ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଶ୍ୱିନଙ୍କ ୫୦ ୱିକେଟ୍ ପୂରଣ

ପୁଣେ: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ଉକ୍ତ ଟେଷ୍ଟର ପ୍ରଥମ ଇନିଂସରେ ୪ଟି ୱିକେଟ୍ ନେଇଛନ୍ତି। ଏଥିସହ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫୦ ୱିକେଟ୍ ପୂରଣ କରିଛନ୍ତି। ଏହି ଟିମ୍ ବିରୋଧରେ ୫୦ ୱିକେଟ୍ ନେବାରେ ସେ ଚତୁର୍ଥ ଭାରତୀୟ ବୋଲର ହୋଇଛନ୍ତି। ଶନିବାର ଅଶ୍ୱିନ୍ କାଗିସୋ ରବାଡାଙ୍କୁ ଆଉଟ୍ କରି ଏହି ଉବଲବ୍ଧି ହାସଲ କରିଛନ୍ତି। […]

ashwin

ashwin

Ranjit Kumar Jena
  • Published: Saturday, 12 October 2019
  • Updated: 12 October 2019, 06:21 PM IST

Sports

Latest News

ପୁଣେ: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ଉକ୍ତ ଟେଷ୍ଟର ପ୍ରଥମ ଇନିଂସରେ ୪ଟି ୱିକେଟ୍ ନେଇଛନ୍ତି। ଏଥିସହ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫୦ ୱିକେଟ୍ ପୂରଣ କରିଛନ୍ତି। ଏହି ଟିମ୍ ବିରୋଧରେ ୫୦ ୱିକେଟ୍ ନେବାରେ ସେ ଚତୁର୍ଥ ଭାରତୀୟ ବୋଲର ହୋଇଛନ୍ତି।

ଶନିବାର ଅଶ୍ୱିନ୍ କାଗିସୋ ରବାଡାଙ୍କୁ ଆଉଟ୍ କରି ଏହି ଉବଲବ୍ଧି ହାସଲ କରିଛନ୍ତି। ଭାରତ ପକ୍ଷରୁ ଟେଷ୍ଟ କ୍ରିକେଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସର୍ବାଧିକ ୱିକେଟ୍ ନେବାର ରେକର୍ଡ ଅନୀଲ କୁମ୍ବଲେଙ୍କ ନାଁରେ ରହିଛି। କୁମ୍ବଲେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମୋଟ ୮୪ ୱିକେଟ୍ ନେଇଛନ୍ତି। ତାଙ୍କ ପରେ ଜଭାଗଲ ଶ୍ରୀନାଥ ୬୪ ୱିକେଟ୍ ସହ ଦ୍ୱିତୀୟ ଏବଂ ହରଭଜନ ସିଂହ ୬୦ ୱିକେଟ୍ ସହ ତୃତୀୟ ସ୍ଥାନରେ ଅଛନ୍ତି। ଅଶ୍ୱିନ୍ ପ୍ରଥମ ଇନିଂସରେ ଫାଫ୍ ଡ୍ୟୁପ୍ଲେସିସ୍‌, କ୍ୱିଣ୍ଟନ୍ ଡି'କକ୍ ଓ କେଶବ ମହାରାଜଙ୍କୁ ପ୍ୟାଭିଲିୟନ୍ ପଠାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos