ଅମ୍ପାୟାରଙ୍କ ଭୁଲ୍ ନିଷ୍ପତ୍ତିରେ ରୋହିତ୍ ନାଖୁସ୍, ଶେୟାର କଲେ ଫଟୋ

ମ୍ୟାଞ୍ଚେଷ୍ଟର୍: ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ଟିମ୍ ଇଣ୍ଡିଆ ଓପ୍ନର ରୋହିତ୍ ଶର୍ମାଙ୍କ ବିବାଦୀୟ ଆଉଟ୍ ଏବେ ନୂଆ ମୋଡ଼ ନେଇଛି। ରୋହିତ୍ ନିଜ ଆଉଟ୍ ହେବାର ଫଟୋ ଟ୍ୱିଟରରେ ଶେୟାର କରିଛନ୍ତି। ଏହି ଫଟୋ ଜରିଆରେ ରୋହିତ୍ ଦର୍ଶାଇବାକୁ ଚାହିଁଛନ୍ତି ଯେ ସେ ଆଉଟ୍ ନଥିଲେ, କାରଣ ବଲ୍ ବ୍ୟାଟ୍ ନୁହେଁ ବରଂ ପ୍ୟାଡରେ ବାଜିଥିଲା। ତେବେ ଏହି ଫଟୋ ସହ ରୋହିତ୍ କିଛି କ୍ୟାପସନ୍ ଲେଖିନାହାନ୍ତି। 🤦‍♂️👀 pic.twitter.com/0RH6VeU6YB — Rohit Sharma (@ImRo45) June […]

rr

Hemant Lenka
  • Published: Friday, 28 June 2019
  • , Updated: 28 June 2019, 05:51 PM IST

ମ୍ୟାଞ୍ଚେଷ୍ଟର୍: ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ଟିମ୍ ଇଣ୍ଡିଆ ଓପ୍ନର ରୋହିତ୍ ଶର୍ମାଙ୍କ ବିବାଦୀୟ ଆଉଟ୍ ଏବେ ନୂଆ ମୋଡ଼ ନେଇଛି। ରୋହିତ୍ ନିଜ ଆଉଟ୍ ହେବାର ଫଟୋ ଟ୍ୱିଟରରେ ଶେୟାର କରିଛନ୍ତି। ଏହି ଫଟୋ ଜରିଆରେ ରୋହିତ୍ ଦର୍ଶାଇବାକୁ ଚାହିଁଛନ୍ତି ଯେ ସେ ଆଉଟ୍ ନଥିଲେ, କାରଣ ବଲ୍ ବ୍ୟାଟ୍ ନୁହେଁ ବରଂ ପ୍ୟାଡରେ ବାଜିଥିଲା। ତେବେ ଏହି ଫଟୋ ସହ ରୋହିତ୍ କିଛି କ୍ୟାପସନ୍ ଲେଖିନାହାନ୍ତି।

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ଚୌକା ଓ ଛକା ମାରି ରୋହିତ୍ ଜବରଦସ୍ତ ଟଚରେ ଥିଲେ। କିନ୍ତୁ କେମାର ରୋଚଙ୍କ ବଲ୍ ତାଙ୍କ ବ୍ୟାଟ୍ ଓ ପ୍ୟାଡ୍ ମଝିରୁ ବାହାରି ସିଧା ୱିକେଟକିପର ଶାଇ ହୋପଙ୍କୁ ହାତକୁ ଚାଲିଯାଇଥିଲା। ୱିଣ୍ଡିଜ୍ ଖେଳାଳିମାନେ ଜୋରଦାର୍ ଅପିଲ୍ କରିଥିଲେ ଏବଂ ଡିଆରଏସ୍ ନେଇଥିଲେ। ଥାର୍ଡ ଅମ୍ପାୟାର ୱିଣ୍ଡିଜ୍ ସପକ୍ଷରେ ନିଷ୍ପତ୍ତି ଦେଇଥିଲେ ଏବଂ ରୋହିତ୍ ୧୮ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ଅନ୍ୟପକ୍ଷରେ ରିଭ୍ୟୁରେ ସ୍ନିକୋମିଟରରେ ସ୍ପଷ୍ଟ ହୋଇନଥିଲା ଯେ, ବଲ୍ ପ୍ରଥମେ ବ୍ୟାଟ୍ ନା ପ୍ୟାଡରେ ବାଜିଛି। ଥାର୍ଡ ଅମ୍ପାୟାରଙ୍କ ନିଷ୍ପତ୍ତିରେ ରୋହିତ୍ ନିରାଶ ପ୍ରକାଶ କରି ପ୍ୟାଭିଲିୟନ୍ ଫେରିଥିଲେ। ଥାର୍ଡ ଅମ୍ପାୟାରଙ୍କ ଏହି ନିଷ୍ପତ୍ତିରେ କମେଣ୍ଟେଟର୍ ମଧ୍ୟ ଚକିତ ହୋଇଥିଲେ। ହରଭଜନ ସିଂହ କହିଥିଲେ, ଡିଆରଏସରେ ବେନିଫିଟ୍ ଅଫ୍ ଡାଉଟ୍ ଲାଗୁଥିଲା। ଏଭଳି ନିଷ୍ପତ୍ତି ବ୍ୟାଟ୍ସମ୍ୟାନଙ୍କ ସପକ୍ଷରେ ହିଁ ଯାଇଥାଏ। ଅମ୍ପାୟାର ନିଷ୍ପତ୍ତି ନେବାର ଜଲଦି କରିଦେଲେ।

Related story