ନୂଆଦିଲ୍ଲୀ: ଚଳିତ ବିଶ୍ୱକପ୍ରେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ୧୬ ବର୍ଷର ରେକର୍ଡ ଭାଙ୍ଗି ଯିବ ବୋଲି ଯେଉଁ ଅନୁମାନ କରାଯାଉଥିଲା, ତାହା ସତ ହେବାକୁ ଯାଉଛି। ହୋଇପାରେ ଜୁଲାଇ ୯ ତାରିଖରେ ରୋହିତ ଶର୍ମା ତାଙ୍କ ରେକର୍ଡ ଭାଙ୍ଗି ଦେବେ। ତା’ହେଲେ ତେବେ ସଚିନ୍ଙ୍କ ଏହି ରେକର୍ଡଟି କ’ଣ?
୧୬ ବର୍ଷ ତଳେ ଅର୍ଥାତ୍ ୨୦୦୩ ବିଶ୍ୱକପ୍ରେ ସେ ୬୭୩ ରନ୍ କରିଥିଲେ। ଏହି ବିଶ୍ୱକପ୍ରେ ଭାରତ ଫାଇନାଲ୍ରେ ହାରିଥିବା ବେଳେ ସଚିନ୍ ‘ମ୍ୟାନ୍ ଅଫ୍ ଦ ସିରିଜ୍’ ହୋଇଥିଲେ। ଏହା ପରେ ତିନୋଟି ବିଶ୍ୱକପ୍ ଖେଳା ଯାଇଥିଲେ ହେଁ ତାଙ୍କର ଏହି ରେକର୍ଡକୁ କୌଣସି ବ୍ୟାଟ୍ସମ୍ୟାନ୍ କେହି ଭାଙ୍ଗି ପାରି ନାହାନ୍ତି। ସେହିପରି ଯେକୌଣସି ବିଶ୍ୱକପ୍ରେ ଏହା ହେଉଛି ସର୍ବାଧିକ ରନ୍। କିନ୍ତୁ ଚଳିତ ବିଶ୍ୱକପ୍ରେ ସଚିନ୍ଙ୍କ ଏହି ରେକର୍ଡ ଭାଙ୍ଗିବା ପାଇଁ ରୋହିତ ଶର୍ମାଙ୍କ ପାଖରେ ସୁଯୋଗ ରହିଛି। କାରଣ ରୋହିତ ଏଯାବତ ୬୪୭ ରନ୍ ସଂଗ୍ରହ କରିସାରିଲେଣି। ଏହା ସହିତ ସେ ଟେବୁଲ୍ର ଶୀର୍ଷରେ ରହିଛନ୍ତି। ସେ ୮ଟି ଇନିଂସ୍ରୁ ଏହି ରନ୍ ସଂଗ୍ରହ କରିଛନ୍ତି। ତା’ ମଧ୍ୟରେ ୫ଟି ଶତକ ରହିଛି। ଏହା ବି ଏକ ରେକର୍ଡ।
ତେବେ ଏ ଦୁଇ ଜଣଙ୍କ ଭିତରୁ କିଏ ପ୍ରଥମେ ସଚିନ୍ଙ୍କ ରେକର୍ଡ ଭାଙ୍ଗିବ, ତାହା ଦେଖିବାକୁ ବାକି ରହିଲା। କାରଣ କୌଣସି କାରଣରୁ ରୋହିତ ସେମି ଫାଇନାଲ୍ରେ ୨୭ ରନ୍ କରି ଏହି ରେକର୍ଡ ନ ଭାଙ୍ଗି ପାରିଲେ ଏ ସୁଯୋଗ ୱାର୍ଣ୍ଣରଙ୍କ ହାତକୁ ଚାଲି ଯାଇପାରେ।
ସଚିନ୍ଙ୍କ ରେକର୍ଡ ଭାଙ୍ଗିବାକୁ ବାଂଲାଦେଶର ସକିବ୍ ଅଲ୍ ହାସନ୍ଙ୍କ ପାଖରେ ବି ସୁଯୋଗ ଥିଲା। କାରଣ ସେ ୮ଟି ଲିଗ୍ ମ୍ୟାଚ୍ରୁ ୬୦୬ ରନ୍ କରିଥିଲେ। ତେବେ ଦଳ ସେମି ଫାଇନାଲ୍ ରାଉଣ୍ଡକୁ ଯାଇପାରିଲା ନାହିଁ।