ମିଡଲ୍ ଅର୍ଡର୍ ଦେଖାଇଲେ ଦମ୍‌, ଭାରତ ୨୮୭/୮

ଚେନ୍ନାଇ: ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆରେ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୮୭ ରନ୍ କରିଛି। ଫଳରେ ଇଣ୍ଡିଜ୍ ଦଳକୁ ମ୍ୟାଚ୍ ଜିତିବା ପାଇଁ ୨୮୮ ରନ୍ କରିବାକୁ ପଡ଼ିବ। ଭାରତର ତିନି ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା, ଲୋକେଶ ରାହୁଲ୍ ଓ କ୍ୟାପଟେନ୍ ବିରାଟ୍ କୋହଲି ଫେଲ୍ ମାରିଥିବା ବେଳେ ମଧ୍ୟକ୍ରମରେ ଶ୍ରେୟସ୍ ଆୟର୍ ଓ ଋଷଭ ପନ୍ତ ଅର୍ଦ୍ଧଶତକ ମାରିଥିଲେ। […]

india

india

Ranjit Kumar Jena
  • Published: Sunday, 15 December 2019
  • Updated: 15 December 2019, 06:10 PM IST

Sports

Latest News

ଚେନ୍ନାଇ: ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆରେ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୮୭ ରନ୍ କରିଛି। ଫଳରେ ଇଣ୍ଡିଜ୍ ଦଳକୁ ମ୍ୟାଚ୍ ଜିତିବା ପାଇଁ ୨୮୮ ରନ୍ କରିବାକୁ ପଡ଼ିବ। ଭାରତର ତିନି ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା, ଲୋକେଶ ରାହୁଲ୍ ଓ କ୍ୟାପଟେନ୍ ବିରାଟ୍ କୋହଲି ଫେଲ୍ ମାରିଥିବା ବେଳେ ମଧ୍ୟକ୍ରମରେ ଶ୍ରେୟସ୍ ଆୟର୍ ଓ ଋଷଭ ପନ୍ତ ଅର୍ଦ୍ଧଶତକ ମାରିଥିଲେ। ଏହାଛଡ଼ା କେଦାର ଯାଦବ ଓ ରବୀନ୍ଦ୍ର ଜାଡେଜା ନିଜ ନିଜର ଦାୟିତ୍ୱକୁ ସୂଚାରୁରୂପେ ତୁଲାଇ ଭାରତକୁ ୩୦୦ ରନରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ବହନ କରିଛନ୍ତି। ଭାରତ ପକ୍ଷରୁ ପନ୍ତ ସର୍ବାଧିକ ୭୧(୬୯ ବଲ୍‌, ୭ ଚୌକା, ୧ ଛକା) ଓ ଆୟର୍ ୭୦ (୮୮ ବଲ୍‌, ୫ ଚୌକା, ୧ ଛକା) ରନର ଇନିଂସ୍ ଖେଳିଛନ୍ତି।

ଏମ୍‌. ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ କାଇରନ୍ ପୋଲାର୍ଡ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମରୁ ପିଚ୍ ସାମାନ୍ୟ ଧିମା ଥିବାରୁ ଭାରତର ଦୁଇ ଓପ୍ନର ଲୋକେଶ ରାହୁଲ୍ ଓ ରୋହିତ୍ ଶର୍ମାଙ୍କୁ ଖେଳିବାରେ ଅସୁବିଧା ହୋଇଥିଲା। ତେବେ ଏହାର ଫାଇଦା ଇଣ୍ଡିଜ୍ ଦଳକୁ ମିଳିଥିଲା। ଇନିଂସର ସପ୍ତମ ଓଭରରେ ଶେଲଡନ୍ କଟ୍ଟରେଲ୍ ଡବଲ୍ ସଫଳତା ଦେଇ ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ରାହୁଲ୍ ମାତ୍ର ୬ ରନ୍ କରି ଶିମରନ୍ ହେଟମେୟରଙ୍କୁ କ୍ୟାଚ୍ ଦେଇ ବସିଥିବା ବେଳେ କୋହଲି (୪) କ୍ଲିନ୍ ବୋଲ୍ଡ ହୋଇଥିଲେ।

