ଧୋନିଙ୍କ ସହ ଅଭ୍ୟାସ କଲେ ପନ୍ତ, କ’ଣ କାଲିର ମ୍ୟାଚ୍‌ ଖେଳିବେ

ଲଣ୍ଡନ: ଆହତ ଶିଖର ଧୱନଙ୍କ ବ୍ୟାକଅପ୍‌ ଭାବେ ଇଂଲଣ୍ଡ ଗସ୍ତ କରିଥିବା ଯୁବ ବ୍ୟାଟସ୍‌ମ୍ୟାନ୍‌ ରିଷଭ ପନ୍ତ ଗତକାଲି ରାତିରେ ମାଞ୍ଚେଷ୍ଟର୍‌ରେ ପହଞ୍ଚିଛନ୍ତି। ଆଜି ସେ ଟିମ୍‌ର ଅଭିଜ୍ଞ ସଦସ୍ୟ ମହେନ୍ଦ୍ର ସିଂହ ଧୋନିଙ୍କ ସହ ମିଶି ଅଭ୍ୟାସ୍‌ ମଧ୍ୟ କରୁଥିବା ଦେଖିବାକୁ ମିଳିଛି। ଏହି ଖବର ସାମ୍ନାକୁ ଆସିବା ପରେ କ’ଣ ପନ୍ତ ଆସନ୍ତାକାଲି ମ୍ୟାଚ୍‌ ଖେଳିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ବେଳେ ଶିଖର ଧୱନ ଆହତ ହୋଇଥିଲେ। ତାଙ୍କ […]

sw

Hemant Lenka
  • Published: Saturday, 15 June 2019
  • , Updated: 15 June 2019, 05:41 PM IST

ଲଣ୍ଡନ: ଆହତ ଶିଖର ଧୱନଙ୍କ ବ୍ୟାକଅପ୍‌ ଭାବେ ଇଂଲଣ୍ଡ ଗସ୍ତ କରିଥିବା ଯୁବ ବ୍ୟାଟସ୍‌ମ୍ୟାନ୍‌ ରିଷଭ ପନ୍ତ ଗତକାଲି ରାତିରେ ମାଞ୍ଚେଷ୍ଟର୍‌ରେ ପହଞ୍ଚିଛନ୍ତି। ଆଜି ସେ ଟିମ୍‌ର ଅଭିଜ୍ଞ ସଦସ୍ୟ ମହେନ୍ଦ୍ର ସିଂହ ଧୋନିଙ୍କ ସହ ମିଶି ଅଭ୍ୟାସ୍‌ ମଧ୍ୟ କରୁଥିବା ଦେଖିବାକୁ ମିଳିଛି। ଏହି ଖବର ସାମ୍ନାକୁ ଆସିବା ପରେ କ’ଣ ପନ୍ତ ଆସନ୍ତାକାଲି ମ୍ୟାଚ୍‌ ଖେଳିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ବେଳେ ଶିଖର ଧୱନ ଆହତ ହୋଇଥିଲେ। ତାଙ୍କ ବାମ ହାତର ବୁଢ଼ା ଆଙ୍ଗୁଠି ଭାଙ୍ଗି ଯାଇଛି। ତେବେ ଏବେ ବି ସେ ଟିମ୍‌ ଇଣ୍ଡିଆର ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ରହିଛନ୍ତି। ତାଙ୍କୁ ଗୋଟିଏ ସପ୍ତାହ ପାଇଁ ଅବର୍ଜବେସନରେ ରଖା ଯାଇଛି। ଯଦି ସେ ଫିଟ୍‌ ନ ହୁଅନ୍ତି, ତା’ହେଲେ ପନ୍ତଙ୍କୁ ସ୍କ୍ୱାଡ୍‌ରେ ସାମିଲ କରାଯିବ।

ସେ ପର୍ଯ୍ୟନ୍ତ ପନ୍ତ ଟିମ୍‌ ଇଣ୍ଡିଆ ସହ ରହି ଅଭ୍ୟାସ କରିପାରିବେ। କିନ୍ତୁ ମ୍ୟାଚ୍‌ ବେଳେ ସେ ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମ୍‌କୁ ଯାଇ ପାରିବେ ନାହିଁ ବୋଲି ଜଣାପଡ଼ିଛି। ଆଜି ପନ୍ତ ଟିମ୍‌ ସଦସ୍ୟମାନଙ୍କ ସହ ଅଭ୍ୟାସ କରୁଥିବା ବେଳେ ବିସିସିଆଇ ତାଙ୍କ ଫଟୋକୁ ଟ୍ୱିଟର୍‌ରେ ପୋଷ୍ଟ କରିଛି।

Related story