ଦିଲ୍ଲୀ ବିଜୟରେ ଧୱନ ଓ ପନ୍ତଙ୍କ ରେକର୍ଡ

ମୁମ୍ବାଇ: ଆଇପିଏଲର ଦ୍ୱାଦଶ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ତା’ର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୩୭ ରନରେ ପରାସ୍ତ କରି ବିଜୟ ସହ ଶୁଭାରମ୍ଭ କରିଛି। ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ଯୁବ ୱିକେଟକିପର ଋଷଭ ପନ୍ତ(୭୮ ରନ୍, ୨୭ ବଲ, ୭ ଚୌକା, ୭ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୬ ୱିକେଟ ହରାଇ ୨୧୩ ରନ କରିଥିଲା। ଜବାବରେ ମୁମ୍ବାଇ ୧୯.୨ ଓଭରରେ ସମସ୍ତ ୱିକେଟ ହରାଇ ୧୭୬ ରନ କରିବାକୁ ସକ୍ଷମ ହୋଇଥିଲା। […]

pant

Ranjit Kumar Jena
  • Published: Monday, 25 March 2019
  • , Updated: 25 March 2019, 04:28 PM IST

ମୁମ୍ବାଇ: ଆଇପିଏଲର ଦ୍ୱାଦଶ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ତା’ର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୩୭ ରନରେ ପରାସ୍ତ କରି ବିଜୟ ସହ ଶୁଭାରମ୍ଭ କରିଛି। ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ଯୁବ ୱିକେଟକିପର ଋଷଭ ପନ୍ତ(୭୮ ରନ୍, ୨୭ ବଲ, ୭ ଚୌକା, ୭ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୬ ୱିକେଟ ହରାଇ ୨୧୩ ରନ କରିଥିଲା।

ଜବାବରେ ମୁମ୍ବାଇ ୧୯.୨ ଓଭରରେ ସମସ୍ତ ୱିକେଟ ହରାଇ ୧୭୬ ରନ କରିବାକୁ ସକ୍ଷମ ହୋଇଥିଲା। ମୁମ୍ବାଇ ପକ୍ଷରୁ ଯୁବରାଜ ସିଂହ ସର୍ବାଧିକ ୫୩ (୩୫ ବଲ, ୫ ଚୌକା, ୩ ଛକା) ରନ କରିଥିବା ବେଳେ କୃନାଲ ପାଣ୍ଡ୍ୟା ୩୨, କ୍ୱିଣ୍ଟନ ଡିକକ ୨୭, କାଇରନ ପୋଲାର୍ଡ ୨୧ ଓ ରୋହିତ ଶର୍ମା ୧୪ ରନ କରିଥିଲେ।

ଦିଲ୍ଲୀର ସଫଳ ବୋଲର ଭାବେ ଈଶାନ୍ତ ଶର୍ମା ଓ କାଗିସୋ ରବାଡା ୨ଟି ଲେଖାଏ ୱିକେଟ ହାସଲ କରିଥିଲେ। ନିଜର ଧୂଆଁଧାର ବ୍ୟାଟିଂ ପ୍ରଦର୍ଶନ ଯୋଗୁ ପନ୍ତ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ। ପନ୍ତଙ୍କ ବ୍ୟତୀତ ଦିଲ୍ଲୀ ପକ୍ଷରୁ କଲିନ ଇନଗ୍ରାମ (୪୭) ଓ ଶିଖର ଧୱନ୍ (୪୩) ଉପଯୋଗୀ ରନର ଯୋଗଦାନ କରିଥିଲେ। ଏହି ମ୍ୟାଚରେ ଦିଲ୍ଲୀର ପନ୍ତ ଓ ଶିଖର ଧୱନ ରେକର୍ଡ କରିଛନ୍ତି। ଏହି ରେକର୍ଡଗୁଡ଼ିକ ହେଲା…

- ପନ୍ତ ଏହି ମ୍ୟାଚରେ ମାତ୍ର ୧୮ ବଲରେ ଅର୍ଦ୍ଧଶତକ ମାରିଛନ୍ତି। ଏହି ମାମଲାରେ ସେ ଜୋସ ବଟଲରଙ୍କ ସହ ଦ୍ୱାଦଶ ଖେଳାଳି ଭାବେ ଦ୍ରୁତ ଅର୍ଦ୍ଧଶତକ ମାରିବାର ରେକର୍ଡ କରିଛନ୍ତି।

- ଧୱନ ଏହି ମ୍ୟାଚରେ ୩୬ ବଲରେ ୪୩ ରନର ଇନିଂସ ଖେଳିଛନ୍ତି। ଏଥିସହ ସେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଦ୍ୱିତୀୟ ସର୍ବାଧିକ ସ୍କୋରର ହୋଇଛନ୍ତି। ମୁମ୍ବାଇ ବିପକ୍ଷରେ ସେ ଏପର୍ଯ୍ୟନ୍ତ ୬୨୯ ରନ୍ କରିଛନ୍ତି।

- ଉକ୍ତ ମ୍ୟାଚରେ ପନ୍ତ ୭ ଛକା ମାରିବା ସହ ଦିଲ୍ଲୀର ପଞ୍ଚମ ବ୍ୟାଟ୍ସମ୍ୟାନ ଭାବେ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାର ରେକର୍ଡ କରିଛନ୍ତି। ଏହି ୱିକେଟକିପର ବ୍ୟାଟ୍ସମ୍ୟାନ ମଧ୍ୟ ୭ ଚୌକା ମାରିଛନ୍ତି।

- ୨୦୧୨ ପରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମଥର ପାଇଁ ଆଇପିଏଲର ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛି। ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ୨୦୧୨ ପରଠାରୁ ଆଇପିଏଲରେ ତା’ର ପ୍ରଥମ ମ୍ୟାଚରେ ବିଜୟର ସ୍ୱାଦ ଚାଖିପାରି ନାହିଁ।

- ଯୁବରାଜ ସିଂହ ଆଇପିଏଲରେ ନିଜର ୧୩ତମ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଦିଲ୍ଲୀ ଟିମ ବିପକ୍ଷରେ ମଧ୍ୟ ଏହା ତାଙ୍କର ଦ୍ୱିତୀୟ ଅର୍ଦ୍ଧଶତକ ଥିଲା। ଏହାଛଡ଼ା ୨୦୧୭ ପରେ ଅର୍ଥାତ ୯ ଇନିଂସ ପରେ ଯୁବି ନିଜର ପ୍ରଥମ ଅର୍ଦ୍ଧଶତକ ମାରିଛନ୍ତି।

- କାଇରନ ପୋଲାର୍ଡ ଦ୍ୱିତୀୟ ବ୍ୟାଟ୍ସମ୍ୟାନ ଭାବେ ମୁମ୍ବାଇ ପାଇଁ ୩ହଜାର ରନ୍ କରିଛନ୍ତି। ତାଙ୍କ ଆଗରେ କେବର ରୋହିତ ଶର୍ମା (୩୬୧୦ ରନ) ଅଛନ୍ତି।

- ରୋହିତ ଶର୍ମା ତୃତୀୟ ଭାରତୀୟ ଖେଳାଳି ଭାବେ ଟି-୨୦ରେ ୩୦୦ ମ୍ୟାଚ ଖେଳିଛନ୍ତି। ତାଙ୍କ ପୂର୍ବରୁ ମହେନ୍ଦ୍ର ସିଂହ ଧୋନି (୩୦୩) ଓ ସୁରେଶ ରାଇନା (୩୦୩) ଏହି ତାଲିକାରେ ସ୍ଥାନ ପାଇଛନ୍ତି।

Related story