ଅଷ୍ଟ୍ରେଲିଆନ ଓପନ ମିକ୍ସଡ ଡବଲ୍ସ କ୍ୱାର୍ଟରରେ ରୋହନ ବୋପାନ୍ନା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆନ ଓପନର ମିକ୍ସଡ ଡବଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ରୋହନ ବୋପାନ୍ନା। ସେ ତାଙ୍କ ହଙ୍ଗେରୀୟ ଯୋଡ଼ି ତିମିଆ ବାବୋସଙ୍କ ସହ ମିଶି ଆମେରିକା-କ୍ରୋଏସିଆ ଯୋଡ଼ିଙ୍କୁ ସିଧାସଳଖ ୬-୪, ୬-୪ ସେଟରେ ପରାସ୍ତ କରିଛନ୍ତି। ଆସନ୍ତାକାଲି ହେବାକୁ ଥିବା କ୍ୱାର୍ଟରରେ ବୋପାନ୍ନା ଓ ବାବୋସଙ୍କ ଯୋଡ଼ି କଲମ୍ବିଆ-ଆମେରିକୀୟ ଯୋଡ଼ିଙ୍କୁ ଭେଟିବେ। ଅଷ୍ଟ୍ରେଲିଆନ ଓପନରେ ବୋପାନ୍ନା ଏକମାତ୍ର ଭାରତୀୟ ଭାବେ ଟୁର୍ଣ୍ଣମେଣ୍ଟରେ ତିଷ୍ଠି ରହିଛନ୍ତି। ପୁରୁଷ ଡବଲ୍‌ସ ଲିଆଣ୍ଡର ପେସ୍, ପୁରବ ରାଜା, ଡିଭଜି ସରନ […]

Rohan Bopanna

Rakesh Mallick
  • Published: Tuesday, 23 January 2018
  • , Updated: 23 January 2018, 09:50 PM IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆନ ଓପନର ମିକ୍ସଡ ଡବଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ରୋହନ ବୋପାନ୍ନା। ସେ ତାଙ୍କ ହଙ୍ଗେରୀୟ ଯୋଡ଼ି ତିମିଆ ବାବୋସଙ୍କ ସହ ମିଶି ଆମେରିକା-କ୍ରୋଏସିଆ ଯୋଡ଼ିଙ୍କୁ ସିଧାସଳଖ ୬-୪, ୬-୪ ସେଟରେ ପରାସ୍ତ କରିଛନ୍ତି।

ଆସନ୍ତାକାଲି ହେବାକୁ ଥିବା କ୍ୱାର୍ଟରରେ ବୋପାନ୍ନା ଓ ବାବୋସଙ୍କ ଯୋଡ଼ି କଲମ୍ବିଆ-ଆମେରିକୀୟ ଯୋଡ଼ିଙ୍କୁ ଭେଟିବେ।

ଅଷ୍ଟ୍ରେଲିଆନ ଓପନରେ ବୋପାନ୍ନା ଏକମାତ୍ର ଭାରତୀୟ ଭାବେ ଟୁର୍ଣ୍ଣମେଣ୍ଟରେ ତିଷ୍ଠି ରହିଛନ୍ତି। ପୁରୁଷ ଡବଲ୍‌ସ ଲିଆଣ୍ଡର ପେସ୍, ପୁରବ ରାଜା, ଡିଭଜି ସରନ ଓ ବୋପାନ୍ନା ନିଜେ ମଧ୍ୟ ପରାସ୍ତ ହୋଇ ସାରିଛନ୍ତି।

Related story