ଆସନ୍ତାକାଲିଠାରୁ ‘ବିଜୁ ପଟ୍ଟନାୟକ ଗ୍ରାମୀଣ ହକି ପ୍ରତିଯୋଗିତା’

ରାଉରକେଲା: ଆସନ୍ତାକାଲିଠାରୁ ରାଉରକେଲାରେ ଆରମ୍ଭ ହେବ ଗ୍ରାମାଞ୍ଚଳ ହକିର ମହାକୁମ୍ଭ ‘ବିଜୁ ପଟ୍ଟନାୟକ ଗ୍ରାମୀଣ ହକି ପ୍ରତିଯୋଗିତା’। ଏଥିରେ ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡର ୧୫୦୦ ଦଳ ଅଂଶ ଗ୍ରହଣ କରିବେ। ୨୨,୦୦୦ରୁ ଅଧିକ ଖେଳାଳି ଏଥିରେ ସାମିଲ ହେବେ। ଉପରାଷ୍ଟ୍ରପତି ହମିଦ୍ ଅନସାରୀ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଥିରେ ଯୋଗ ଦେବେ। ଆଦିବାସୀ ପିଲାଙ୍କ ମଧ୍ୟରେ ହକି ପାଇଁ ଆଗ୍ରହ ସୃଷ୍ଟି କରିବା, ସେମାନଙ୍କ ମଧ୍ୟରେ ଥିବା ପ୍ରତିଭା […]

bijuhockey

Rakesh Mallick
  • Published: Friday, 09 December 2016
  • , Updated: 09 December 2016, 04:19 PM IST

ରାଉରକେଲା: ଆସନ୍ତାକାଲିଠାରୁ ରାଉରକେଲାରେ ଆରମ୍ଭ ହେବ ଗ୍ରାମାଞ୍ଚଳ ହକିର ମହାକୁମ୍ଭ ‘ବିଜୁ ପଟ୍ଟନାୟକ ଗ୍ରାମୀଣ ହକି ପ୍ରତିଯୋଗିତା’। ଏଥିରେ ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡର ୧୫୦୦ ଦଳ ଅଂଶ ଗ୍ରହଣ କରିବେ। ୨୨,୦୦୦ରୁ ଅଧିକ ଖେଳାଳି ଏଥିରେ ସାମିଲ ହେବେ।

ଉପରାଷ୍ଟ୍ରପତି ହମିଦ୍ ଅନସାରୀ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଥିରେ ଯୋଗ ଦେବେ।

ଆଦିବାସୀ ପିଲାଙ୍କ ମଧ୍ୟରେ ହକି ପାଇଁ ଆଗ୍ରହ ସୃଷ୍ଟି କରିବା, ସେମାନଙ୍କ ମଧ୍ୟରେ ଥିବା ପ୍ରତିଭା ଚିହ୍ନଟ କରିବା ଓ ସେମାନେ ଯେପରି ମାଓବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ନ ହୋଇ ସମାଜର ମୁଖ୍ୟସ୍ରୋତରେ ରହିବେ ସେଇ ଲକ୍ଷ୍ୟ ନେଇ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଉଛି।

ସାଂସଦ ତଥା ଭାରତୀୟ ହକି ଟିମ୍‌ର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀଙ୍କ ଫାଉଣ୍ଡେସନ୍ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି। ପ୍ରଥମ ଥର ପାଇଁ ଦେଶର ଏଭଳି ଏକ ହକି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଉଛି।

Related story