ସେହୱାଗଙ୍କ ରେକର୍ଡ ଭାଙ୍ଗିଲେ: ସଚିନ ଓ ଗାଙ୍ଗୁଲିଙ୍କ ପରେ ତୃତୀୟ ସ୍ଥାନରେ ପହଞ୍ଚିଲେ ରୋହିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍‌ ଇଣ୍ଡିଆ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ବିଜୟ ହେବା ସହ ସିରିଜ ମଧ୍ୟ କବ୍‌ଜା କରିନେଇଛି। ଏହି ବିଜୟର ମୁଖ୍ୟ ନାୟକ ସାଜିଥିଲେ ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା। କିନ୍ତୁ ରୋହିତ ଶର୍ମା କ୍ରିଜରେ ରହିଥିବା ବେଳେ ତାଙ୍କ ଭୁଲ ପାଇଁ ଦୁଇ ଜଣ ବ୍ୟାଟ୍ସମ୍ୟାନ ରନ ଆଉଟ୍‌ ହୋଇଥିବା କୁହାଯାଉଛି। ବିରାଟ ଓ ରାହାଣେ ରନ ଆଉଟ୍‌ ହୋଇଯାଇଥିଲେ। ଏହା ପରେ ରୋହିତ ଧର୍ଯ୍ୟର ସହ ବ୍ୟାଟିଂ କରି […]

rrrrr

Rakesh Mallick
  • Published: Wednesday, 14 February 2018
  • , Updated: 14 February 2018, 01:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍‌ ଇଣ୍ଡିଆ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ବିଜୟ ହେବା ସହ ସିରିଜ ମଧ୍ୟ କବ୍‌ଜା କରିନେଇଛି। ଏହି ବିଜୟର ମୁଖ୍ୟ ନାୟକ ସାଜିଥିଲେ ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା। କିନ୍ତୁ ରୋହିତ ଶର୍ମା କ୍ରିଜରେ ରହିଥିବା ବେଳେ ତାଙ୍କ ଭୁଲ ପାଇଁ ଦୁଇ ଜଣ ବ୍ୟାଟ୍ସମ୍ୟାନ ରନ ଆଉଟ୍‌ ହୋଇଥିବା କୁହାଯାଉଛି। ବିରାଟ ଓ ରାହାଣେ ରନ ଆଉଟ୍‌ ହୋଇଯାଇଥିଲେ। ଏହା ପରେ ରୋହିତ ଧର୍ଯ୍ୟର ସହ ବ୍ୟାଟିଂ କରି ୧୨୬ ବଲରୁ ୧୧୫ ରନର ପାଳି ଖେଳି ଟିମ୍‌ ବିଜୟର ମୁଖ୍ୟ ନାୟକ ସାଜିଥିଲେ।

ତଥାବି ସୋସିଆଲ ମିଡ଼ିଆରେ ରୋହିତଙ୍କୁ ସମାଲୋଚନାର ଶିକାର ହେବାରୁ ପଡ଼ିଛି। ବିରାଟ ଓ ରାହାଣେଙ୍କ ରନ ଆଉଟ୍ ପାଇଁ ସୋସିଆଲ ମିଡ଼ିଆରେ ରୋହିତଙ୍କୁ ଦୋଷୀ କରାଯାଇଛି। ଅନ୍ୟପଟେ ରୋହିତଙ୍କ ଏହି ଶତକ ପାଇଁ ସେ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ଓପନର ଭାବେ ରୋହିତ ସେହୱାଗଙ୍କ ରେକର୍ଡ ଭାଙ୍ଗିଛନ୍ତି। ରୋହିତ ଓପନର ଭାବେ ୧୫ଟି ଶତକ ହାସଲ କରିଥିବା ବେଳେ ସେହୱାଗଙ୍କ ନାଁରେ ରହିଛି ୧୪ଟି ଶତକ। ଏହି ତାଲିକାରେ ସଚିନ ୪୫ଟି ଶତକ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଗାଙ୍ଗୁଲି ୧୯ଟି ଶତକ ସହ ଦ୍ୱିତୀୟ ଓ ରୋହିତ ୧୫ଟି ଶତକ ସହ ତୃତୀୟ ସ୍ଥାନରେ ପହଞ୍ଚିଛି।

Related story