କରୋନା ପାଇଁ ରୋଡ୍ ସେଫ୍ଟୀ ୱାର୍ଲ୍ଡ ସିରିଜ୍ ବାତିଲ୍‌

ମୁମ୍ବାଇ: କରୋନା ଭାଇରସ୍ ମହାମାରୀ ଯୋଗୁ ରୋଡ୍ ସେଫ୍ଟୀ ୱାର୍ଲ୍ଡ ସିରିଜକୁ ବାତିଲ୍ କରିଦିଆଯାଇଛି। ଖେଳାଳି ଓ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ସିରିଜକୁ ବାତିଲ୍ କରାଯାଇଛି। ସଚିନ ତେନ୍ଦୁଲକର ଓ ବ୍ରାଏନ୍ ଲାରାଙ୍କ ଭଳି ମହାନ ବ୍ୟାଟ୍ସମ୍ୟାନଙ୍କ ଉପସ୍ଥିତି କାରଣରୁ ଏହି ଟୁର୍ଣ୍ଣାମେଣ୍ଟ ବେଶ୍ ଲୋକପ୍ରିୟତା ଅର୍ଜନ କରିଛି। ଏପରିକି ସଚିନଙ୍କ ନେତୃତ୍ୱାଧୀନ ଇଣ୍ଡିଆ ଲିଜେଣ୍ଡସ୍ ଟିମର ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମକୁ ହଜାର ହଜାର ସଂଖ୍ୟକ ଦର୍ଶକ ଆସନ୍ତି। ପ୍ରଥମେ ଟୁର୍ଣ୍ଣାମେଣ୍ଟର ଆୟୋଜକ […]

ss

Ranjit Kumar Jena
  • Published: Thursday, 12 March 2020
  • , Updated: 12 March 2020, 10:16 PM IST

ମୁମ୍ବାଇ: କରୋନା ଭାଇରସ୍ ମହାମାରୀ ଯୋଗୁ ରୋଡ୍ ସେଫ୍ଟୀ ୱାର୍ଲ୍ଡ ସିରିଜକୁ ବାତିଲ୍ କରିଦିଆଯାଇଛି। ଖେଳାଳି ଓ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ସିରିଜକୁ ବାତିଲ୍ କରାଯାଇଛି। ସଚିନ ତେନ୍ଦୁଲକର ଓ ବ୍ରାଏନ୍ ଲାରାଙ୍କ ଭଳି ମହାନ ବ୍ୟାଟ୍ସମ୍ୟାନଙ୍କ ଉପସ୍ଥିତି କାରଣରୁ ଏହି ଟୁର୍ଣ୍ଣାମେଣ୍ଟ ବେଶ୍ ଲୋକପ୍ରିୟତା ଅର୍ଜନ କରିଛି। ଏପରିକି ସଚିନଙ୍କ ନେତୃତ୍ୱାଧୀନ ଇଣ୍ଡିଆ ଲିଜେଣ୍ଡସ୍ ଟିମର ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମକୁ ହଜାର ହଜାର ସଂଖ୍ୟକ ଦର୍ଶକ ଆସନ୍ତି।

ପ୍ରଥମେ ଟୁର୍ଣ୍ଣାମେଣ୍ଟର ଆୟୋଜକ ବାକି ମ୍ୟାଚଗୁଡ଼ିକୁ ବିନା ଦର୍ଶକରେ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏବେ ଦର୍ଶକଙ୍କ ଉପରେ ବ୍ୟାନ୍ ଲଗାଯିବା ସହ ପୂରା ଟୁର୍ଣ୍ଣାମେଣ୍ଟକୁ ମଧ୍ୟ ବାତିଲ୍ କରିଦିଆଯାଇଛି। ଏ ନେଇ ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ଯେ ଜନସାଧାରଣଙ୍କ ସୁରକ୍ଷା କାରଣରୁ ଆମେ ଟୁର୍ଣ୍ଣାମେଣ୍ଟକୁ ବାତିଲ୍ କରିବାକୁ ନିଷ୍ପତ୍ତି ନେଇଛୁ। ଯେବେ ପରିସ୍ଥିତିରେ ସୁଧାର ଆସିବ, ସେତେବେଳେ ବାକି ମ୍ୟାଚଗୁଡ଼ିକର ଆୟୋଜନ କରାଯିବ।

ଏହା ପୂର୍ବରୁ ଆୟୋଜକ ଗହୁଞ୍ଜେର ଏମସିଏ ଷ୍ଟାଡିୟମରେ ଖେଳାଯିବାକୁ ଥିବା ମ୍ୟାଚଗୁଡ଼ିକୁ ବାତିଲ୍ କରି ଏହାକୁ ମୁମ୍ବାଇର ଡିଆୱାଇ ପାଟିଲ୍ ଷ୍ଟାଡିୟମକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲା। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୧୦ ମାମଲା ସାମ୍ନାକୁ ଆସିଛି। କୋଭିଡ୍‌-୧୯ ସଂକ୍ରମଣ ଏବଂ ସାରା ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଥିବା ଏହି ଭାଇରସ୍ କାରଣରୁ ଅନେକ ଟୁର୍ଣ୍ଣାମେଣ୍ଟକୁ ମଧ୍ୟ ବାତିଲ୍ କରିଦିଆଯାଇଛି।

Related story