ପ୍ରେମରେ ପଡ଼ିଛନ୍ତି ପନ୍ତ; ସୋଶାଲ୍ ମିଡିଆରେ ଛାଡ଼ିଲେ ପ୍ରେମିକାଙ୍କ ଫଟୋ

ନୂଆଦିଲ୍ଲୀ: ଅଳ୍ପ ଦିନ ମଧ୍ୟରେ ନିଜର କିପିଂ ପାଇଁ ବେଶ୍ ଜଣାଶୁଣା ହୋଇସାରିଥିବା ଭାରତୀୟ ଟିମ୍‌ର ନୂଆ ୱିକେଟ୍ କିପର୍‌ ଋଷଭ ପନ୍ତ ବି ପ୍ରେମରେ ପଡ଼ିଛନ୍ତି। ସେ ଆଜି ତାଙ୍କ ପ୍ରେମିକାଙ୍କ ଫଟୋ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ୍ କରିଛନ୍ତି। ଏହି ଫଟୋରେ ସେ ବି ଅଛନ୍ତି।   View this post on Instagram   I just want to make you happy because you are the reason I […]

rishav

rishav

Jitendra Garnayak
  • Published: Thursday, 17 January 2019
  • Updated: 17 January 2019, 01:30 PM IST

Sports

Latest News

ନୂଆଦିଲ୍ଲୀ: ଅଳ୍ପ ଦିନ ମଧ୍ୟରେ ନିଜର କିପିଂ ପାଇଁ ବେଶ୍ ଜଣାଶୁଣା ହୋଇସାରିଥିବା ଭାରତୀୟ ଟିମ୍‌ର ନୂଆ ୱିକେଟ୍ କିପର୍‌ ଋଷଭ ପନ୍ତ ବି ପ୍ରେମରେ ପଡ଼ିଛନ୍ତି। ସେ ଆଜି ତାଙ୍କ ପ୍ରେମିକାଙ୍କ ଫଟୋ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ୍ କରିଛନ୍ତି। ଏହି ଫଟୋରେ ସେ ବି ଅଛନ୍ତି।

 

View this post on Instagram

 

I just want to make you happy because you are the reason I am so happy ❤️

A post shared by Rishabh Pant (@rishabpant) on

ଏହି ଫଟୋ ପୋଷ୍ଟ୍ କରି ପନ୍ତ ଲେଖିଛନ୍ତି,“ମୁଁ ତୁମକୁ ଖୁସି ରଖିବାକୁ ଚାହୁଁଛି, କାରଣ ତୁମେ ମୋ ଖୁସିର କାରଣ।”

ପନ୍ତଙ୍କ ପ୍ରେମିକାଙ୍କ ନାଁ ଈଶା ନେଗି।

ଈଶା ମଧ୍ୟ ସେହି ସମାନ ଫଟୋକୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ୍ କରିଛନ୍ତି। ଏଥିରେ ସେ ଲେଖିଛନ୍ତି,“ମୋ ମନର ମଣିଷ, ମୋର ସବୁଠୁ ଭଲ ବନ୍ଧୁ, ମୋ ଜୀବନର ପ୍ରେମ- ଋଷଭ ପନ୍ତ।”

ଅଷ୍ଟ୍ରେଲିଆରେ ନିକଟରେ ଶେଷ ହୋଇଥିବା ଟେଷ୍ଟ୍ ମ୍ୟାଚ୍‌ରେ ଋଷଭ ପନ୍ତ ଖେଳିଥିଲେ। ଚାରିଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ସେ ୭ଟି ଇନିଂସ୍‌ରୁ ୩୫୦ ରନ୍ ସଂଗ୍ରହ କରିଥିଲେ। ଏହା ମଧ୍ୟରେ ଗୋଟିଏ ଶତକ ସାମିଲ ଥିଲା, ଯାହା ସେ ସିଡ୍‌ନୀରେ ଖେଳା ଯାଇଥିବା ଶେଷ ଟେଷ୍ଟରେ ମାରିଥିଲେ। ସେ ଏହି ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଧୂଆଁଧାର ୧୫୯ ରନ୍‌ର ପାଳି ଖେଳିଥିଲେ। ଏହି ସିରିଜ୍‌କୁ ଭାରତ ୨-୧ରେ ଜିତି ଇତିହାସ ରଚିଥିଲା। ୭୨ ବର୍ଷରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଭାରତ ଟେଷ୍ଟ୍ ସିରିଜ୍ ଜିତିଥିଲା ଓ ପନ୍ତ ଏହି ଟିମ୍‌ର ସଦସ୍ୟ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos