ଧୱନଙ୍କ ବ୍ୟାକଅପ୍ ଭାବେ ଇଂଲଣ୍ଡ ଗସ୍ତ କଲେ ଏହି ଖେଳାଳି

ନୂଆଦିଲ୍ଲୀ: ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଆହତ ଶିଖର ଧୱନଙ୍କ ବିକଳ୍ପ ଭାବେ ଇଂଲଣ୍ଡ ଗସ୍ତ କରିଛନ୍ତି। ଏଥିପାଇଁ ବିସିସିଆଇ ପନ୍ତଙ୍କୁ ସବୁଜ ସଙ୍କେତ ପ୍ରଦାନ କରିଛି। ତେବେ ଧୱନ୍ ଇଂଲଣ୍ଡରେ ହିଁ ରହିବେ ଏବଂ ବିସିସିଆଇର ମେଡିକାଲ ଟିମ୍ ନଜରରେ ରହିବେ। ପନ୍ତ ଟିମ୍ ଇଣ୍ଡିଆ ସହ ଯୋଗଦେବା ପରେ ପ୍ରାକ୍ଟିସ୍ ଆରମ୍ଭ କରିବେ। ବିଶ୍ୱକପ୍ ପାଇଁ ଯେତେବେଳେ ଟିମ୍ ଚୟନ କରାଯାଇଥିଲା, ସେତେବେଳେ ଚୟନକର୍ତ୍ତା ପନ୍ତଙ୍କୁ ଅଣଦେଖା କରିଥିଲେ ଏବଂ ଦିନେଶ କାର୍ତ୍ତିକଙ୍କୁ ଚୟନ […]

pant

Hemant Lenka
  • Published: Wednesday, 12 June 2019
  • , Updated: 12 June 2019, 03:36 PM IST

ନୂଆଦିଲ୍ଲୀ: ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଆହତ ଶିଖର ଧୱନଙ୍କ ବିକଳ୍ପ ଭାବେ ଇଂଲଣ୍ଡ ଗସ୍ତ କରିଛନ୍ତି। ଏଥିପାଇଁ ବିସିସିଆଇ ପନ୍ତଙ୍କୁ ସବୁଜ ସଙ୍କେତ ପ୍ରଦାନ କରିଛି। ତେବେ ଧୱନ୍ ଇଂଲଣ୍ଡରେ ହିଁ ରହିବେ ଏବଂ ବିସିସିଆଇର ମେଡିକାଲ ଟିମ୍ ନଜରରେ ରହିବେ। ପନ୍ତ ଟିମ୍ ଇଣ୍ଡିଆ ସହ ଯୋଗଦେବା ପରେ ପ୍ରାକ୍ଟିସ୍ ଆରମ୍ଭ କରିବେ।

ବିଶ୍ୱକପ୍ ପାଇଁ ଯେତେବେଳେ ଟିମ୍ ଚୟନ କରାଯାଇଥିଲା, ସେତେବେଳେ ଚୟନକର୍ତ୍ତା ପନ୍ତଙ୍କୁ ଅଣଦେଖା କରିଥିଲେ ଏବଂ ଦିନେଶ କାର୍ତ୍ତିକଙ୍କୁ ଚୟନ କରିଥିଲେ। ତେବେ ୨୧ ବର୍ଷୀୟ ପନ୍ତ ପ୍ରାରମ୍ଭିକ ଚୂଡ଼ାନ୍ତ ଏକାଦଶ ପାଇଁ ଉପଲବ୍ଧ ହେବେ ନାହିଁ, କାରଣ ଧୱନଙ୍କ ଉପରେ ଏପର୍ଯ୍ୟନ୍ତ ଅନ୍ତିମ ନିଷ୍ପତ୍ତି ନିଆଯିବା ପରେ ପନ୍ତଙ୍କୁ ସୁଯୋଗ ମିଳିବାର ସମ୍ଭାବନା ରହିବ। ମିଳିଥିବା ଖବର ଅନୁଯାୟୀ, ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ଧୱନ ଆହତ ମାମଲାର ସବୁ ରିପୋର୍ଟ ଆଇସିସି ଟେକ୍ନିକାଲ୍ ଟିମକୁ ପ୍ରଦାନ କରିବ। ଏହା ପରେ ରିପ୍ଲେସମେଣ୍ଟ ପାଇଁ ଅନୁରୋଧ କରାଯିବ।

ପନ୍ତ ବୁଧବାର ହିଁ ନଟ୍ଟିଂହାମ୍ ପହଞ୍ଚିବେ। କିନ୍ତୁ ଆସନ୍ତାକାଲି ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚ୍ ପାଇଁ ସେ ଉପଲବ୍ଧ ହେବେ ନାହିଁ। କାରଣ ପନ୍ତ କେବଳ ଧୱନଙ୍କ ବ୍ୟାକଅପ୍ ଭାବେ ଇଂଲଣ୍ଡ ଯାଇଛନ୍ତି। ଇଂଲଣ୍ଡ ଗସ୍ତରେ ଥିବା ବିସିସିଆଇର ଜଣେ ଅଧିକାରୀ ପିଟିଆଇକୁ କହିଛନ୍ତି, "ଧୱନଙ୍କ ବ୍ୟାକଅପ୍ ଭାବେ ପନ୍ତଙ୍କୁ ଡକରା ମିଳିଛି। ପନ୍ତ ଗତ ବର୍ଷକ ମଧ୍ୟରେ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି। ସେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚରେ ଶତକ ମଧ୍ୟ ମାରିଛନ୍ତି । ତେଣୁ ଧୱନଙ୍କ ବିକଳ୍ପ ଭାବେ ପନ୍ତ ପ୍ରଥମ ପସନ୍ଦ।"

ସୁନୀଲ ଗାଭାସ୍କର ସମେତ ଅନେକ ପୂର୍ବତନ ଖେଳାଳି ଧୱନଙ୍କ ସ୍ଥାନରେ ପନ୍ତଙ୍କୁ ଟିମରେ ସାମିଲ୍ କରିବା ନେଇ ଦାବି କରିଥିଲେ । ପନ୍ତ ଭାରତ ପକ୍ଷରୁ ଏପର୍ଯ୍ୟନ୍ତ ୫ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଏଥର ସେ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳି ୩୭.୫୩ ହାରରେ ୪୮୮ ରନ୍ କରିଛନ୍ତି, ଯେଉଁଥିରେ ତିନି ଅର୍ଦ୍ଧଶତକ ସାମିଲ୍ ଅଛି। ତାଙ୍କର ଷ୍ଟ୍ରାଇକରେଟ୍ (୧୬୨.୬୬) ମଧ୍ୟ ପ୍ରଶଂସନୀୟ ରହିଥିଲା।

ସୂଚନାଯୋଗ୍ୟ, ଧୱନଙ୍କ ଅଙ୍ଗୁଳିରେ ଫ୍ରାକଚର୍ ହୋଇଛି ଏବଂ ଏହି କାରଣରୁ ସେ ତିନି ସପ୍ତାହ କ୍ରିକେଟରୁ ଦୂରେଇ ରହିବେ। ଏହି କାରଣରୁ ସେ ନ୍ୟୁଜିଲ୍ୟାଣ୍ଡ ଓ ପାକିସ୍ତାନ ବିପକ୍ଷ ମ୍ୟାଚ୍ ମଧ୍ୟ ଖେଳିବେ ନାହିଁ। ବିସିସିଆଇ ପକ୍ଷରୁ କୁହାଯାଇଛି, ଧୱନ୍ ବର୍ତ୍ତମାନ ମେଡିକାଲ ଟିମ୍ ଅଧିନରେ ଅଛନ୍ତି।

ଟିମ୍ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଛି ଯେ, ଧୱନ ବର୍ତ୍ତମାନ ଇଂଲଣ୍ଡରେ ହିଁ ରହିବେ ଏବଂ ତାଙ୍କ ଆଘାତ ଉପରେ ଟିକନିକ୍ ନଜର ରଖାଯିବ। ଧୱନ୍ ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ୧୧୭ ରନର ଶତକୀୟ ଇନିଂସ୍ ଖେଳି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

Related story