ରିଓ ଅଲିମ୍ପିକ୍: ଭାରତ ପାଇଁ ପ୍ରଥମ ପଦକ ଜିତିଲେ ସାକ୍ଷୀ

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ବୁଧବାର ଭାରତ ପାଇଁ ପ୍ରଥମ ପଦକ ଜିତିଛନ୍ତି ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ। ୫୮ କେଜି ଫ୍ରିଷ୍ଟାଇଲ୍‌ ବର୍ଗରେ ସେ କିର୍ଗିଜସ୍ତାନର ଆଇସୁଲୁ ଟିନିବେକୋଭାଙ୍କୁ ହରାଇ ବ୍ରୋଞ୍ଜ ପଦକ ଜିତିଛନ୍ତି। ଭାରତ ପାଇଁ ରିଓରେ ଗୌରବ ଆଣିଥିବା ହରିଆଣାର ମୋଖ୍ରା ଗାଁର ଏହି ୨୩ ବର୍ଷୀୟ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ହରିଆଣା ସରକାର ତାଙ୍କୁ ୩ କୋଟି ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି। ସାକ୍ଷୀ […]

sakhi

Rakesh Mallick
  • Published: Thursday, 18 August 2016
  • , Updated: 18 August 2016, 12:59 PM IST

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ବୁଧବାର ଭାରତ ପାଇଁ ପ୍ରଥମ ପଦକ ଜିତିଛନ୍ତି ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ। ୫୮ କେଜି ଫ୍ରିଷ୍ଟାଇଲ୍‌ ବର୍ଗରେ ସେ କିର୍ଗିଜସ୍ତାନର ଆଇସୁଲୁ ଟିନିବେକୋଭାଙ୍କୁ ହରାଇ ବ୍ରୋଞ୍ଜ ପଦକ ଜିତିଛନ୍ତି। ଭାରତ ପାଇଁ ରିଓରେ ଗୌରବ ଆଣିଥିବା ହରିଆଣାର ମୋଖ୍ରା ଗାଁର ଏହି ୨୩ ବର୍ଷୀୟ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ହରିଆଣା ସରକାର ତାଙ୍କୁ ୩ କୋଟି ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି।

ସାକ୍ଷୀ ଯୋଗ୍ୟତା ପର୍ଯ୍ୟାୟରେ ସ୍ୱିଡେନ୍‌ର ମାଲିନ ଜୋହାନ୍ନା ମାଟ୍ଟସନ୍‌ଙ୍କୁ ୫-୪ରେ ହରାଇଥିଲେ। ମୋଲଡୋଭାର ମାରିଆନା ଇସାନୁ ଚେରଡିଭାରାଙ୍କୁ ହରାଇ ସେ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲେ। କ୍ୱାର୍ଟର ଫାଇନାଲ୍‌ରେ ରୁଷିଆର ଭାଲେରିଆ କୋବଲୋଭାଙ୍କ ଠାରୁ ସେ ୯-୨ରେ ହାରି ଯାଇଥିଲେ। ତେବେ ଭାଲେରିଆ ସେମି ଫାଇନାଲ୍‌ରେ ଜିତି ଫାଇନାଲ୍‌ରେ ପ୍ରବେଶ କରିବା ପରେ ରିପିଚେଜ୍ ଲଢ଼ିବାର ସୁଯୋଗ ପାଇଥିଲେ ସାକ୍ଷୀ। ରିପିଚେଜ୍‌ର ପ୍ରଥମ ଲଢ଼େଇ ସେ ମଙ୍ଗୋଲିଆର ଓର୍ଖନ ପୁରଭଦୋର୍ଜଙ୍କୁ ଏକତରଫା ଭାବେ ୧୨-୩ ପଏଣ୍ଟରେ ହରାଇ ପଦକାର ନିକଟତର ହୋଇଥିଲେ। ଏହା ପରେ ସେ କିର୍ଗିଜସ୍ତାନାର ଆଇସୁଲୁ ଟିନିବେକୋଭା ବିପକ୍ଷରେ ଖେଳି ଥିଲେ ଓ ଜିତି ଯାଇଥିଲେ।

Related story