ଧୋନିଙ୍କ ସମକକ୍ଷ ହେଲେ ରୋହିତ୍

ବେଙ୍ଗାଲୁରୁ: ଟିମ୍ ଇଣ୍ଡିଆ ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମା ଟି-୨୦ କ୍ରିକେଟରେ ନୂଆ ରେକର୍ଡ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-୨୦ ଖେଳିବାକୁ ଓହ୍ଲାଇବା ମାତ୍ରକେ ନୂଆ ଉପଲବ୍ଧି ନିଜ ନାଁରେ କରିଛନ୍ତି। ରୋହିତ୍ ଏହି ମ୍ୟାଚରେ ମାତ୍ର ୯ ରନ୍ କରି ଆଉଟ୍ ହୋଇଛନ୍ତି। ରୋହିତ୍ ଭାରତ ପକ୍ଷରୁ ସର୍ବାଧିକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାରେ ମହେନ୍ଦ୍ର ସିଂହ ଧୋନିଙ୍କ ସମକକ୍ଷ ହୋଇଛନ୍ତି। ରୋହିତଙ୍କର ଏହା ୯୮ତମ ଟି-୨୦ ମ୍ୟାଚ୍ । ରୋହିତ୍ ଏହା […]

rohit

Ranjit Kumar Jena
  • Published: Sunday, 22 September 2019
  • , Updated: 22 September 2019, 08:21 PM IST

ବେଙ୍ଗାଲୁରୁ: ଟିମ୍ ଇଣ୍ଡିଆ ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମା ଟି-୨୦ କ୍ରିକେଟରେ ନୂଆ ରେକର୍ଡ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-୨୦ ଖେଳିବାକୁ ଓହ୍ଲାଇବା ମାତ୍ରକେ ନୂଆ ଉପଲବ୍ଧି ନିଜ ନାଁରେ କରିଛନ୍ତି। ରୋହିତ୍ ଏହି ମ୍ୟାଚରେ ମାତ୍ର ୯ ରନ୍ କରି ଆଉଟ୍ ହୋଇଛନ୍ତି।

ରୋହିତ୍ ଭାରତ ପକ୍ଷରୁ ସର୍ବାଧିକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାରେ ମହେନ୍ଦ୍ର ସିଂହ ଧୋନିଙ୍କ ସମକକ୍ଷ ହୋଇଛନ୍ତି। ରୋହିତଙ୍କର ଏହା ୯୮ତମ ଟି-୨୦ ମ୍ୟାଚ୍ । ରୋହିତ୍ ଏହା ପୂର୍ବରୁ ୯୭ ମ୍ୟାଚରେ ୨୪୩୪ ରନ୍ କରିଥିଲେ। ଅନ୍ୟପକ୍ଷରେ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଧୋନିଙ୍କ ନାଁରେ ୧୬୧୭ ରନ୍ ରହିଛି । ଧୋନି ୨୦୧୯ ବିଶ୍ୱକପ୍ ସେମିଫାଇନାଲ୍ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ବ୍ରେକ୍ ନେଇଛନ୍ତି।

ସର୍ବାଧିକ ଟି-୨୦ ମ୍ୟାଚ୍ ଖେଳିବା ମାମଲାରେ ପାକିସ୍ତାନର ଶୋଏବ ମଲିକ୍ ଆଗରେ ଅଛନ୍ତି। ସେ ଆଇସିସି ଏବଂ ପାକିସ୍ତାନ ପକ୍ଷରୁ ୧୧୧ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ପାକିସ୍ତାନର ଅନ୍ୟତମ ଖେଳାଳି ଶାହିଦ୍ ଆଫ୍ରିଦି ୯୯ ମ୍ୟାଚ୍ ଖେଳି ଦ୍ୱିତୀୟରେ ଅଛନ୍ତି।

ଭାରତ ପକ୍ଷରୁ ସର୍ବାଧିକ ଟି-୨୦ ମ୍ୟାଚ୍ ଖେଳିବାରେ ସୁରେଶ ରାଇନା ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ୭୮ ମ୍ୟାଚ୍ ଖେଳିଥିବା ବେଳେ କ୍ୟାପଟେନ୍ ବିରାଟ୍ କୋହଲି ୭୨ ମ୍ୟାଚ୍ ଖେଳିଛନ୍ତି। ସେହିପରି ଯୁବରାଜ ସିଂହ ୫୮ ଏବଂ ଶିଖର ଧୱନ୍ ୫୫ ମ୍ୟାଚ୍ ଖେଳିଛନ୍ତି।

Related story