ୍ୟାଚର ପ୍ରଥମ ଦିବସରେ ୮ ୱିକେଟ୍ ହରାଇ ୩୬୨ ରନ୍ କରିଛି। ରାହାଣେ ଓ ପୃଥ୍ୱୀଙ୍କ ବ୍ୟତୀତ ଶାର୍ଦ୍ଦୁଲ ଠାକୁର ଓ ଶାମ୍ସ ମଧ୍ୟ ଅଦର୍ଦ୍ଧତକ ମାରିଛନ୍ତି।

ରାହାଣେ ୧୪୫ ବଲରେ ୧୦ ଚୌକା ସହ ୭୯ ରନ୍ କରି ଆଉଟ୍ ହୋଇଥିବା ବେଳେ ପୃଥ୍ୱୀ ୬୨ ବଲରେ ୧୧ ଚୌକା ଓ ୧ ଛକା ସହ ୬୬ ରନ୍ କରିଛନ୍ତି। ୮ମାସର ବାସନ୍ଦାଦେଶ କାଟିବା ପରେ ପୃଥ୍ୱୀଙ୍କର ଏହା ପ୍ରଥମ ପ୍ରଥମଶ୍ରେଣୀ ମ୍ୟାଚ୍। ଭାରତୀୟ ଦଳର ତୃତୀୟ ଓପନିଂ ସ୍ଲଟ୍ ପାଇଁ ପୃଥ୍ୱୀଙ୍କୁ ଘରୋଇ କ୍ରିକେଟରେ ପ୍ରଚୁର ରନ୍ କରିବାକୁ ପଡ଼ିବ।

ପୃଥ୍ୱୀ ଜୟ ବିଷ୍ଟା (୧୮)ଙ୍କ ସହ ମିଶି ପ୍ରଥମ ୱିକେଟ୍ ପାଇଁ ୭୪ ରନ୍ ଯୋଡ଼ିଥିଲେ। ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଶାର୍ଦ୍ଦୁଲ ୬୪, ଶୁଭମ୍ ରଞ୍ଜନେ ୩୬, ଆକାଶ ପାର୍କର ୧୫ ଓ ଆଦିତ୍ୟ ତାରେ ୧୨ ରନ୍ କରି ଆଉଟ୍ ହୋଇଥିଲେ। ଷ୍ଟମ୍ପ୍ ଅପସାରଣ ବେଳକୁ ମୁଲାନୀ ୫୬ ଓ ଶଶାଙ୍କ ଅଥର୍ବ ୫ ରନ୍ କରି ଅପରାଜିତ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos