ପ୍ରଥମ ଖେଳାଳି ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ଏହି ରେକର୍ଡ କଲେ ଟେଲର୍‌

ୱେଲିଂଟନ୍‌: ନ୍ୟୁଜିଲ୍ୟାଣ୍ଡର ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ରସ୍ ଟେଲର ଶୁକ୍ରବାର ଭାରତ ବିପକ୍ଷରେ ନିଜର ୧୦୦ ଟେଷ୍ଟ ମ୍ୟାଚ୍ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ଏଥିସହ ଟେଲର୍ ନୂଆ ବିଶ୍ୱ ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟର ତିନୋଟି ଯାକ ଫର୍ମାଟରେ ୧୦୦ ମ୍ୟାଚ୍ ଖେଳିବାରେ ଟେଲର୍ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି। ଟେଲରଙ୍କ ପରେ ଭାରତର ରୋହିତ୍ ଶର୍ମା ଓ ପାକିସ୍ତାନର ଶୋଏବ ମଲିକ୍ ରହିଛନ୍ତି। ରୋହିତ୍ ଓ ଶୋଏବ ଟି-୨୦ ଓ ଦିନିକିଆ କ୍ରିକେଟରେ […]

Taylor1

Ranjit Kumar Jena
  • Published: Friday, 21 February 2020
  • , Updated: 21 February 2020, 08:46 PM IST

ୱେଲିଂଟନ୍‌: ନ୍ୟୁଜିଲ୍ୟାଣ୍ଡର ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ରସ୍ ଟେଲର ଶୁକ୍ରବାର ଭାରତ ବିପକ୍ଷରେ ନିଜର ୧୦୦ ଟେଷ୍ଟ ମ୍ୟାଚ୍ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ଏଥିସହ ଟେଲର୍ ନୂଆ ବିଶ୍ୱ ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟର ତିନୋଟି ଯାକ ଫର୍ମାଟରେ ୧୦୦ ମ୍ୟାଚ୍ ଖେଳିବାରେ ଟେଲର୍ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି।

ଟେଲରଙ୍କ ପରେ ଭାରତର ରୋହିତ୍ ଶର୍ମା ଓ ପାକିସ୍ତାନର ଶୋଏବ ମଲିକ୍ ରହିଛନ୍ତି। ରୋହିତ୍ ଓ ଶୋଏବ ଟି-୨୦ ଓ ଦିନିକିଆ କ୍ରିକେଟରେ ୧୦୦ରୁ ଅଧିକ ମ୍ୟାଚ୍ ଖେଳିଛନ୍ତି। ତେବେ ଶୋଏବ ୩୫ ଓ ରୋହିତ୍ ମାତ୍ର ୩୨ ଟେଷ୍ଟ ଖେଳିଛନ୍ତି। ଏହି ଦୃଷ୍ଟିରୁ ଦୁହେଁ ଟେଲରଙ୍କଠାରୁ ବହୁ ଦୂରରେ ଅଛନ୍ତି। ଚଳିତ ମାସ ପ୍ରଥମ ସପ୍ତାହରେ ଭାରତ ବିପକ୍ଷରେ ୧୦୦ତମ ଟି-୨୦ ମ୍ୟାଚ୍ ଖେଳିଥିବା ଟେଲର୍ ଅନ୍ତର୍ଜାତୀୟ ଦିନିକିଆରେ ୨୩୧ ମ୍ୟାଚ୍ ଖେଳିସାରିଛନ୍ତି।

ଟେଲର ଉଭୟ ଟେଷ୍ଟ ଓ ଦିନିକିଆ କ୍ରିକେଟରେ ନ୍ୟୁଜିଲ୍ୟାଣ୍ଡର ଟପ୍ ସ୍କୋରର ଅଛନ୍ତି। ଟେଲର୍ ଟେଷ୍ଟରେ ୭୧୭୪ ରନ୍ ଏବଂ ଦିନିକିଆରେ ୮୫୭୦ ରନ୍ କରିଛନ୍ତି। ସେହିପରି ସେ ୧୦୦ ଟି-୨୦ ମ୍ୟାଚରେ ୭ ଅର୍ଦ୍ଧଶତକ ସହ ୧୯୦୯ ରନ୍ କରିଛନ୍ତି। ଟେଲର୍ ୨୦୦୭ରେ ଜୋହାନସବର୍ଗରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିବା ବେଳେ ୨୦୦୬ରେ ନାପିଅରରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିନିକିଆ ଏବଂ ୨୦୦୬ରେ ୱେଲିଂଟନରେ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ଡେବ୍ୟୁ କରିଥିଲେ।

Related story