କାହିଁକି କଳାରଙ୍ଗର ବ୍ୟାଣ୍ଡ ପିନ୍ଧିଲେ ଅଷ୍ଟ୍ରେଲିଆ ଓ ଭାରତୀୟ ଖେଳାଳି

ସିଡ୍‌ନୀ: ଅଷ୍ଟ୍ରେଲିଆର ସିଡ୍‌ନୀଠାରେ ଆଜିଠାରୁ ୪ର୍ଥ ଟେଷ୍ଟ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ର ପ୍ରଥମ ଦିନରେ ଭାରତ ଓ ଅଷ୍ଟ୍ରେଲିଆର ଖେଳାଳିମାନେ ବାହୁରେ କଳା ରଙ୍ଗର ବ୍ୟାଣ୍ଡ ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ। ତେବେ ଏହା ପଛର କାରଣ କ’ଣ? ଦୁଇଟି ଭିନ୍ନ କାରଣ ପାଇଁ ଦୁଇ ଦେଶର ଖେଳାଳି କଳାରଙ୍ଗର ବ୍ୟାଣ୍ତ ପିନ୍ଧିଥିଲେ। ଅଷ୍ଟ୍ରେଲିଆର ଖେଳାଳିମାନେ ପୂର୍ବତନ ବ୍ୟାଟସମ୍ୟାନ ବିଲ୍ ୱାଟଶନଙ୍କ ସମ୍ମାନାର୍ଥେ ଏଭଳି କଳାରଙ୍ଗର ବ୍ୟାଣ୍ଡ ପରିଧାନ କରିଥିବା ବେଳେ ଭାରତୀୟ ଖେଳାଳି କ୍ରିକେଟ ଗୁରୁ […]

aa

Hemant Lenka
  • Published: Thursday, 03 January 2019
  • , Updated: 03 January 2019, 08:13 PM IST

ସିଡ୍‌ନୀ: ଅଷ୍ଟ୍ରେଲିଆର ସିଡ୍‌ନୀଠାରେ ଆଜିଠାରୁ ୪ର୍ଥ ଟେଷ୍ଟ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ର ପ୍ରଥମ ଦିନରେ ଭାରତ ଓ ଅଷ୍ଟ୍ରେଲିଆର ଖେଳାଳିମାନେ ବାହୁରେ କଳା ରଙ୍ଗର ବ୍ୟାଣ୍ଡ ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ। ତେବେ ଏହା ପଛର କାରଣ କ’ଣ?

ଦୁଇଟି ଭିନ୍ନ କାରଣ ପାଇଁ ଦୁଇ ଦେଶର ଖେଳାଳି କଳାରଙ୍ଗର ବ୍ୟାଣ୍ତ ପିନ୍ଧିଥିଲେ। ଅଷ୍ଟ୍ରେଲିଆର ଖେଳାଳିମାନେ ପୂର୍ବତନ ବ୍ୟାଟସମ୍ୟାନ ବିଲ୍ ୱାଟଶନଙ୍କ ସମ୍ମାନାର୍ଥେ ଏଭଳି କଳାରଙ୍ଗର ବ୍ୟାଣ୍ଡ ପରିଧାନ କରିଥିବା ବେଳେ ଭାରତୀୟ ଖେଳାଳି କ୍ରିକେଟ ଗୁରୁ ରମାକାନ୍ତ ଆଚରେକରଙ୍କ ଦେହାନ୍ତ ଯୋଗୁ ଏଭଳି କଳାରଙ୍ଗର ବ୍ୟାଣ୍ଡ ପିନ୍ଧିଥିଲେ।

ଡିସେମ୍ବର ୩୧ରେ ୱାଟଶନ୍‌ଙ୍କ ଦେହାନ୍ତ ହୋଇଥିଲା। ସେ ମାତ୍ର ୪ଟି ଟେଷ୍ଟ ଖେଳିଥିଲେ। କିନ୍ତୁ ୪୧ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ର ୬୬ଟି ଇନିଂସ୍‌ରେ ୧୯୫୮ ରନ୍‌ କରିଥିଲେ। ଏଥିରେ ୬ଟି ଶତକ ଓ ୫ଟି ଅର୍ଦ୍ଧଶତକ ରହିଛି। ନ୍ୟୁସାଉଥ୍‌ ୱେଲ୍ସ ପକ୍ଷରୁ ଖେଳୁଥିବା ବିଲ୍ ୱାଟଶନ୍‌ ୧୯୫୫ରେ ୨୦୬ ରନ୍‌ର ଏକ ଇନିଂସ୍‌ ଖେଳିଥିଲେ।

ଅନ୍ୟପକ୍ଷରେ ବୁଧବାର କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଭଳି ଖେଳାଳିଙ୍କୁ ନିଜ ହାତରେ ଗଢ଼ିଥିବା ଗୁରୁ ରମାକାନ୍ତ ଆଚରେକରଙ୍କ ଦେହାନ୍ତ ହୋଇଥିଲା। ଭାରତୀୟ ଟିମ୍‌ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ କଳାରଙ୍ଗର ବ୍ୟାଣ୍ଡ ପରିଧାନ କରିଥିଲେ।

Related story