ଅଷ୍ଟ୍ରେଲିଆନ୍ ଓପନ୍‌: ଫେଡେରର୍ ୧୦୦ତମ ବିଜୟ

୬ଥରର ଚାମ୍ପିୟନ୍ ରୋଜର ଫେଡେରର କଷ୍ଟସାଧ୍ୟ ବିଜୟ ସହ ଅଷ୍ଟ୍ରେଲିଆନ୍ ଓପନର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏଥିସହ ସ୍ୱିଜରଲ୍ୟାଣ୍ଡର ୩୮ ବର୍ଷୀୟ ଫେଡେରର୍ ଅଷ୍ଟ୍ରେଲିଆନ୍ ଓପନରେ ନିଜର ୧୦୦ତମ ବିଜୟ ହାସଲ କରିଛନ୍ତି। ତୃତୀୟ ରାଉଣ୍ଡରେ ଫେଡେରରଙ୍କୁ ଜନ୍ ମିଲମ୍ୟାନଙ୍କଠାରୁ କଡା ଟକ୍କର ମିଳିଥିଲା। ପାଞ୍ଚ ସେଟ୍ ବିଶିଷ୍ଟ ଏହି ମୁକାବିଲାରେ ଫେଡେରର ୪-୬, ୭-୬ (୭/୨), ୬-୪, ୪-୬, ୭-୬ (୧୦/୮) ସେଟରେ ମିଲମ୍ୟାନଙ୍କୁ ପରାସ୍ତ କରି ୨୧ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଆଶା ଉଜ୍ଜୀବିତ […]

federer

Ranjit Kumar Jena
  • Published: Friday, 24 January 2020
  • , Updated: 24 January 2020, 08:47 PM IST

୬ଥରର ଚାମ୍ପିୟନ୍ ରୋଜର ଫେଡେରର କଷ୍ଟସାଧ୍ୟ ବିଜୟ ସହ ଅଷ୍ଟ୍ରେଲିଆନ୍ ଓପନର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏଥିସହ ସ୍ୱିଜରଲ୍ୟାଣ୍ଡର ୩୮ ବର୍ଷୀୟ ଫେଡେରର୍ ଅଷ୍ଟ୍ରେଲିଆନ୍ ଓପନରେ ନିଜର ୧୦୦ତମ ବିଜୟ ହାସଲ କରିଛନ୍ତି। ତୃତୀୟ ରାଉଣ୍ଡରେ ଫେଡେରରଙ୍କୁ ଜନ୍ ମିଲମ୍ୟାନଙ୍କଠାରୁ କଡା ଟକ୍କର ମିଳିଥିଲା।

ପାଞ୍ଚ ସେଟ୍ ବିଶିଷ୍ଟ ଏହି ମୁକାବିଲାରେ ଫେଡେରର ୪-୬, ୭-୬ (୭/୨), ୬-୪, ୪-୬, ୭-୬ (୧୦/୮) ସେଟରେ ମିଲମ୍ୟାନଙ୍କୁ ପରାସ୍ତ କରି ୨୧ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଆଶା ଉଜ୍ଜୀବିତ ରଖିଛନ୍ତି। ପଞ୍ଚମ ସେଟ୍ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ସେଟଟି ଟାଇବ୍ରେକରକୁ ଯାଇଥିଲା, ଯେଉଁଥିରେ ଫେଡେରର ଶେଷ ମୁହୂର୍ତ୍ତରେ କିଛି ଆକର୍ଷଣୀୟ ଶଟ୍ ଖେଳି ମ୍ୟାଚକୁ ନିଜ ନାଁରେ କରିଥିଲେ।

ଫେଡେରର ପରବର୍ତ୍ତୀ ରାଉଣ୍ଡରେ ହଙ୍ଗେରୀର ମାର୍ଟନ୍ ଫୁସ୍କୋଭିକ୍ସଙ୍କୁ ଭେଟିବେ। ଅନ୍ୟ ପୁରୁଷ ସିଙ୍ଗଲ୍ସ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିୟନ୍ ନୋଭାକ୍ ଜୋକୋଭିଚ୍ ଜାପାନର ୟୋଶିହିତୋ ନିଶିଓକାଙ୍କୁ ସିଧାସଳଖ ୬-୩, ୬-୨, ୬-୨ ସେଟରେ ହରାଇଛନ୍ତି।

Related story