୧୦୦ତମ ମ୍ୟାଚ୍‌ରେ ଚମକିଲେ ରୋହିତ

ଅହମଦାବାଦ: ନିଜ ଟି-୨୦ କ୍ୟାରିୟର ୧୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଥିବା ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଆଜି ନିଜର ଜଲୱା ଦେଖାଇଛନ୍ତି। ସେ ବାଂଲାଦେଶ ବିପକ୍ଷରେ ମାତ୍ର ୨୩ଟି ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରୋହିତ ଛକା ମାରି ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହା ରୋହିତଙ୍କ ୧୮ତମ ଟି-୨୦ ଅର୍ଦ୍ଧଶତକ। ଏହି ଅର୍ଦ୍ଧଶତକୀୟ ଇନିଂସ୍‌ରେ ରୋହିତ ୬ଟି ଚୌକା ଓ ୩ଟି ଛକା ମାରିଛନ୍ତି। ରିପୋର୍ଟ ଲେଖା […]

f

Hemant Lenka
  • Published: Thursday, 07 November 2019
  • , Updated: 07 November 2019, 09:46 PM IST

ଅହମଦାବାଦ: ନିଜ ଟି-୨୦ କ୍ୟାରିୟର ୧୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଥିବା ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଆଜି ନିଜର ଜଲୱା ଦେଖାଇଛନ୍ତି। ସେ ବାଂଲାଦେଶ ବିପକ୍ଷରେ ମାତ୍ର ୨୩ଟି ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରୋହିତ ଛକା ମାରି ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହା ରୋହିତଙ୍କ ୧୮ତମ ଟି-୨୦ ଅର୍ଦ୍ଧଶତକ।

ଏହି ଅର୍ଦ୍ଧଶତକୀୟ ଇନିଂସ୍‌ରେ ରୋହିତ ୬ଟି ଚୌକା ଓ ୩ଟି ଛକା ମାରିଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ରୋହିତ ୫୮ ଓ ଶିଖର ଧୱନ ୨୮ ରନ୍‌ କରି ଅପରାଜିତ ରହିଛନ୍ତି। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୧୫୩ ରନ୍‌ କରିଥିଲା। ଏହାର ଜବାବରେ ଭାରତ ୯ ଓଭର ଶେଷ ସୁଦ୍ଧା ବିନା କୌଣସି କ୍ଷତିରେ ୯୨ ରନ୍‌ କରିଛି।

ପ୍ରଥମ ଟି-୨୦ରେ ଟିମ୍‌ ଇଣ୍ଡିଆ ପରାସ୍ତ ହୋଇଥିବାରୁ ଆଜିର ମ୍ୟାଚ୍‌ ଜିତି ସ୍ଥିତି ବରାବର କରିବାକୁ ଲକ୍ଷ୍ୟ ରଖିଛି।

Related story