ଦୁଇଟି ଯାକ ଇନିଂସରେ ଶତକ ହାସଲ କରି ବିଶ୍ୱ ରେକର୍ଡ କଲେ ରୋହିତ ଶର୍ମା

ବିଶାଖାପଟନମ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ୍‌ ଇଣ୍ଡିଆର ନୂଆ ଓପନର ରୋହିତ ଶର୍ମାଙ୍କ ଜଲୱା ଦେଖିବାକୁ ମିଳିଛି। ସେ ପ୍ରଥମଥର ପାଇଁ ଟେଷ୍ଟ କ୍ରିକେଟରେ ଓପନିଂ କରିଛନ୍ତି। ତେବେ ଟେଷ୍ଟ କ୍ରିକେଟରେ ଓପନିଂରେ ଡେବ୍ୟୁ କରିଥିବା ରୋହିତ ଦୁଇଟି ଯାକ ଇନିଂସ୍‌ରେ ଶତକ ହାସଲ କରି ବିଶ୍ୱ ରେକର୍ଡ କରିଛନ୍ତି। ରୋହିତଙ୍କ ପୂର୍ବରୁ ବିଶ୍ୱର କୌଣସି ବ୍ୟାଟସ୍‌ମ୍ୟାନ୍‌ ସେମାନଙ୍କ ଡେବ୍ୟୁ ଟେଷ୍ଟ ଓପନିଂର ଦୁଇଟି ଯାକ ଇନିଂସରେ ଶତକ ହାସଲ କରି ନଥିଲେ। ରୋହିତ […]

e

Hemant Lenka
  • Published: Saturday, 05 October 2019
  • , Updated: 05 October 2019, 04:16 PM IST

ବିଶାଖାପଟନମ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ୍‌ ଇଣ୍ଡିଆର ନୂଆ ଓପନର ରୋହିତ ଶର୍ମାଙ୍କ ଜଲୱା ଦେଖିବାକୁ ମିଳିଛି। ସେ ପ୍ରଥମଥର ପାଇଁ ଟେଷ୍ଟ କ୍ରିକେଟରେ ଓପନିଂ କରିଛନ୍ତି। ତେବେ ଟେଷ୍ଟ କ୍ରିକେଟରେ ଓପନିଂରେ ଡେବ୍ୟୁ କରିଥିବା ରୋହିତ ଦୁଇଟି ଯାକ ଇନିଂସ୍‌ରେ ଶତକ ହାସଲ କରି ବିଶ୍ୱ ରେକର୍ଡ କରିଛନ୍ତି।

ରୋହିତଙ୍କ ପୂର୍ବରୁ ବିଶ୍ୱର କୌଣସି ବ୍ୟାଟସ୍‌ମ୍ୟାନ୍‌ ସେମାନଙ୍କ ଡେବ୍ୟୁ ଟେଷ୍ଟ ଓପନିଂର ଦୁଇଟି ଯାକ ଇନିଂସରେ ଶତକ ହାସଲ କରି ନଥିଲେ। ରୋହିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟର ପ୍ରଥମ ଇନିଂସ୍‌ରେ ୧୭୬ ରନ୍‌ କରିଥିବା ବେଳେ ଦ୍ୱିତୀୟ ଇନିଂସ୍‌ରେ ୧୨୭ ରନ୍‌ର ଇନିଂସ୍‌ ଖେଳିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୁଇଟି ଯାକ ଇନିଂସ୍‌ରେ ରୋହିତଙ୍କୁ ଦକ୍ଷିଣ ଆଫ୍ରିକା ସ୍ପିନର କେଶବ ମହାରାଜ ଷ୍ଟିମ୍ପିଂ ଦ୍ୱାରା ଆଉଟ କରିଛନ୍ତି। ଦୁଇଟି ଯାକ ଇନିଂସ୍‌ରେ ଜଣେ ବ୍ୟାଟସ୍‌ମ୍ୟାନ୍‌ ଷ୍ଟମ୍ପିଂ ହେବା ମଧ୍ୟ ଏକ ବିରଳ ଘଟଣା।

ଅନ୍ୟପକ୍ଷରେ ରୋହିତ ଦ୍ୱିତୀୟ ଭାରତୀୟ ଓପନର ଭାବେ କୌଣସି ଏକ ଟେଷ୍ଟ ମ୍ୟାଚ୍‌ର ଦୁଇଟି ଯାକ ଇନିଂସ୍‌ରେ ଶତକ ହାସଲ କରିଛନ୍ତି। ୪୧ ବର୍ଷ ତଳେ ଅର୍ଥାତ ୧୯୭୮-୭୯ରେ ସୁନୀଲ ଗାଭାସ୍କର ଏକ ଟେଷ୍ଟ ମ୍ୟାଚ୍‌ରେ ଓପନିଂ କରି ଦୁଇଟି ଯାକ ଇନିଂସ୍‌ରେ ଶତକ ହାସଲ କରିଥିଲେ।

ଦୀର୍ଘ ୪୧ ବର୍ଷ ପରେ ରୋହିତ ପୁଣିଥରେ ସମାନ ରେକର୍ଡ ସୃଷ୍ଟି କରିଛନ୍ତି। ସେହିପରି ୬ଷ୍ଠ ଭାରତୀୟ ଭାବେ ରୋହିତ କୌଣସି ଏକ ଟେଷ୍ଟର ଦୁଇଟି ଯାକ ଇନିଂସରେ ଶତକ କରିଛନ୍ତି।

୩୨ ବର୍ଷୀୟ ରୋହିତ ଦ୍ୱିତୀୟ ଇନିଂସ୍‌ରେ ୧୩୩ଟି ବଲରେ ନିଜର ଶତକ ହାସଲ କରିଥିଲେ। ଏହାପରେ ଲଗାତର ୩ଟି ବଲରେ ୩ଟି ଛକା ମାରିଥିଲେ। ତେବେ ମହାରାଜଙ୍କ ବଲକୁ ବଝି ନ ପାରି ପ୍ୟାଭିଲିୟନ ଫେରିଥିଲେ।

Related story