ରଣଜୀ ମ୍ୟାଚ୍‌: ତାମିଲନାଡୁ ୨୩୬/୫

ଚେନ୍ନାଇ: ତାମିଲନାଡୁ ତ୍ରିଭେନ୍ଦ୍ରମରେ ଚାଲିଥିବା ଓଡ଼ିଶା-ଝାଡ଼ଖଣ୍ଡ ରଣଜୀ ମ୍ୟାଚ୍‌ର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଝାଡ଼ଖଣ୍ଡ ୫ ୱିକେଟ୍‌ ହରାଇ ୨୩୬ ରନ୍‌ କରିଛି। ଝାଡ଼ଖଣ୍ଡ ପ୍ରଥମ ଇନିଂସରେ ୮୪ ରନ୍‌ର ଅଗ୍ରଣୀ ହାସଲ କରିଛି। ଗତକାଲି ୯/୦ରୁ ଖେଳ ଆରମ୍ଭ କରିଥିବା ଦୁଇ ଓପ୍ନର ବେଶି ସମୟ କ୍ରିଜ୍‌ରେ ତିଷ୍ଠି ପାରି ନ ଥିଲେ। ଏ. ସିଂହ ୩୩ ଓ ଏସ୍‌ କୁମାର ୧୩ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ସୌରଭ ତିୱାରୀ ୬୫ […]

ranji-match

Rakesh Mallick
  • Published: Friday, 16 December 2016
  • , Updated: 16 December 2016, 06:13 PM IST

ଚେନ୍ନାଇ: ତାମିଲନାଡୁ ତ୍ରିଭେନ୍ଦ୍ରମରେ ଚାଲିଥିବା ଓଡ଼ିଶା-ଝାଡ଼ଖଣ୍ଡ ରଣଜୀ ମ୍ୟାଚ୍‌ର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଝାଡ଼ଖଣ୍ଡ ୫ ୱିକେଟ୍‌ ହରାଇ ୨୩୬ ରନ୍‌ କରିଛି। ଝାଡ଼ଖଣ୍ଡ ପ୍ରଥମ ଇନିଂସରେ ୮୪ ରନ୍‌ର ଅଗ୍ରଣୀ ହାସଲ କରିଛି।

ଗତକାଲି ୯/୦ରୁ ଖେଳ ଆରମ୍ଭ କରିଥିବା ଦୁଇ ଓପ୍ନର ବେଶି ସମୟ କ୍ରିଜ୍‌ରେ ତିଷ୍ଠି ପାରି ନ ଥିଲେ। ଏ. ସିଂହ ୩୩ ଓ ଏସ୍‌ କୁମାର ୧୩ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ସୌରଭ ତିୱାରୀ ୬୫ ଏବଂ ବିରାଟ ସିଂହ ୫୭ ରନ୍‌ କରି ଆଉଟ୍‌ ହୋଇଥିଲେ। କେ. ସିଂହ ଏବଂ ଏସ୍‌. ନଦିମ ଅପରାଜିତ ଅଛନ୍ତି।

ଓଡ଼ିଶା ପକ୍ଷରୁ ବସନ୍ତ ମହାନ୍ତି ୨ଟି ୱିକେଟ୍‌ ନେଇଥିବା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ, ଦିପକ ବେହେରା ଏବଂ ଗୋବିନ୍ଦ ପୋଦ୍ଧାର ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଛନ୍ତି।

ପ୍ରଥମ ଦିନରେ ଓଡ଼ିଶା ୧୫୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।

ଝାଡ଼ଖଣ୍ଡ ଟସ୍ ଜିତି ଓଡ଼ିଶାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଓଡ଼ିଶା ଦୁଇ ଓପ୍ନର ଭଲ ଆରମ୍ଭ ଦେଇଥିଲେ। ସନ୍ଦିପ ପଟ୍ଟନାୟକ ୪୩ (୪ ଚୌକା) ଏବଂ ରଞ୍ଜିତ ସିଂହ ୨୦ (ଗୋଟିଏ ଚୌକା) କରି ଆଉଟ୍‌ ହୋଇଥିଲେ। ତେବେ ଏହା ପରେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କ୍ରିଜ୍‌ରେ ତିଷ୍ଠି ପାରି ନ ଥିଲେ। ୫ ଜଣ ଓଡ଼ିଶା ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନ ଥିବା ବେଳେ ୩ ଜଣ ଖାତା ଖୋଲିବାକୁ ସକ୍ଷମ ହୋଇ ନ ଥିଲେ।

ଦୀର୍ଘ ୧୫ ବର୍ଷ ପରେ କ୍ୱାର୍ଟର ଫାଇନାଲ ଖେଳିବାକୁ ଓଡ଼ିଶା ସୁଯୋଗ ପାଇଛି। ଦିଲ୍ଲୀକୁ ସୌରାଷ୍ଟ ହରାଇବା ପରେ ଓଡ଼ିଶାକୁ ଏହି ସୁଯୋଗ ମିଳିଛି।

Related story