ଏହା ପରେ ରୋହିତ୍ ଓ ଶ୍ରେୟସ ଆୟର୍ ତୃତୀୟ ୱିକେଟ୍ ପାଇଁ ୫୫ ରନ୍ ଯୋଡ଼ି ସ୍ଥିତି ସୁଧାରିଥିଲେ। କିନ୍ତୁ ଭାରତର ସ୍କେର ୮୦ ଥିବା ବେଳେ ରୋହିତ୍ (୩୬)ଙ୍କ ମୂଲ୍ୟବାନ୍ ୱିକେଟ୍ ନେଇ ଅଲଜାରି ଜୋସେଫ୍ ଇଣ୍ଡିଜକୁ ବଡ଼ ସଫଳତା ଦେଇଥିଲେ। ତିନି ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ୍ ଫେରିବା ପରେ ସବୁ ଭାର ମଧ୍ୟକ୍ରମ ଉପରକୁ ଚାଲିଆସିଥିଲା। ଯେଉଁ ମଧ୍ୟକ୍ରମକୁ ନେଇ ଭାରତ ଚିନ୍ତିତ ଥିଲା, ତାକୁ ଆୟର୍ ଓ ପନ୍ତ ଏହି ମ୍ୟାଚରେ ଦୂର କରିଥିଲେ। ଦୁହେଁ ପରିପକ୍ୱ ବ୍ୟାଟ୍ସମ୍ୟାନ୍ ଭାବେ ପିଚର ସ୍ଥିତିକୁ ଦେଖି ବ୍ୟାଟିଂ କରିଥିଲେ। ଆୟର୍ ପୁଣିଥରେ ଚତୁର୍ଥ ସ୍ଥାନରେ କମାଲ୍ କରିଥିବା ବେଳେ ପନ୍ତ ଚମତ୍କାର ବ୍ୟାଟିଂ କରି ସମାଲୋଚକଙ୍କୁ ଉଚିତ୍ ଜବାବ ଦେଇଛନ୍ତି।

ଆୟର୍ ୭୦ ବଲରେ ଏବଂ ପନ୍ତ ୪୯ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୧୧୪ ରନର ଶତକୀୟ ଭାଗୀଦାରୀ କରି ଭାରତକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ । ଟିମର ସ୍କୋର ୧୯୪ ଥିବା ବେଳେ ଆୟରଙ୍କୁ ଜୋସେଫ୍ ପ୍ୟାଭିଲିୟନ୍ ପଠାଇଥିଲେ। ଏହା ପରେ ପନ୍ତ ବଡ଼ ଶଟ୍ ଖେଳିବା ପ୍ରୟାସରେ ପୋଲାର୍ଡଙ୍କ ଶିକାର ହୋଇଥିଲେ। କେଦାର ଯାଦବ ଓ ରବୀନ୍ଦ୍ର ଜାଡେଜା ଷଷ୍ଠ ୱିକେଟ୍ ପାଇଁ ୫୯ ରନର ପାର୍ଟନରଶିପ୍ କରି ଭାରତର ସମ୍ମାନ ରକ୍ଷା କରିଥିଲେ।

କେଦାର ୩୫ ବଲରେ ୩ ଚୌକା ଓ ୧ ଛକା ସହ ୪୦ ରନ୍ କରି କୀମୋ ପଲଙ୍କ ବଲରେ ପୋଲାର୍ଡଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ଏହା ପରେ ଜାଡେଜା ବ୍ୟକ୍ତିଗତ ୨୧ ରନ୍ କରି ରନଆଉଟ୍ ହୋଇଥିଲେ। ନିଜର ପଦାର୍ପଣ ମ୍ୟାଚ୍ ଖେଳୁଥିବା ଶିବମ୍ ଦୁବେ ମାତ୍ର ୯ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ ଦୀପକ ଚହର୍ ୭ ରନ୍ କରି ଅପରାଜିତ ଥିଲେ। ଇଣ୍ଡିଜ୍ ପକ୍ଷରୁ କଟ୍ଟରେଲ୍ ଓ ଜୋସେଫ୍ ଦୁଇଟି ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story