ରିଓ ଅଲିମ୍ପିକ: ନିରାଶ କଲେ ଜିତୁ

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ନିରାଶ କରିଛନ୍ତି ଜିତୁ ରାୟ। ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଯୋଗ୍ୟତା ପର୍ଯ୍ୟାୟରେ ଷଷ୍ଠ ସ୍ଥାନ ହାସଲ କରିଥିବା ଜିତୁ ଫାଇନାଲ୍‌ରେ ଖରାପ ପ୍ରଦର୍ଶନ କରି ଅଷ୍ଟମ ସ୍ଥାନରେ ରହିଥିଲେ। ଏଥିସହ ସେ ପଦକ ଲଢ଼େଇରୁ ବଞ୍ଚିତ ହୋଇଥିଲେ। ଯୋଗ୍ୟତା ପର୍ଯ୍ୟାୟରେ ଜିତୁ ୫୮୦ ପଏଣ୍ଟ ପାଇଥିଲେ। ହେଲେ ଫାଇନାଲ ରାଉଣ୍ଡରେ ପ୍ରଥମ ୮ଟି ପ୍ରୟାସରେ ସେ ମାତ୍ର ୭୮.୭ ପଏଣ୍ଟ ପାଇଥିଲେ। ଫଳରେ ଅଷ୍ଟମ ସ୍ଥାନରେ ରହି […]

jitu-rai

Rakesh Mallick
  • Published: Sunday, 07 August 2016
  • , Updated: 07 August 2016, 08:55 AM IST

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ନିରାଶ କରିଛନ୍ତି ଜିତୁ ରାୟ। ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଯୋଗ୍ୟତା ପର୍ଯ୍ୟାୟରେ ଷଷ୍ଠ ସ୍ଥାନ ହାସଲ କରିଥିବା ଜିତୁ ଫାଇନାଲ୍‌ରେ ଖରାପ ପ୍ରଦର୍ଶନ କରି ଅଷ୍ଟମ ସ୍ଥାନରେ ରହିଥିଲେ। ଏଥିସହ ସେ ପଦକ ଲଢ଼େଇରୁ ବଞ୍ଚିତ ହୋଇଥିଲେ।

ଯୋଗ୍ୟତା ପର୍ଯ୍ୟାୟରେ ଜିତୁ ୫୮୦ ପଏଣ୍ଟ ପାଇଥିଲେ। ହେଲେ ଫାଇନାଲ ରାଉଣ୍ଡରେ ପ୍ରଥମ ୮ଟି ପ୍ରୟାସରେ ସେ ମାତ୍ର ୭୮.୭ ପଏଣ୍ଟ ପାଇଥିଲେ। ଫଳରେ ଅଷ୍ଟମ ସ୍ଥାନରେ ରହି ଆଉ ଗୁଳି ଚାଳନା ପାଇଁ ସୁଯୋଗ ପାଇ ନ ଥିଲେ।

ଏହି ଇଭେଣ୍ଟରେ ଭିଏତନାମାର ଭିନ୍ ସ୍ୱର୍ଣ୍ଣ ପଦକ ଜିତି ଥିବା ବେଳେ ବ୍ରାଜିଲ୍‌ର ଅଲ୍‌ମୈଦା ରୌପ୍ୟ ଓ ଚୀନର ୱେଇ ବ୍ରୋଞ୍ଜ ପଦକ ଜିତି ଥିଲେ।

Related story