ରିଓ ଅଲିମ୍ପିକରେ ଭାରତ ୧୦ଟି ପଦକ ଜିତିବ: କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ

କୋଲକାତା: ଆସନ୍ତା ବର୍ଷ ରିଓ ଅଲିମ୍ପିକରେ ଭାରତ ୧୦ଟି ମେଡାଲ ଜିତିବ। ଶନିବାର ଏ କଥା କହିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ। ସେ କହିଥିଲେ, ୨୦୧୨ ଲଣ୍ଡନ ଅଲିମ୍ପିକରେ ଭାରତ ୬ଟି ପଦକ ଜିତି ଥିଲା। କିନ୍ତୁ ଆସନ୍ତାବର୍ଷ ରିଓ ଅଲିମ୍ପିକରେ ଦେଶ ନିଶ୍ଚିତ ୧୦ଟି ପଦକ ଜିତିବ। ଗତ ଥର ଠାରୁ ଆମ ଖେଳାଳି ମାନେ ଆସନ୍ତାବର୍ଷ ଅଧିକ ପଦକ ଜିତିବେ। ଏଥିପାଇଁ ଟାର୍ଗେଟ୍ ଅଲିମ୍ପିକ ପୋଡିୟମ (ଟିଓପି) ନାମରେ ଏକ ଯୋଜନା […]

sarbanandasonowal

Rakesh Mallick
  • Published: Saturday, 20 June 2015
  • , Updated: 20 June 2015, 03:36 PM IST

କୋଲକାତା: ଆସନ୍ତା ବର୍ଷ ରିଓ ଅଲିମ୍ପିକରେ ଭାରତ ୧୦ଟି ମେଡାଲ ଜିତିବ। ଶନିବାର ଏ କଥା କହିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ।

ସେ କହିଥିଲେ, ୨୦୧୨ ଲଣ୍ଡନ ଅଲିମ୍ପିକରେ ଭାରତ ୬ଟି ପଦକ ଜିତି ଥିଲା। କିନ୍ତୁ ଆସନ୍ତାବର୍ଷ ରିଓ ଅଲିମ୍ପିକରେ ଦେଶ ନିଶ୍ଚିତ ୧୦ଟି ପଦକ ଜିତିବ। ଗତ ଥର ଠାରୁ ଆମ ଖେଳାଳି ମାନେ ଆସନ୍ତାବର୍ଷ ଅଧିକ ପଦକ ଜିତିବେ। ଏଥିପାଇଁ ଟାର୍ଗେଟ୍ ଅଲିମ୍ପିକ ପୋଡିୟମ (ଟିଓପି) ନାମରେ ଏକ ଯୋଜନା ଆରମ୍ଭ କରାଯାଇଛି। ଅଲିମ୍ପିକରେ ମେଡାଲ ଜିତିବା ପାଇଁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି। ସରକାର ଖେଳାଳି ମାନଙ୍କୁ ଯଥାସମ୍ଭବ ସାହାଯ୍ୟ କରିବା ପାଇଁ ଚେଷ୍ଟା କରୁଛନ୍ତି।

ଟିଓପି ଯୋଜନା କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ବିଭାଗ ପକ୍ଷରୁ ନ୍ୟାସନାଲ ସ୍ପୋଟର୍ସ ଡେଭେଲପମେଣ୍ଟ ଫଣ୍ଡ୍ (ଏନଏସଡିଏଫ) ଅଧୀନରେ କାର୍ଯ୍ୟକାରୀ କରାଯାଇଛି। ୨୦୧୬ ଓ ୨୦୨୦ ଅଲିମ୍ପିକରେ ପଦକ ଜିତିବାକୁ ମୂଳ ଲକ୍ଷ୍ୟ ନେଇ ଏହି ଯୋଜନା ପ୍ରସ୍ତୁତ ହୋଇଛି।

Related story