ପନ୍ତଙ୍କୁ ନେଇ ଏମିତି କହିଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟର ତିନୋଟି ଯାକ ଫର୍ମାଟରେ ଲଗାତାର ଖରାପ ପ୍ରଦର୍ଶନ କରିବା ନେଇ ଋଷଭ ପନ୍ତଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ତେବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଏହି ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନରେ ସମର୍ଥନରେ ମୁହଁ ଖୋଲିଛନ୍ତି। ଶାସ୍ତ୍ରୀ କହିଛନ୍ତି, “ପନ୍ତ ଜଣେ ବିଶ୍ୱସ୍ତରୀୟ ଖେଳାଳି ଏବଂ ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ସଫଳ କରାଇବା ପାଇଁ ଯଥାସମ୍ଭବ ସହଯୋଗ କରିବ।” ବିଗତ ସିରିଜ୍ ଗୁଡ଼ିକରେ ପନ୍ତ ବ୍ୟାଟିଂରେ ନିୟମିତ […]

shastri

Ranjit Kumar Jena
  • Published: Thursday, 26 September 2019
  • , Updated: 26 September 2019, 06:29 PM IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟର ତିନୋଟି ଯାକ ଫର୍ମାଟରେ ଲଗାତାର ଖରାପ ପ୍ରଦର୍ଶନ କରିବା ନେଇ ଋଷଭ ପନ୍ତଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ତେବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଏହି ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନରେ ସମର୍ଥନରେ ମୁହଁ ଖୋଲିଛନ୍ତି। ଶାସ୍ତ୍ରୀ କହିଛନ୍ତି, "ପନ୍ତ ଜଣେ ବିଶ୍ୱସ୍ତରୀୟ ଖେଳାଳି ଏବଂ ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ସଫଳ କରାଇବା ପାଇଁ ଯଥାସମ୍ଭବ ସହଯୋଗ କରିବ।"

ବିଗତ ସିରିଜ୍ ଗୁଡ଼ିକରେ ପନ୍ତ ବ୍ୟାଟିଂରେ ନିୟମିତ ଫ୍ଲପ୍ ହେଉଛନ୍ତି। ପନ୍ତ ଯେଉଁଭଳି ଦାୟିତ୍ୱହୀନ ଶଟ୍ ଖେଳି ନିଜ ୱିକେଟ୍ ହରାଉଛନ୍ତି, ତାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏପରିକି ଟିମ୍ ମ୍ୟାନେଜମେଣ୍ଟ ମଧ୍ୟ ତାଙ୍କୁ ଚେତାବନୀ ଦେବାକୁ ପଛାଇ ନାହିଁ। କିନ୍ତୁ ଏବେ ତାଙ୍କୁ ଶାସ୍ତ୍ରୀଙ୍କ ସମର୍ଥନ ମିଳିଛି।

ଶାସ୍ତ୍ରୀ କହିଛନ୍ତି, ପନ୍ତ ସମସ୍ତଙ୍କଠାରୁ ଭିନ୍ନ। ସେ ଜଣେ ବିଶ୍ୱସ୍ତରୀୟ ବ୍ୟାଟ୍ସମ୍ୟାନ୍ ସହ ଜଣେ ବିପଜ୍ଜନକ ମ୍ୟାଚ୍ ବିଜେତା। ଦିନିକିଆ ଓ ଟି-୨୦ କ୍ରିକେଟରେ ପନ୍ତଙ୍କ ଭଳି ବହୁତ କମ୍ ଖେଳାଳି ଅଛନ୍ତି। ପନ୍ତ ବିଶ୍ୱର ସେହି ପାଞ୍ଚଜଣ ଖେଳାଳିଙ୍କ ଭିତରେ ଅଛନ୍ତି, ଯାହାଙ୍କ ଉପରେ ମୁଁ କେବେବି ଅଙ୍ଗୁଳି ଉଠାଇପାରିବି ନାହିଁ। ସବୁ ମିଡିଆ ରିପୋର୍ଟ ଏବଂ ବିଶେଷଜ୍ଞଙ୍କ ସମାଲୋଚନା ସତ୍ତେ୍ୱ ପନ୍ତ ଏବେବି ଭାରତୀୟ ଟିମରେ ଭଲ ସ୍ଥିତିରେ ଅଛନ୍ତି। ପନ୍ତଙ୍କୁ ସମାଲୋଚନା କରିବା ବିଶେଷଜ୍ଞଙ୍କ କାମ। କିନ୍ତୁ ପନ୍ତ ଜଣେ ସ୍ପେଶାଲ ଖେଳାଳି ଏବଂ ସେ ପୂର୍ବରୁ ହିଁ ବହୁତ କିଛି ପାରିଛନ୍ତି। ଟିମ୍ ମ୍ୟାନେଜମେଣ୍ଟର ସହଯୋଗ ଦ୍ୱାରା ସେ ନିଜ ଭୁଲରୁ ନିଶ୍ଚୟ ଶିକ୍ଷା ଲାଭ କରିବେ।

