ନ୍ୟୁଜିଲ୍ୟାଣ୍ଡର ଲିଡିଂ ଟେଷ୍ଟ ସ୍କୋରର ହେଲେ ଟେଲର୍‌

ସିଡନୀ: ନ୍ୟୁଜିଲ୍ୟାଣ୍ଡର ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ରସ୍ ଟେଲର ଟେଷ୍ଟ କ୍ରିକେଟରେ ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି। ଟେଲର ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହି ମାମଲାରେ ଟେଲର ନିଜ ଦେଶର ପୂର୍ବତନ କ୍ୟାପଟେନ୍ ଷ୍ଟିଫେନ୍ ଫ୍ଲେମିଙ୍ଗଙ୍କୁ ପଛରେ ପକାଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟର ଦ୍ୱିତୀୟ ଇନିଂସରେ ଟେଲର ୧୮ଶ ଓଭରରେ ଫ୍ଲେମିଙ୍ଗଙ୍କ ରେକର୍ଡ ଭାଙ୍ଗିଥିଲେ। ଫ୍ଲେମିଙ୍ଗ୍ ୧୧୧ ଟେଷ୍ଟରେ ୪୦.୦୬ ହାରରେ ୭୧୭୨ ରନ୍ କରିଥିଲେ, ଯେଉଁଥିରେ ୯ […]

taylor

taylor

Ranjit Kumar Jena
  • Published: Monday, 06 January 2020
  • Updated: 06 January 2020, 06:05 PM IST

ସିଡନୀ: ନ୍ୟୁଜିଲ୍ୟାଣ୍ଡର ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ରସ୍ ଟେଲର ଟେଷ୍ଟ କ୍ରିକେଟରେ ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି। ଟେଲର ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହି ମାମଲାରେ ଟେଲର ନିଜ ଦେଶର ପୂର୍ବତନ କ୍ୟାପଟେନ୍ ଷ୍ଟିଫେନ୍ ଫ୍ଲେମିଙ୍ଗଙ୍କୁ ପଛରେ ପକାଇଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟର ଦ୍ୱିତୀୟ ଇନିଂସରେ ଟେଲର ୧୮ଶ ଓଭରରେ ଫ୍ଲେମିଙ୍ଗଙ୍କ ରେକର୍ଡ ଭାଙ୍ଗିଥିଲେ। ଫ୍ଲେମିଙ୍ଗ୍ ୧୧୧ ଟେଷ୍ଟରେ ୪୦.୦୬ ହାରରେ ୭୧୭୨ ରନ୍ କରିଥିଲେ, ଯେଉଁଥିରେ ୯ ଶତକ ଓ ୪୬ ଅର୍ଦ୍ଧଶତକ ସାମିଲ୍ ଥିଲା। ତେବେ ଟେଲର ଟେଷ୍ଟ ମାତ୍ର ୯୯ ଟେଷ୍ଟରେ ୪୬.୨୮ ହାରରେ ୭୧୭୪ ରନ୍ କରି ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଟେଲରଙ୍କ ନାଁରେ ଟେଷ୍ଟ କ୍ରିକେଟରେ ୧୯ ଶତକ ଓ ୩୩ ଅର୍ଦ୍ଧଶତକ ରହିଛି।

ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ୍ ମାମଲାରେ ବ୍ରେଣ୍ଡନ୍ ମ୍ୟାକକୁଲମ୍ (୬୪୫୩ ରନ୍‌) ତୃତୀୟ ସ୍ଥାନରେ ରହିଥିବା ବେଳେ ବର୍ତ୍ତମାନ ଟିମର କ୍ୟାପଟେନ୍ କେନ୍ ୱିଲିୟମସନ୍ (୬୩୭୯ ରନ୍‌) ଚତୁର୍ଥ ଏବଂ ମାର୍ଟିନ୍ କ୍ରୋ' (୫୪୪୪ ରନ୍‌) ପଞ୍ଚମ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos