ରିଓ ଅଲିମ୍ପିକ୍: ହାରିଲେ ପେସ୍-ବୋପାନ୍ନା ଯୋଡ଼ି

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ସ୍ୱର୍ଣ୍ଣ ପଦକ ଜିତିବା ନେଇ ଲିଆଣ୍ଡର ପେସ୍ ଦେଖିଥିବା ସ୍ୱପ୍ନ ଆଜି ଧୂଳିସାତ ହୋଇଯାଇଛି। ଟେନିସ୍‌ର ପୁରୁଷ ଡବଲ୍ସରେ ରୋହନ ବୋପାନ୍ନାଙ୍କୁ ସାଥୀ କରି ଖେଳୁଥିବା ଲିଆଣ୍ଡର ଆଜି ୬-୪, ୭-୬(୬)ରେ ପୋଲାଣ୍ଡର ଲୁକାସ କୁବୋତ ଓ ମାର୍କିନ ମାତକୋସକିଙ୍କଠାରୁ ହାରି ଅଲିମ୍ପିକ୍‌ ବିଦା ହୋଇଯାଇଛନ୍ତି। ୧୯୯୬ ଆଟଲାଣ୍ଟା ଅଲିମ୍ପିକ୍‌ରେ ପେସ୍ ପୁରୁଷ ଏକକ ବର୍ଗରେ ବ୍ରୋଞ୍ଜ ପଦକ ଜିତି ଥିଲେ। ଅନ୍ୟପକ୍ଷରେ ବୋପାନ୍ନାଙ୍କ ପାଇଁ ଏବେବି ରିଓ ଅଲିମ୍ପିକ୍‌ରେ […]

Rohan Bopanna, Leander Paes

Rakesh Mallick
  • Published: Saturday, 06 August 2016
  • , Updated: 06 August 2016, 10:28 PM IST

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ସ୍ୱର୍ଣ୍ଣ ପଦକ ଜିତିବା ନେଇ ଲିଆଣ୍ଡର ପେସ୍ ଦେଖିଥିବା ସ୍ୱପ୍ନ ଆଜି ଧୂଳିସାତ ହୋଇଯାଇଛି। ଟେନିସ୍‌ର ପୁରୁଷ ଡବଲ୍ସରେ ରୋହନ ବୋପାନ୍ନାଙ୍କୁ ସାଥୀ କରି ଖେଳୁଥିବା ଲିଆଣ୍ଡର ଆଜି ୬-୪, ୭-୬(୬)ରେ ପୋଲାଣ୍ଡର ଲୁକାସ କୁବୋତ ଓ ମାର୍କିନ ମାତକୋସକିଙ୍କଠାରୁ ହାରି ଅଲିମ୍ପିକ୍‌ ବିଦା ହୋଇଯାଇଛନ୍ତି।

୧୯୯୬ ଆଟଲାଣ୍ଟା ଅଲିମ୍ପିକ୍‌ରେ ପେସ୍ ପୁରୁଷ ଏକକ ବର୍ଗରେ ବ୍ରୋଞ୍ଜ ପଦକ ଜିତି ଥିଲେ। ଅନ୍ୟପକ୍ଷରେ ବୋପାନ୍ନାଙ୍କ ପାଇଁ ଏବେବି ରିଓ ଅଲିମ୍ପିକ୍‌ରେ ପଦକ ଜିତିବାର ଆଶା ଉଦ୍‌ଜୀବିତ ରହିଛି। କାରଣ ମିକ୍ସଡ୍ ଡବଲ୍ସରେ ସେ ସାନିଆ ମିର୍ଜାଙ୍କ ସହ ଯୋଡ଼ି ହୋଇ ଖେଳିବେ।

Related story