ଥମୁନି ଟିମ୍ ଇଣ୍ଡିଆର ବିବାଦ: ଜାହିରଙ୍କ ବଦଳରେ ଭରତ ଅରୁଣଙ୍କୁ ବୋଲିଂ କୋଚ୍‌ କରିବାକୁ ଶାସ୍ତ୍ରୀଙ୍କ ଜିଦ୍‌

ଟିମ୍‌ ଇଣ୍ଡିଆର ନୂଆ କୋଚ୍‌ ନିଯୁକ୍ତି ସରିଛି। ବୋଲିଂ କୋଚ୍‌ ଓ ବିଦେଶ ଭ୍ରମଣ ସମୟରେ ବ୍ୟାଟିଂ କୋଚ୍‌ ମଧ୍ୟ ନିଯୁକ୍ତି ହୋଇସାରିଛି। ତଥାବି ଟିମ୍‌ ଇଣ୍ଡିଆର ବିବାଦ ଥମିବାରେ ନାଁ ଧରୁନି। ଅଧିନାୟକ କୋହଲିଙ୍କ କଥା ଅନୁସାରେ ଟିମ୍‌ ଇଣ୍ଡିଆର ନୂଆ କୋଚ୍ ଚୟନ ହୋଇଥିବା ଚର୍ଚ୍ଚା ସରିନଥିବା ବେଳେ ଏବେ ଆଉ ଏକ ବିବାଦ ମୁଣ୍ଡ ଟେକିଛି। କୁହାଯାଉଛି ଗାଙ୍ଗୁଲିଙ୍କ ମତ ଅନୁଯାୟୀ ଜାହିର ଖାନ୍‌ଙ୍କୁ ବୋଲିଂ କୋଚ୍‌ ନିଯୁକ୍ତି ଦିଆଯାଇଥିବା ବେଳେ ଶାସ୍ତ୍ରୀ […]

bharat-arun-ravi-shastri-zaheer-khan

Rakesh Mallick
  • Published: Thursday, 13 July 2017
  • , Updated: 13 July 2017, 05:44 PM IST

ଟିମ୍‌ ଇଣ୍ଡିଆର ନୂଆ କୋଚ୍‌ ନିଯୁକ୍ତି ସରିଛି। ବୋଲିଂ କୋଚ୍‌ ଓ ବିଦେଶ ଭ୍ରମଣ ସମୟରେ ବ୍ୟାଟିଂ କୋଚ୍‌ ମଧ୍ୟ ନିଯୁକ୍ତି ହୋଇସାରିଛି। ତଥାବି ଟିମ୍‌ ଇଣ୍ଡିଆର ବିବାଦ ଥମିବାରେ ନାଁ ଧରୁନି। ଅଧିନାୟକ କୋହଲିଙ୍କ କଥା ଅନୁସାରେ ଟିମ୍‌ ଇଣ୍ଡିଆର ନୂଆ କୋଚ୍ ଚୟନ ହୋଇଥିବା ଚର୍ଚ୍ଚା ସରିନଥିବା ବେଳେ ଏବେ ଆଉ ଏକ ବିବାଦ ମୁଣ୍ଡ ଟେକିଛି। କୁହାଯାଉଛି ଗାଙ୍ଗୁଲିଙ୍କ ମତ ଅନୁଯାୟୀ ଜାହିର ଖାନ୍‌ଙ୍କୁ ବୋଲିଂ କୋଚ୍‌ ନିଯୁକ୍ତି ଦିଆଯାଇଥିବା ବେଳେ ଶାସ୍ତ୍ରୀ ଏଥିରେ ବିରୋଧ ପ୍ରକାଶ କରିଛନ୍ତି। ରବି ଶାସ୍ତ୍ରୀ ନିଜ ପସନ୍ଦର ବୋଲିଂ କୋଚ୍‌ ଟିମ୍‌ରେ ରଖିବାକୁ ଚାହୁଁଛନ୍ତି। ତେଣୁ ଜାହିରଙ୍କ ବଦଳରେ ଭରତ ଅରୁଣଙ୍କୁ ବୋଲିଂ କୋଚ୍‌ କରିବା ପାଇଁ ଶାସ୍ତ୍ରୀ ଅଡି ବସିଛନ୍ତି।

Related story