ଧୋନି ଓ କେଦାର ଯାଦବ ସ୍ଲଗ୍ ଓଭରରେ ରନ୍ କରିପାରିଲେ ନାହିଁ କାହିଁକି

ବର୍ମିଂହାମ: ଅନେକ ମ୍ୟାଚରେ ଶେଷ ଦୁଇ ତିନି ଓଭରରେ ବଡ଼ ବଡ଼ ଶଟ୍ ଖେଳି ଭାରତକୁ ବିଜୟୀ କରାଇଥିବା ଏମ୍.ଏସ ଧୋନି କାହିଁକି ଇଂଲଣ୍ଡ ବିପକ୍ଷ ରବିବାର ମ୍ୟାଚରେ ବିଫଳ ହୋଇଥିଲେ? ଏଭଳି କିଛି ପ୍ରଶ୍ନ ସୋଶାଲ ମିଡିଆ ଵ୍ୟଵହାରକାରୀ ଏବଂ ସମାଲୋଚକ ଉଠାଇଛନ୍ତି। ପାକିସ୍ତାନ କ୍ରିକେଟ ପ୍ରେମୀ ମଧ୍ୟ ଧୋନି ଏବଂ କେଦାର ଯାଦବଙ୍କ ବିଫଳ ବ୍ୟାଟିଂ ପାକିସ୍ତାନକୁ ହରାଇବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି କହିଛନ୍ତି। ଏବେ ଏହାର ଜବାବ ଦେଇଛନ୍ତି ଟିମ୍ ଇଣ୍ଡିଆ […]

dhoni england

Subhransu Sekhar
  • Published: Monday, 01 July 2019
  • , Updated: 01 July 2019, 02:47 PM IST

ବର୍ମିଂହାମ: ଅନେକ ମ୍ୟାଚରେ ଶେଷ ଦୁଇ ତିନି ଓଭରରେ ବଡ଼ ବଡ଼ ଶଟ୍ ଖେଳି ଭାରତକୁ ବିଜୟୀ କରାଇଥିବା ଏମ୍.ଏସ ଧୋନି କାହିଁକି ଇଂଲଣ୍ଡ ବିପକ୍ଷ ରବିବାର ମ୍ୟାଚରେ ବିଫଳ ହୋଇଥିଲେ? ଏଭଳି କିଛି ପ୍ରଶ୍ନ ସୋଶାଲ ମିଡିଆ ଵ୍ୟଵହାରକାରୀ ଏବଂ ସମାଲୋଚକ ଉଠାଇଛନ୍ତି। ପାକିସ୍ତାନ କ୍ରିକେଟ ପ୍ରେମୀ ମଧ୍ୟ ଧୋନି ଏବଂ କେଦାର ଯାଦବଙ୍କ ବିଫଳ ବ୍ୟାଟିଂ ପାକିସ୍ତାନକୁ ହରାଇବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି କହିଛନ୍ତି। ଏବେ ଏହାର ଜବାବ ଦେଇଛନ୍ତି ଟିମ୍ ଇଣ୍ଡିଆ ଓପନର ରୋହିତ୍ ଶର୍ମା।

ରୋହିତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଧୋନି ଏବଂ କେଦାର ଯାଦବ ବ୍ୟାଟିଂ କରିବା ବେଳକୁ ପିଚ୍ ଧିମା ପଡ଼ିଯାଇଥିଲା। ଉଭୟ ରନ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସଫଳ ହୋଇନଥିଲେ। ତେବେ ଇଂଲଣ୍ଡର ଖେଳାଳି ପିଚ୍ ଧିମା ଥିବା ବେଳେ ତା'ର ଭଲ ଫାଇଦା ନେଇପାରିଥିବାରୁ ଜିତିଛନ୍ତି ବୋଲି ରୋହିତ ଶର୍ମା କହିଛନ୍ତି।

ଭାରତ ୧୦ ଓଭରରେ ଗୋଟିଏ ଓ୍ୱିକେଟ ହରାଇ ମାତ୍ର ୨୮ ରନ କରିଥିଲା। ହେଲେ ଏହାପରେ ପାଓ୍ୱର ପ୍ଲେରେ ଦଳ ଭଲ ରନ୍ କରିଥିଲା। ରୋହିତ ୧୦୨, ବିରାଟ କୋହଲି ୬୬, ରିଷବ ପନ୍ତ ୩୨ ଏବଂ ପାଣ୍ଡ୍ୟା ୪୫ ରନ କରିଥିଲେ।

କିନ୍ତୁ ପାଣ୍ଡ୍ୟା ଆଉଟ୍ ହେବା ପରେ ଦଳ ଜିତିବା ପାଇଁ ୩୦ ବଲରେ ୭୧ ରନ ଆବଶ୍ୟକ ଥିଲା। ତେବେ ଧୋନି ଏବଂ କେଦାର ଯାଦବ ଚୌକା ମାରିଥିଲେ ସତ, କିନ୍ତୁ ସିଙ୍ଗଲ୍ ରନ୍ ନେବାରେ ବିଫଳ ହୋଇଥିଲେ। ଯାହାର ପ୍ରଭାବ ଦଳର ସ୍କୋର ଉପରେ ପଡ଼ିଥିଲା। ଏହାପରେ ଶେଷ ୧୧ ବଲରେ ୫୧ ରନ ସ୍କୋର କରିବା ଆବଶ୍ୟକ ଥିଲା।

ଧୋନି ଏବଂ ଯାଦବ ଶେଷ ୩୧ ବଲରୁ ୭ଟି ବଲରେ ସ୍କୋର କରିପାରିନଥିଲେ। ବାକି ୨୪ଟି ବଲରେ ସେମାନେ ଗୋଟିଏ ଛକା, ତିନୋଟି ଚୌକା ଏବଂ ୨୦ଟି ସିଙ୍ଗଲ୍ ନେଇଥିଲେ।

ତେବେ କ୍ୟାପଟେନ ବିରାଟ କୋହଲି ମ୍ୟାଚ ହାରିବାର କାରଣ ଧିମା ପିଚକୁ ଦାୟୀ କରିଛନ୍ତି। ଆଗାମୀ ଦିନରେ ଏଭଳି ସ୍ଥିତିରେ ଦଳ କିଭଳି ଏହାକୁ ସାମ୍ନା କରିବ, ସେ ନେଇ ପ୍ରସ୍ତୁତ ହେବ ବୋଲି ବିରାଟ କହିଛନ୍ତି।

Related story