ରୋହିତ୍-ରାହୁଲଙ୍କ ଅର୍ଦ୍ଧଶତକ, ୧୦୦ ଟପିଲା ଭାରତର ସ୍କୋର

କଟକ (ଓଡ଼ିଶା ରିପୋର୍ଟର): ବାରବାଟୀ ଷ୍ଟାଡିୟମରେ ଟିମ୍ ଇଣ୍ଡିଆର ଦୁଇ ଓପ୍ନର ରୋହିତ୍ ଶର୍ମା ଓ ଲୋକେଶ ରାହୁଲ୍ ଦମଦାର ଫର୍ମ ବଜାୟ ରଖି ଅର୍ଦ୍ଧଶତକ ପୂରଣ କରିଛନ୍ତି। ୩୧୬ ରନର ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରୁଥିବା ଭାରତ ରିପୋର୍ଟ ଲେଖା ହେଲା ବେଳକୁ ୧୮ ଓଭରରେ ବିନା କୌଣସି କ୍ଷତିରେ ୧୦୩ ରନ୍ କରିଛି। ରୋହିତ୍ ୫୦ (୬ ଚୌକା, ୧ ଛକା) ଓ ରାହୁଲ୍ ୫୦ (୭ ଚୌକା) ରନ୍ କରି ଅପରାଜିତ ରହିଛନ୍ତି। […]

rohit-rahul

Ranjit Kumar Jena
  • Published: Sunday, 22 December 2019
  • , Updated: 22 December 2019, 07:12 PM IST

କଟକ (ଓଡ଼ିଶା ରିପୋର୍ଟର): ବାରବାଟୀ ଷ୍ଟାଡିୟମରେ ଟିମ୍ ଇଣ୍ଡିଆର ଦୁଇ ଓପ୍ନର ରୋହିତ୍ ଶର୍ମା ଓ ଲୋକେଶ ରାହୁଲ୍ ଦମଦାର ଫର୍ମ ବଜାୟ ରଖି ଅର୍ଦ୍ଧଶତକ ପୂରଣ କରିଛନ୍ତି। ୩୧୬ ରନର ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରୁଥିବା ଭାରତ ରିପୋର୍ଟ ଲେଖା ହେଲା ବେଳକୁ ୧୮ ଓଭରରେ ବିନା କୌଣସି କ୍ଷତିରେ ୧୦୩ ରନ୍ କରିଛି। ରୋହିତ୍ ୫୦ (୬ ଚୌକା, ୧ ଛକା) ଓ ରାହୁଲ୍ ୫୦ (୭ ଚୌକା) ରନ୍ କରି ଅପରାଜିତ ରହିଛନ୍ତି।

ରୋହିତ୍ ଓ ରାହୁଲ ଆରମ୍ଭରୁ ହିଁ ବିନା ଚାପରେ ବ୍ୟାଟିଂ କରିଥିଲେ ଏବଂ ରନ୍ ଗତିକୁ କାଏମ ରଖିଥିଲେ। ଇଣ୍ଡିଜ୍ କ୍ୟାପଟେନ୍ କାଇରନ୍ ପୋଲାର୍ଡ ଏହି ଯୋଡ଼ିକୁ ଭାଙ୍ଗିବା ପାଇଁ ବୋଲିଂରେ ନିୟମିତ ପରିବର୍ତ୍ତନ କରିଥିଲେ। କିନ୍ତୁ ରୋହିତ୍ ଓ ରାହୁଲ୍‌ କୌଣସି ଭୁଲ୍ ନକରି ରନ୍ କରିଚାଲିଥିଲେ।

Related story