ଟିମ୍ ଇଣ୍ଡିଆକୁ ଶକ୍ତ ଝଟକା, ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରୁ ରୋହିତ୍ ଶର୍ମା ଆଉଟ୍‌

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଦିନିକିଆ ଓ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଶକ୍ତ ଝଟକା ଲାଗିଛି। ସୀମିତ ଓଭର କ୍ରିକେଟ୍ ଟିମର ଭାଇସ୍‌-କ୍ୟାପଟେନ୍ ରୋହିତ୍ ଶର୍ମା ଉଭୟ ଦିନିକିଆ ଓ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚରେ ବ୍ୟାଟିଂ କରୁଥିବା ସମୟରେ ରୋହିତଙ୍କ ଗୋଡ଼ର ପେଣ୍ଡାରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା, ଯେଉଁକାରଣରୁ ତାଙ୍କୁ ଚାଲିକାରେ କଷ୍ଟ ହୋଇଥିଲା। ଏହା ପରେ ସେ ବ୍ୟକ୍ତିଗତ ୬୦ ରନ୍ କରିଥିବା […]

rohit

Ranjit Kumar Jena
  • Published: Monday, 03 February 2020
  • , Updated: 03 February 2020, 04:49 PM IST

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଦିନିକିଆ ଓ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଶକ୍ତ ଝଟକା ଲାଗିଛି। ସୀମିତ ଓଭର କ୍ରିକେଟ୍ ଟିମର ଭାଇସ୍‌-କ୍ୟାପଟେନ୍ ରୋହିତ୍ ଶର୍ମା ଉଭୟ ଦିନିକିଆ ଓ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚରେ ବ୍ୟାଟିଂ କରୁଥିବା ସମୟରେ ରୋହିତଙ୍କ ଗୋଡ଼ର ପେଣ୍ଡାରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା, ଯେଉଁକାରଣରୁ ତାଙ୍କୁ ଚାଲିକାରେ କଷ୍ଟ ହୋଇଥିଲା। ଏହା ପରେ ସେ ବ୍ୟକ୍ତିଗତ ୬୦ ରନ୍ କରିଥିବା ବେଳେ ରିଟାୟର୍ଡ ହର୍ଟ ହୋଇ ପ୍ୟାଭିଲିୟନ୍ ଫେରିଯାଇଥିଲେ। ରୋହିତଙ୍କ ବାଦ୍ ପଡ଼ିବା ଦ୍ୱାରା ତାଙ୍କ ସ୍ଥାନରେ ଶୁବମାନ୍ ଗିଲଙ୍କୁ ଦିନିକିଆ ସ୍କ୍ୱାଡରେ ସାମିଲ୍ କରାଯାଇଛି। ତେବେ ଟେଷ୍ଟ ଦଳ ପାଇଁ ଏବେ ଚୟନ ହୋଇନାହିଁ।

ରୋହିତଙ୍କ ଆହତକୁ ନେଇ ବିସିସିଆଇର ଜଣେ ଅଧିକାରୀ ନିଜ ନାମ ଗୁପ୍ତ ରଖି କହିଛନ୍ତି, "ରୋହିତ୍ ଶର୍ମା ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରୁ ଆଉଟ୍ ହୋଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ରୋହିତ୍ ଆଦୌ ଫିଟ୍ ଲାଗୁନାହାନ୍ତି। ଫିଜିଓ ବର୍ତ୍ତମାନ ରୋହିତଙ୍କ ଉପରେ ନଜର ରଖିଛନ୍ତି। ତାଙ୍କ ଆହତ ସେତେଟା ଗୁରୁତର ନୁହେଁ, କିନ୍ତୁ ଏଭଳି ସ୍ଥିତିରେ ସେ ଠିକ୍ ଭାବେ ବ୍ୟାଟିଂ କରିପାରିବେ ନାହିଁ। ତେଣୁ ତାଙ୍କୁ ଖେଳାଇ ଟିମ୍ ମ୍ୟାନେଜମେଣ୍ଟ କୌଣସି ରିସ୍କ ଉଠାଇବାକୁ ଚାହୁଁନାହିଁ।"

ସୂଚନାଯୋଗ୍ୟ ଯେ ଭାରତର କାମଚଳା କ୍ୟାପଟେନ୍ ଭାବେ ରୋହିତ୍ ରବିବାର ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଅନ୍ତିମ ମ୍ୟାଚରେ ବ୍ୟାଟିଂ କରୁଥିବା ବେଳେ ଆହତ ହୋଇଥିଲେ ଏବଂ ଏହି କାରଣରୁ ସେ ଫିଲ୍ଡିଂ କରିବାକୁ ଆସିନଥିଲେ। ମ୍ୟାଚ୍ ପରେ ସାଥୀ ଖେଳାଳି ଲୋକେଶ ରାହୁଲ୍ କହିଥିଲେ ଯେ ସେ (ରୋହିତ୍‌) କିଛି ଦିନ ଭିତରେ ସୁସ୍ଥ ହୋଇଯିବେ। ରୋହିତଙ୍କ ଅନୁପସ୍ଥିତିରେ ରାହୁଲ୍ ମ୍ୟାଚରେ ନେତୃତ୍ୱ ନେଇଥିଲେ। ନିୟମିତ କ୍ୟାପଟେନ୍ ବିରାଟ୍ କୋହଲି ଅନ୍ତିମ ମ୍ୟାଚରେ ବିଶ୍ରାମ ନେଇଥିଲେ।

ଏବେ ରୋହିତଙ୍କ ସ୍ଥାନରେ ଟେଷ୍ଟ ସ୍କ୍ୱାଡରେ କେଉଁ ଖେଳାଳି ସ୍ଥାନ ପାଇବେ, ତାହା ଘୋଷଣା ହୋଇନାହିଁ। ଟେଷ୍ଟ ସ୍କ୍ୱାଡରେ ରୋହିତଙ୍କ ସ୍ଥାନ ନେବା ପାଇଁ ପୃଥ୍ୱୀ ଶ' ଓ ଲୋକେଶ ରାହୁଲ୍ ଦୌଡ଼ରେ ସାମିଲ୍ ଅଛନ୍ତି। ଯେହେତୁ ରାହୁଲ୍ ସୀମିତ ଓଭର ସିରିଜରେ ଭଲ ପ୍ରଦର୍ଶନ କରିଛନ୍ତି, ତେଣୁ ଚୟନକର୍ତ୍ତା ତାଙ୍କ ଉପରେ ଅଧିକ ଫୋକସ୍ କରିପାରନ୍ତି। ଅନ୍ୟପକ୍ଷରେ ରୋହିତଙ୍କ ଅନୁପସ୍ଥିତିରେ ରାହୁଲଙ୍କ ସହ ପୃଥ୍ୱୀ ଶ' ଦିନିକିଆ ସିରିଜରେ ଓପନ୍ କରିବାକୁ ଓହ୍ଲାଇପାରନ୍ତି।

Related story