ସର୍ଫରାଜଙ୍କୁ ହଟାଇବା ପାଇଁ ପାକ୍ ବିଧାନସଭାରେ ପ୍ରସ୍ତାବ

ଲାହୋର: ଶ୍ରୀଲଙ୍କାଠାରୁ ଟି-୨୦ ସିରିଜରେ ଶୋଚନୀୟ ଭାବେ ହାରିବା ପରେ ପାକିସ୍ତାନକୁ ଏବେ ଚାରିଆଡ଼ୁ ସମାଲୋଚନା କରାଯାଉଛି। ଖେଳାଳିମାନଙ୍କଠାରୁ ଆରମ୍ଭ କରି କୋଚ୍ ଓ ମୁଖ୍ୟ ଚୟନକର୍ତ୍ତା ମିଶବା-ଉଲ୍‌-ହକ୍ ଏବେ ସମାଲୋଚକଙ୍କ ନଜରରେ ଅଛନ୍ତି। ଏପରିକି ସର୍ଫରାଜ ଅହମ୍ମଦଙ୍କୁ ପାକିସ୍ତାନ ଟିମର କ୍ୟାପଟେନ୍ ପଦରୁ ହଟାଇବା ପାଇଁ ପାକିସ୍ତାନସ୍ଥ ପଞ୍ଜାବ ବିଧାନସଭା ତରଫରୁ ଏକ ପ୍ରସ୍ତାବ ରଖାଯାଇଛି। ଏହି ପ୍ରସ୍ତାବ ଲିଗ୍‌-ନୱାଜର ବିଧାୟକ ମଲିକ୍ ଇକବାଲ୍ ଜାହିର୍ ଦେଇଛନ୍ତି। ସେ ଏହି ପ୍ରସ୍ତାବରେ ଦାବି କରିଛନ୍ତି ଯେ, […]

sarfaraz

Ranjit Kumar Jena
  • Published: Thursday, 10 October 2019
  • , Updated: 10 October 2019, 07:05 PM IST

ଲାହୋର: ଶ୍ରୀଲଙ୍କାଠାରୁ ଟି-୨୦ ସିରିଜରେ ଶୋଚନୀୟ ଭାବେ ହାରିବା ପରେ ପାକିସ୍ତାନକୁ ଏବେ ଚାରିଆଡ଼ୁ ସମାଲୋଚନା କରାଯାଉଛି। ଖେଳାଳିମାନଙ୍କଠାରୁ ଆରମ୍ଭ କରି କୋଚ୍ ଓ ମୁଖ୍ୟ ଚୟନକର୍ତ୍ତା ମିଶବା-ଉଲ୍‌-ହକ୍ ଏବେ ସମାଲୋଚକଙ୍କ ନଜରରେ ଅଛନ୍ତି। ଏପରିକି ସର୍ଫରାଜ ଅହମ୍ମଦଙ୍କୁ ପାକିସ୍ତାନ ଟିମର କ୍ୟାପଟେନ୍ ପଦରୁ ହଟାଇବା ପାଇଁ ପାକିସ୍ତାନସ୍ଥ ପଞ୍ଜାବ ବିଧାନସଭା ତରଫରୁ ଏକ ପ୍ରସ୍ତାବ ରଖାଯାଇଛି। ଏହି ପ୍ରସ୍ତାବ ଲିଗ୍‌-ନୱାଜର ବିଧାୟକ ମଲିକ୍ ଇକବାଲ୍ ଜାହିର୍ ଦେଇଛନ୍ତି।

ସେ ଏହି ପ୍ରସ୍ତାବରେ ଦାବି କରିଛନ୍ତି ଯେ, ଶ୍ରୀଲଙ୍କାଠାରୁ ଟି-୨୦ ସିରିଜରେ ପାକିସ୍ତାନର ମୂଳପୋଛ୍ ହେବା ପରେ ପଞ୍ଜାବ ବିଧାନସଭା ନିରାଶ ହୋଇଛି। ଟି-୨୦ ଫର୍ମାଟର ଏକ ନମ୍ବର ଟିମ୍ (ପାକିସ୍ତାନ) ନିଜଠାରୁ କମ୍ ରାଙ୍କିଙ୍ଗ୍ ବିଶିଷ୍ଟ ଟିମଠାରୁ ହାରିବା ନିଶ୍ଚିତ ଭାବେ ଲଜ୍ଜାଜନକ। ଏଥିପାଇଁ ପୂରା ପାକିସ୍ତାନ ଦୁଃଖରେ ଭାଙ୍ଗି ପଡ଼ିଛି। ଏହି ପ୍ରସ୍ତାବରେ ଆହୁରି ଦାବି କରାଯାଇଛି ଯେ, ଶ୍ରୀଲଙ୍କାଠାରୁ ମିଳିଥିବା ଏହି ଏକତରଫା ପରାଜୟର ତଦନ୍ତ କରାଯିବା ଦରକାର। ଏହା ସହ ସର୍ଫରାଜଙ୍କୁ ପାକିସ୍ତାନ କ୍ରିକେଟ୍ ଟିମର କ୍ୟାପଟେନ୍ ପଦରୁ ତୁରନ୍ତ ହଟାଯାଉ।"

ସୂଚନାଯୋଗ୍ୟ, ଆଞ୍ଜେଲୋ ମାଥ୍ୟୁସ ଓ ଲସିଥ୍ ମାଲିଙ୍ଗାଙ୍କ ସମେତ ଶ୍ରୀଲଙ୍କାର ୧୦ଜଣ ସିନିୟର ଖେଳାଳି ସୁରକ୍ଷା କାରଣରୁ ପାକିସ୍ତାନ ଆସିବାକୁ ମନା କରିଥିଲେ। ଏହା ପରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଅଧିକାଂଶ ଅନଭିଜ୍ଞ ଖେଳାଳିଙ୍କୁ ପାକିସ୍ତାନକୁ ପଠାଇଥିଲା। ଦିନିକିଆ ସିରିଜରେ ଶ୍ରୀଲଙ୍କା ପରାଜୟର ସମ୍ମୁଖୀନ ହୋଇଥିବା ବେଳେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ସବୁଯାକ ମ୍ୟାଚ୍ ଜିତି ଏହି ଟିମ୍ କ୍ରିକେଟ୍ ପ୍ରଶଂସକଙ୍କୁ ସ୍ତବ୍ଧ କରିଦେଇଛି।

Related story