ରିଓ ଅଲିମ୍ପିକ୍‌: ସାନିଆ-ବୋପାନ୍ନା ଯୋଡ଼ି କ୍ୱାର୍ଟର ଫାଇନାଲକୁ ଉନ୍ନୀତ

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ର ମିକ୍ସଡ୍ ଡବଲ୍ସର କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି ସାନିଆ ମିର୍ଜା ଓ ରୋହନ ବୋପାନ୍ନା ଯୋଡ଼ି। ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ସାମନ୍ଥା ସ୍ଟୋସୁର ଓ ଜନ୍ ପିୟର୍ସ ଯୋଡ଼ିକୁ ୭-୫, ୬-୪ରେ ହରାଇ ସେମାନେ କ୍ୱାର୍ଟର ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି। ପୂର୍ବରୁ ପୁରୁଷ ଡବଲ୍ସ ଓ ମହିଳା ଡବଲ୍ସରୁ ଉଭୟ ବୋପାନ୍ନା ଓ ସାନିଆ ବାଦ୍ ପଡ଼ି ସାରିଛନ୍ତି। ପୁରୁଷ ଡବଲ୍ସରେ ଲିଆଣ୍ଡର ପେସ୍‌ଙ୍କୁ ସାଥୀ କରି ଖେଳି ଥିଲେ […]

saina

Rakesh Mallick
  • Published: Friday, 12 August 2016
  • , Updated: 12 August 2016, 09:25 AM IST

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ର ମିକ୍ସଡ୍ ଡବଲ୍ସର କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି ସାନିଆ ମିର୍ଜା ଓ ରୋହନ ବୋପାନ୍ନା ଯୋଡ଼ି। ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ସାମନ୍ଥା ସ୍ଟୋସୁର ଓ ଜନ୍ ପିୟର୍ସ ଯୋଡ଼ିକୁ ୭-୫, ୬-୪ରେ ହରାଇ ସେମାନେ କ୍ୱାର୍ଟର ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି।

ପୂର୍ବରୁ ପୁରୁଷ ଡବଲ୍ସ ଓ ମହିଳା ଡବଲ୍ସରୁ ଉଭୟ ବୋପାନ୍ନା ଓ ସାନିଆ ବାଦ୍ ପଡ଼ି ସାରିଛନ୍ତି। ପୁରୁଷ ଡବଲ୍ସରେ ଲିଆଣ୍ଡର ପେସ୍‌ଙ୍କୁ ସାଥୀ କରି ଖେଳି ଥିଲେ ବୋପାନ୍ନା। ମହିଳା ଡବଲ୍ସରେ ପ୍ରାର୍ଥନା ଥମ୍ବରକୁ ସାଥୀ କରି ଖେଳି ଥିଲେ ସାନିଆ।

Related story