ଏହି ଲଜ୍ଜାଜନକ ରେକର୍ଡର ଅଧିକାରୀ ହେଲେ ରଶିଦ୍ ଖାନ୍

ମାଞ୍ଚେଷ୍ଟର: ଆଇସିସି ଦିନିକିଆ ବୋଲିଂ ରାଙ୍କିଙ୍ଗରେ ତୃତୀୟ ସ୍ଥାନରେ ଥିବା ଆଫଗାନିସ୍ତାନର ରଶିଦ୍ ଖାନଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡ଼ି ହୋଇଛି। ଇଂଲଣ୍ଡ ବିପକ୍ଷ ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ଆଇସିସି ବିଶ୍ୱକପ୍ ମ୍ୟାଚରେ ରଶିଦ୍ ୯ ଓଭରରେ ୧୧୦ ରନ୍ ବ୍ୟୟ କରିଛନ୍ତି। ବିଶ୍ୱକପର ୪୪ ବର୍ଷର ଇତିହାସରେ କୌଣସି ବୋଲରଙ୍କ ଦ୍ୱାରା ଏହା ସବୁଠାରୁ ମହଙ୍ଗା ସ୍ପେଲ୍। ରଶିଦ୍ ଗତବର୍ଷ ସବୁଠାରୁ କନିଷ୍ଠ ବୋଲର ଭାବେ ଆଇସିସି ଦିନିକିଆ ରାଙ୍କିଙ୍ଗରେ ବିଶ୍ୱର ଏକ ନମ୍ବର […]

rashid

Hemant Lenka
  • Published: Tuesday, 18 June 2019
  • , Updated: 18 June 2019, 09:35 PM IST

ମାଞ୍ଚେଷ୍ଟର: ଆଇସିସି ଦିନିକିଆ ବୋଲିଂ ରାଙ୍କିଙ୍ଗରେ ତୃତୀୟ ସ୍ଥାନରେ ଥିବା ଆଫଗାନିସ୍ତାନର ରଶିଦ୍ ଖାନଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡ଼ି ହୋଇଛି। ଇଂଲଣ୍ଡ ବିପକ୍ଷ ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ଆଇସିସି ବିଶ୍ୱକପ୍ ମ୍ୟାଚରେ ରଶିଦ୍ ୯ ଓଭରରେ ୧୧୦ ରନ୍ ବ୍ୟୟ କରିଛନ୍ତି। ବିଶ୍ୱକପର ୪୪ ବର୍ଷର ଇତିହାସରେ କୌଣସି ବୋଲରଙ୍କ ଦ୍ୱାରା ଏହା ସବୁଠାରୁ ମହଙ୍ଗା ସ୍ପେଲ୍।

ରଶିଦ୍ ଗତବର୍ଷ ସବୁଠାରୁ କନିଷ୍ଠ ବୋଲର ଭାବେ ଆଇସିସି ଦିନିକିଆ ରାଙ୍କିଙ୍ଗରେ ବିଶ୍ୱର ଏକ ନମ୍ବର ବୋଲର ହେବାର ଗୌରବ ଅର୍ଜନ କରିଥିଲେ। ସେ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ସ୍ନେଡେନଙ୍କ ରେକର୍ଡ ଭାଙ୍ଗିଛନ୍ତି। ୧୯୮୩ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ମାର୍ଟିନ୍ ୧୨ ଓଭରରେ ୧୦୫ ରନ୍ ଦେଇଥିଲେ। ୱେଷ୍ଟଇଣ୍ଡିଜର ଜେସନ୍ ହୋଲ୍ଡର ୨୦୧୫ ବିଶ୍ୱକପରେ ୧୦୪ ରନ୍ ଏବଂ ଆଫଗାନିସ୍ତାନର ଦୌଲତ ଜର୍ଦ୍ଦାନ୍ ୧୦୧ ରନ୍ ଦେଇଥିଲେ।

ରଶିଦ୍ ବିଶ୍ୱର ପ୍ରଥମ ସ୍ପିନର୍, ଯିଏ ଦିନିକିଆରେ ୧୦୦ରୁ ଅଧିକ ରନ୍ ବ୍ୟୟ କରିଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ ପେସ୍ ବୋଲରଙ୍କ ନାମରେ ଥିଲା। ରଶିଦ୍ ଯଦି ଆଉ ଗୋଟିଏ ଓଭର ପକାଇଥାନ୍ତେ, ତାହେଲେ ସେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟର ସବୁଠାରୁ ମହଙ୍ଗା ବୋଲର ହୋଇଥାନ୍ତେ।

ତେବେ ଏହି ଅଲୋଡ଼ା ରେକର୍ଡ ଅଷ୍ଟ୍ରେଲିଆର ମାଇକ୍ ଲୁଇସଙ୍କ ନାମରେ ରହିଛି। ଲୁଇସ୍ ୨୦୦୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦ ଓଭରରେ ୧୧୩ ରନ୍ ଦେଇଥିଲେ। ରଶିଦ୍ ତାଙ୍କଠାରୁ ୩ ରନ୍ ପଛରେ ରହିଗଲେ। ରଶିଦଙ୍କୁ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ମୋଟ ୧୧ ଛକା ମାରିଛନ୍ତି। ଦିନିକିଆ ଇତିହାସରେ ପୂର୍ବରୁ କୌଣସି ଜଣେ ବୋଲରଙ୍କୁ ଗୋଟିଏ ଇନିଂସରେ ଏତେ ସଂଖ୍ୟକ ଛକା ମରାଯାଇନାହିଁ। ରଶିଦଙ୍କୁ ମୋର୍ଗାନ୍ ଏକାକୀ ୭ ଛକା ମାରିଛନ୍ତି।

Related story