ଏହା ପୂର୍ବରୁ ଖୋଦ୍ ଶାସ୍ତ୍ରୀ କଠିନ ପରିସ୍ଥିତିରେ ପନ୍ତଙ୍କ ଶଟ୍ ଚୟନ ନେଇ ସମାଲୋଚନା କରିଥିଲେ। ଶାସ୍ତ୍ରୀ କହିଥିଲେ, ପନ୍ତ ଯଦି ନିଜ ଭୁଲ ବାରମ୍ବାର ଦୋହରାନ୍ତି, ତାହେଲେ ତାଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ। ଏହା ଉପରେ ଏବେ ଶାସ୍ତ୍ରୀ କହିଛନ୍ତି, ମୁଁ ଭୁଲ କରିବା ନେଇ ପରିଣାମ ଭୋଗିବା କଥା କହିଥିଲି। ଯଦି କେହି ଭୁଲ କରେ, ତାହେଲେ ମୁଁ ତାଙ୍କୁ କହିବି। ମୁଁ କ'ଣ ସେଠାରେ ତବଲା ବଜାଇବା ପାଇଁ ଅଛି? କିନ୍ତୁ ସତ କହିବାକୁ ଗଲେ ପନ୍ତ ଜଣେ ସ୍ପେଶାଲ ଖେଳାଳି। ସେ ବିଧ୍ୱଂସୀ ଏବଂ ବିଧ୍ୱଂସକାରୀ ହୋଇପାରନ୍ତି। ଅନ୍ତର୍ଜାତୀୟ କ୍ରିକେଟ ସଫଳ ହେବା ପାଇଁ ତାଙ୍କୁ ଆମେ ସବୁପ୍ରକାରର ସମର୍ଥନ ଦେବୁ ବୋଲି ଶାସ୍ତ୍ରୀ କହିଛନ୍ତି।

ପନ୍ତଙ୍କୁ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ସମାଲୋଚନା କରିଥିଲେ। କିନ୍ତୁ ତାଙ୍କୁ ପୂର୍ବତନ କ୍ୟାପଟେନ୍ ସୁନୀଲ ଗାଭାସ୍କରଙ୍କ ସମର୍ଥନ ମିଳିଥିଲା। ଗାଭାସ୍କରଙ୍କ ମତରେ, "ଟି-୨୦ ବିଶ୍ୱକପ୍ ପୂର୍ବରୁ ପନ୍ତଙ୍କୁ ଅଧିକରୁ ଅଧିକ ସୁଯୋଗ ମିଳିବା ଦରକାର। ଆମକୁ ଏବେ ମହେନ୍ଦ୍ର ସିଂହ ଧୋନିଙ୍କ ବିନା ଭବିଷ୍ୟତ କଥା ଚିନ୍ତା କରିବାକୁ ପଡ଼ିବ। ଧୋନିଙ୍କୁ ଆଉ ମୁଁ ମୋ ଟିମରେ ରଖିପାରିବି ନାହିଁ। ତାଙ୍କ ସ୍ଥାନରେ ମୁଁ ପନ୍ତଙ୍କୁ ନିଶ୍ଚୟ ସୁଯୋଗ ଦେବି।" ସେହିପରି ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ମଧ୍ୟ ପନ୍ତଙ୍କୁ ସମର୍ଥନ ଜଣାଇ କହିଥିଲେ, ପନ୍ତଙ୍କୁ ଆଉ କିଛି ସୁଯୋଗ ମିଳିବା ଦରକାର।

Related story