୨ ବର୍ଷ ପରେ ନାଡାଲ୍‌-ଫେଡରର୍‌ ମୁହାଁମୁହିଁ

ମେଲବର୍ଣ୍ଣ: ପୁଣିଥରେ ବିଶ୍ୱବାସୀ ଟେନିସ୍‌ କୋର୍ଟରେ ଦୁଇ ଷ୍ଟାର ଖେଳାଳି ରାଫେଲ ନାଡାଲ ଓ ରୋଜର ଫେଡରରଙ୍କ ଲଢ଼େଇ ଦେଖିବେ। ଏହି ଦୁଇ ଷ୍ଟାର ଖେଳାଳି ଏଟିପି ଇଣ୍ଡିଆନ୍‌ ୱେଲ୍ସ ଟେନିସ୍‌ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଫେଡରର ପୂର୍ବରୁ ଅନ୍ତିମ ୪ରେ ପ୍ରବେଶ କରିଥିବା ବେଳେ ନାଡାଲ ଆଜି ନିଜର କ୍ୱାର୍ଟର ଫାଇନାଲ୍‌ ମୁକାବିଲାରେ ରୁଷର କାରେନ୍‌ ଖାଚାନୋଭଙ୍କୁ ସିଧାସଳଖ ୭-୬,୭-୬ରେ ପରାସ୍ତ କରି ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଏବେ ନାଡାଲଙ୍କ ମୁକାବିଲା ସେମିଫାଇନାଲ୍‌ରେ ବିଶ୍ୱର […]

t

Hemant Lenka
  • Published: Saturday, 16 March 2019
  • , Updated: 16 March 2019, 08:21 PM IST

ମେଲବର୍ଣ୍ଣ: ପୁଣିଥରେ ବିଶ୍ୱବାସୀ ଟେନିସ୍‌ କୋର୍ଟରେ ଦୁଇ ଷ୍ଟାର ଖେଳାଳି ରାଫେଲ ନାଡାଲ ଓ ରୋଜର ଫେଡରରଙ୍କ ଲଢ଼େଇ ଦେଖିବେ। ଏହି ଦୁଇ ଷ୍ଟାର ଖେଳାଳି ଏଟିପି ଇଣ୍ଡିଆନ୍‌ ୱେଲ୍ସ ଟେନିସ୍‌ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ଫେଡରର ପୂର୍ବରୁ ଅନ୍ତିମ ୪ରେ ପ୍ରବେଶ କରିଥିବା ବେଳେ ନାଡାଲ ଆଜି ନିଜର କ୍ୱାର୍ଟର ଫାଇନାଲ୍‌ ମୁକାବିଲାରେ ରୁଷର କାରେନ୍‌ ଖାଚାନୋଭଙ୍କୁ ସିଧାସଳଖ ୭-୬,୭-୬ରେ ପରାସ୍ତ କରି ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ଏବେ ନାଡାଲଙ୍କ ମୁକାବିଲା ସେମିଫାଇନାଲ୍‌ରେ ବିଶ୍ୱର ୪ ନଂ ଖେଳାଳି ଫେଡରରଙ୍କ ସହ ହେବ। ୨୦୧୭ରେ ଶେଷ ଥର ପାଇଁ ବିଶ୍ୱର ୨ ନଂ ଖେଳାଳି ନାଡାଲ ଓ ଫେଡରରଙ୍କ ଲଢ଼େଇ ଟେନିସ୍‌ କୋର୍ଟରେ ଦେଖିବାକୁ ମିଳିଥିଲା।

ଫେଡରର୍‌ ଓ ନାଡାଲଙ୍କ ମଧ୍ୟରେ ୩୯ଥର ପାଇଁ ଏଭଳି ମ୍ୟାଚ୍‌ ହେବ। ଫେଡରର୍‌ ୫ଥର ଇଣ୍ଡିଆ ୱେଲ୍ସ ଟ୍ର‍ଫି ଜିତିଛନ୍ତି।

Related story