୪ ବଲ୍‌ରେ ୪ ୱିକେଟ୍‌ ନେଇ ଇତିହାସ ରଚିଲେ ରଶିଦ୍‌

ଡେରାଡୁନ୍‌: ଆଫଗାନିସ୍ତାନ ଲେଗ୍‌ ସ୍ପିନର୍‌ ରଶିଦ୍‌ ଖାନ୍‌ ଡେରାଡୁନ୍‌ରେ ଅନୁଷ୍ଠିତ ଆୟର୍ଲ୍ୟାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍‌ରେ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ରଶିଦ୍‌ ବିଶ୍ୱର ପ୍ରଥମ ବୋଲର ଭାବେ ଲଗାତାର ୪ଟି ବଲ୍‌ରେ ୪ ୱିକେଟ୍‌ ନେଇ ଇତିହାସ ରଚିଛନ୍ତି। ଆଫଗାନିସ୍ତାନ ଦ୍ୱାରା ଧାର୍ଯ୍ୟ ୨୧୧ ରନ୍‌ ଲକ୍ଷ୍ୟର ପିଛା କରି ଆୟର୍ଲ୍ୟାଣ୍ଡ୍‌ ରଶିଦ୍‌ଙ୍କ ବୋଲିଂ ଆଗରେ ଆତ୍ମସମର୍ପଣ କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍‌ ହରାଇ ୧୭୮ ରନ୍‌ କରିବାକୁ ସକ୍ଷମ […]

rashid

Hemant Lenka
  • Published: Monday, 25 February 2019
  • , Updated: 25 February 2019, 05:13 PM IST

ଡେରାଡୁନ୍‌: ଆଫଗାନିସ୍ତାନ ଲେଗ୍‌ ସ୍ପିନର୍‌ ରଶିଦ୍‌ ଖାନ୍‌ ଡେରାଡୁନ୍‌ରେ ଅନୁଷ୍ଠିତ ଆୟର୍ଲ୍ୟାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍‌ରେ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ରଶିଦ୍‌ ବିଶ୍ୱର ପ୍ରଥମ ବୋଲର ଭାବେ ଲଗାତାର ୪ଟି ବଲ୍‌ରେ ୪ ୱିକେଟ୍‌ ନେଇ ଇତିହାସ ରଚିଛନ୍ତି।

ଆଫଗାନିସ୍ତାନ ଦ୍ୱାରା ଧାର୍ଯ୍ୟ ୨୧୧ ରନ୍‌ ଲକ୍ଷ୍ୟର ପିଛା କରି ଆୟର୍ଲ୍ୟାଣ୍ଡ୍‌ ରଶିଦ୍‌ଙ୍କ ବୋଲିଂ ଆଗରେ ଆତ୍ମସମର୍ପଣ କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍‌ ହରାଇ ୧୭୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ରସିଦ୍‌ ନିଜର ପ୍ରଦର୍ଶନ ଦ୍ୱାରା ଆଉ କିଛି ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ସପ୍ତମ ବୋଲର୍‌ ଭାବେ ଟି-୨୦ କ୍ରିକେଟ୍‌ ଇତିହାସରେ ହ୍ୟାଟ୍ରିକ୍‌ ସଫଳତା ହାସଲ କରିଛନ୍ତି। ଏହା ମଧ୍ୟ ରଶିଦ୍‌ଙ୍କ ଟି-୨୦ କ୍ୟାରିୟର୍‌ର ପ୍ରଥମ ହ୍ୟାଟ୍ରିକ୍।

୧୬ତମ ଓଭରର ଶେଷ ବଲ୍‌ରେ ରଶିଦ୍‌ କେଭିନ୍‌ ଓ’ବ୍ରାଏନ୍‌ଙ୍କୁ ନିଜର ପ୍ରଥମ ଶିକାର ବନାଇଥିଲା ବେଳେ ଅଷ୍ଟାଦଶ ଓଭରର ପ୍ରଥମ ବଲ୍‌ରେ ଡକ୍‌ରେଲଙ୍କୁ, ଦ୍ୱିତୀୟ ବଲ୍‌ରେ ଗେଟ୍‌କେଟ୍‌ଙ୍କୁ ଆଉଟ୍‌ କରି ହ୍ୟାଟ୍ରିକ୍‌ ପୂରଣ କରିଥିଲେ। ୧୮ତମ ଓଭରର ତୃତୀୟ ବଲ୍‌ରେ ସିମି ସିଂହଙ୍କୁ ଆଉଟ୍‌ କରି ରଶିଦ୍‌ ନିଜର ଚତୁର୍ଥ ସଫଳତା ହାସଲ କରିଥିଲେ। ଜୋଶ୍‌ ଲିଟଲ୍‌ଙ୍କୁ ରଶିଦ୍‌ ନିଜର ପଞ୍ଚମ ଶିକାର ବନାଇଥିଲେ।

ଉକ୍ତ ମ୍ୟାଚ୍‌ରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୧୦ ରନ୍ କରିଥିଲା। ଦଳ ପକ୍ଷରୁ ମହମ୍ମଦ ନବି ୩୬ ବଲ୍‌ରେ ୬ ଚୌକା ଓ ୭ ଛକା ସହ ୮୧ ରନ୍ କରି ମ୍ୟାନ୍‌ ଅଫ୍ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ଜବାବରେ ଆୟର୍ଲ୍ୟାଣ୍ଡ ୧୭୮ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏହି ମ୍ୟାଚ୍‌ ଜିତିବା ସହ ଆଫଗାନିସ୍ତାନ ତିନିମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌କୁ କ୍ଲିନ୍‌ସୁଇପ୍‌ କରିନେଇଛି।

Related story