ଧୋନି ଓ କୋହଲିଙ୍କୁ ପଛରେ ପକାଇଲେ ରୋହିତ୍‌

ନୂଆଦିଲ୍ଲୀ: ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍‌ ରୋହିତ୍‌ ଶର୍ମ। ଏଠାରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ନୂଆ କୀର୍ତ୍ତିମାନ କରିଛନ୍ତି। ରୋହିତ୍‌ ଭାରତ ପକ୍ଷରୁ ସର୍ବ।ଧିକ ଟି-୨୦ ମ୍ୟାଚ୍‌ ଖେଳିବାରେ ପୂର୍ବତନ କ୍ୟାପଟେନ୍‌ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇଛନ୍ତି। ରୋହିତ୍‌ ଆଜି ନିଜର ୯୯ତମ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ଏହା ପୂର୍ବରୁ ଧୋନି ଭାରତ ପକ୍ଷରୁ ୯୮ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ତେବେ ଟି-୨୦ରେ ସର୍ବ।ଧିକ ମ୍ୟାଚ୍‌ ଖେଳିବାର ରେକର୍ଡ ପାକିସ୍ତାନର ଶୋଏବ […]

rohit1

Ranjit Kumar Jena
  • Published: Sunday, 03 November 2019
  • , Updated: 03 November 2019, 10:10 PM IST

ନୂଆଦିଲ୍ଲୀ: ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍‌ ରୋହିତ୍‌ ଶର୍ମ। ଏଠାରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ନୂଆ କୀର୍ତ୍ତିମାନ କରିଛନ୍ତି। ରୋହିତ୍‌ ଭାରତ ପକ୍ଷରୁ ସର୍ବ।ଧିକ ଟି-୨୦ ମ୍ୟାଚ୍‌ ଖେଳିବାରେ ପୂର୍ବତନ କ୍ୟାପଟେନ୍‌ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇଛନ୍ତି।

ରୋହିତ୍‌ ଆଜି ନିଜର ୯୯ତମ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ଏହା ପୂର୍ବରୁ ଧୋନି ଭାରତ ପକ୍ଷରୁ ୯୮ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ତେବେ ଟି-୨୦ରେ ସର୍ବ।ଧିକ ମ୍ୟାଚ୍‌ ଖେଳିବାର ରେକର୍ଡ ପାକିସ୍ତାନର ଶୋଏବ ମଲିକଙ୍କ ନାଁରେ ରହିଛି, ଯିଏ ରେକର୍ଡ ୧୧୧ ମ୍ୟାଚ୍‌ ଖେଳିଛନ୍ତି। ଏହାଛଡ଼ା ରୋହିତଙ୍କ ନାଁରେ ଆଉ ଏକ ରେକର୍ଡ ମଧ୍ୟ ଯୋଡ଼ି ହୋଇଛି।

ରୋହିତ୍‌ ଏବେ ଟି-୨୦ରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି। ଏହି ମାମଲାରେ ସେ ଭାରତର ନିୟମିତ କ୍ୟାପଟେନ୍‌ ବିରାଟ୍‌ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି। କୋହଲି ୭୨ ମ୍ୟାଚରେ ୨୪୫୦ ରନ୍‌ କରିଛନ୍ତି। ରୋହିତ୍‌ ୨୪୫୨ ରନ୍‌ କରି କୋହଲିଙ୍କୁ ଟପିଯାଇଛନ୍ତି। ଏହି ମ୍ୟାଚ୍‌ ପୂର୍ବରୁ ରୋହିତଙ୍କ ନାଁରେ ୨୪୪୩ ରନ୍‌ ଥିଲା।

Related story