ରାୱଲପିଣ୍ଡି ଟେଷ୍ଟ: ପ୍ରଥମ ଦିନରେ ଶ୍ରୀଲଙ୍କା ୨୦୨/୫

ରାୱଲପିଣ୍ଡି: ୧୦ ବର୍ଷ ପରେ ପାକିସ୍ତାନ ମାଟିରେ ଖେଳାଯାଇଛି ଟେଷ୍ଟ କ୍ରିକେଟ୍‌, ଯେଉଁଥିରେ ମୁହାଁମୁହିଁ ହୋଇଛନ୍ତି ଆୟୋଜକ ଦଳ ଏବଂ ଶ୍ରୀଲଙ୍କା। ମ୍ୟାଚର ପ୍ରଥମ ଦିବସରେ ପାକିସ୍ତାନ ବୋଲରଙ୍କ ନାଁରେ ରହିଛି। ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଦିବସର ଖେଳ ଶେଷ ସୁଦ୍ଧା ୫ ୱିକେଟ୍ ହରାଇ ୨୦୨ ରନ୍ କରିଛି। ଖରାପ ଆଲୋକ ଯୋଗୁ ପ୍ରଥମ ଦିନରେ ୨୦.୫ ଓଭର କମ୍ ହୋଇଥିଲା। ଷ୍ଟମ୍ପ ଅପସାରଣ ବେଳକୁ ଧନଞ୍ଜୟ […]

sl

sl

Ranjit Kumar Jena
  • Published: Wednesday, 11 December 2019
  • Updated: 11 December 2019, 09:49 PM IST

Sports

Latest News

ରାୱଲପିଣ୍ଡି: ୧୦ ବର୍ଷ ପରେ ପାକିସ୍ତାନ ମାଟିରେ ଖେଳାଯାଇଛି ଟେଷ୍ଟ କ୍ରିକେଟ୍‌, ଯେଉଁଥିରେ ମୁହାଁମୁହିଁ ହୋଇଛନ୍ତି ଆୟୋଜକ ଦଳ ଏବଂ ଶ୍ରୀଲଙ୍କା। ମ୍ୟାଚର ପ୍ରଥମ ଦିବସରେ ପାକିସ୍ତାନ ବୋଲରଙ୍କ ନାଁରେ ରହିଛି। ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଦିବସର ଖେଳ ଶେଷ ସୁଦ୍ଧା ୫ ୱିକେଟ୍ ହରାଇ ୨୦୨ ରନ୍ କରିଛି। ଖରାପ ଆଲୋକ ଯୋଗୁ ପ୍ରଥମ ଦିନରେ ୨୦.୫ ଓଭର କମ୍ ହୋଇଥିଲା। ଷ୍ଟମ୍ପ ଅପସାରଣ ବେଳକୁ ଧନଞ୍ଜୟ ଡି'ସିଲଭା ୩୮ ଓ ନିରୋଶାନ୍ ଡିକୱେଲା ୧୧ ରନ୍ କରି ଅପରାଜିତ ରହିଛନ୍ତି।

କ୍ୟାପଟେନ୍ ଦିମୁତ କରୁଣାରତ୍ନେ (୫୯) ଓ ଓଶାଡା ଫର୍ଣ୍ଣାଣ୍ଡୋ (୪୦) ପ୍ରଥମ ୱିକେଟ୍ ପାଇଁ ୯୬ ରନର ଭାଗୀଦାରୀ କରି ଶ୍ରୀଲଙ୍କାକୁ ଭଲ ଶୁଭାରମ୍ଭ ଦେଇଥିଲେ, କିନ୍ତୁ ପରବର୍ତ୍ତୀ ବ୍ୟାଟ୍ସମ୍ୟାନ୍ ଏହାର ଫାଇଦା ଉଠାଇପାରି ନଥିଲେ। ମଧ୍ୟାହ୍ନ ଭୋଜନ ସୁଦ୍ଧା ଶ୍ରୀଲଙ୍କାର ସ୍କୋର ବିନା ୱିକେଟରେ ୮୯ ରନରେ ଥିଲା। ଏହା ପରେ ଶାହୀନ୍ ଆଫ୍ରିଦି କରୁଣାରତ୍ନେଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ମଧ୍ୟାହ୍ନ ଭୋଜନ ପରେ ଶ୍ରୀଲଙ୍କା ୩୧ ରନ୍ ଭିତରେ ୪ ୱିକେଟ୍ ହରାଇଥିଲା।

ଯୁବ ପେସର ନସୀମ ଶାହ ଅନ୍ୟତମ ଓପ୍ନର ଫର୍ଣ୍ଣାଣ୍ଡୋଙ୍କୁ ଆଉଟ୍ କରିଥିଲେ। ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା କୁଶଲ ମେଣ୍ଡିସ୍ ମାତ୍ର ୧୦ ରନ୍ କରି ଉସମାନ୍ ଶିନୱାରୀଙ୍କ ଶିକାର ହୋଇଥିବା ବେଳେ ଦିନେଶ ଚାଣ୍ଡିମଲ୍ ୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଆଞ୍ଜେଲୋ ମାଥ୍ୟୁସ୍ ଓ ଧନଞ୍ଜନଙ୍କ ମଧ୍ୟରେ ପଞ୍ଚମ ୱିକେଟ୍ ପାଇଁ ଅର୍ଦ୍ଧଶତକୀୟ (୬୨) ରନର ଭାଗୀଦାରୀ ହୋଇଥିଲା। କିନ୍ତୁ ନସୀମ ମାଥ୍ୟୁସ୍ (୩୧)ଙ୍କୁ ଆଉଟ୍ କରି ଏହି ଯୋଡ଼ିକୁ ଭାଙ୍ଗିଥିଲେ।

ପାକିସ୍ତାନ ପକ୍ଷରୁ ନସୀମ ୨ଟି, ମହମ୍ମଦ ଆବାସ, ଆଫ୍ରିଦି ଓ ଉସମାନ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। ସୂଚନାଯୋଗ୍ୟ, ୧୦ ବର୍ଷ ପରେ ପାକିସ୍ତାନରେ ହେଉଥିବା ପ୍ରଥମ ଟେଷ୍ଟକୁ ଦେଖିବା ପାଇଁ ୮ହଜାର ଦର୍ଶକ ଷ୍ଟାଡିୟମ ଆସିଥିଲେ। ୨୦୦୯ରେ ଲାହୋରରେ ଶ୍ରୀଲଙ୍କା ଟିମର ବସ୍ ଉପରକୁ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନରେ କୌଣସି ଟେଷ୍ଟ ମ୍ୟାଚ୍ ଆୟୋଜିତ ହୋଇନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story