ସୋଚି : ଫିଫା ଫୁଟବଲ ବିଶ୍ୱକପ୍ରେ ଋଷକୁ ଶକ୍ତ ଝଟକା। ଆୟୋଜକ ଋଷକୁ ୪-୩ ଗୋଲରେ ହରାଇ କ୍ରୋଏସିଆ ସେମିଫାଇନାଲ୍ରେ ପ୍ରବେଶ କରିଛି। ପ୍ରଥମ ପର୍ଯ୍ୟାୟରେ ହୋଇଥିବା ଜୋରଦାର ଲଢେଇରେ ନିର୍ଧାରିତ ସମୟ (୯୦+୫ ମିନିଟ୍) ୧-୧ରେ ମ୍ୟାଚ୍ ଅମୀମାଂସିତ ରହିଥିଲା। ଏହାପରେ ଅତିରିକ୍ତ ୩୦ ମିନିଟ୍ର ଖେଳ ବି ୨-୨ ଗୋଲ୍ରେ ସମାନ ରହିଥିଲା। ଉଭୟ ଦଳ ମଧ୍ୟ ପେନାଲ୍ଟି ସୁଟ୍ଆଉଟ୍ରେ ବିଜୟୀ ହୋଇ କ୍ୱାର୍ଟର ଫାଇନାଲ୍ ଆସିଥିଲେ। ପରେ ପେନାଲ୍ଟି ସୁଟ୍ଆଉଟ୍ ନିଷ୍ପତ୍ତି ହୋଇଥିଲା। ତେବେ କ୍ୱାର୍ଟର ଫାଇନାଲ୍ ସୁଟ୍ଆଉଟ୍ରେ କ୍ରୋଏସିଆ ୪-୩ (୨-୨)ରେ ବାଜି ମାରି ନେଇଥିଲା।