ଅଲିମ୍ପିକ୍ସରୁ ୪ ବର୍ଷ ବାସନ୍ଦ ହେଲା ରୁଷ୍‌

ମସ୍କୋ: ୱାର୍ଲ୍ଡ ଆଣ୍ଟି ଡୋପିଙ୍ଗ୍ ଏଜେନ୍ସି (ୱାଡା) ରୁଷ୍ ଉପରେ ୪ ବର୍ଷର ବାସନ୍ଦାଦେଶ ଲଗାଇଛି। ଅର୍ଥାତ୍ ଏବେ ରୁଷ୍ ଏବେ ପରବର୍ତ୍ତୀ ୪ ବର୍ଷ ପର୍ଯ୍ୟନ୍ତ କୌଣସି ପ୍ରକାରର ସ୍ପୋର୍ଟ୍ସ ଇଭେଣ୍ଟରେ ଭାଗ ନେଇପାରିବ ନାହିଁ। ଫଳସ୍ପରୂପ ଆସନ୍ତାବର୍ଷ ଟୋକିଓରେ ହେବାକୁଥିବା ଅଲିମ୍ପିକ୍ସରୁ ମଧ୍ୟ ରୁଷ୍ ବାଦ୍ ପଡ଼ିବ। ଏହାଛଡ଼ା ୨୦୨୨ରେ କତାରରେ ହେବାକୁଥିବା ଫୁଟବଲ ବିଶ୍ୱକପରୁ ମଧ୍ୟ ରୁଷ୍ ବାଦ୍ ପଡ଼ିଛି। ରୁଷ୍ ଉପରେ ଏକ ଆଣ୍ଟି ଡୋପିଙ୍ଗ୍ ପ୍ରୟୋଗଶାଳାଠାରୁ ଭୁଲ୍ ତଥ୍ୟ ଆଣିବା […]

russia

russia

Ranjit Kumar Jena
  • Published: Monday, 09 December 2019
  • Updated: 09 December 2019, 06:48 PM IST

Sports

Latest News

ମସ୍କୋ: ୱାର୍ଲ୍ଡ ଆଣ୍ଟି ଡୋପିଙ୍ଗ୍ ଏଜେନ୍ସି (ୱାଡା) ରୁଷ୍ ଉପରେ ୪ ବର୍ଷର ବାସନ୍ଦାଦେଶ ଲଗାଇଛି। ଅର୍ଥାତ୍ ଏବେ ରୁଷ୍ ଏବେ ପରବର୍ତ୍ତୀ ୪ ବର୍ଷ ପର୍ଯ୍ୟନ୍ତ କୌଣସି ପ୍ରକାରର ସ୍ପୋର୍ଟ୍ସ ଇଭେଣ୍ଟରେ ଭାଗ ନେଇପାରିବ ନାହିଁ। ଫଳସ୍ପରୂପ ଆସନ୍ତାବର୍ଷ ଟୋକିଓରେ ହେବାକୁଥିବା ଅଲିମ୍ପିକ୍ସରୁ ମଧ୍ୟ ରୁଷ୍ ବାଦ୍ ପଡ଼ିବ। ଏହାଛଡ଼ା ୨୦୨୨ରେ କତାରରେ ହେବାକୁଥିବା ଫୁଟବଲ ବିଶ୍ୱକପରୁ ମଧ୍ୟ ରୁଷ୍ ବାଦ୍ ପଡ଼ିଛି।

ରୁଷ୍ ଉପରେ ଏକ ଆଣ୍ଟି ଡୋପିଙ୍ଗ୍ ପ୍ରୟୋଗଶାଳାଠାରୁ ଭୁଲ୍ ତଥ୍ୟ ଆଣିବା ଅଭିଯୋଗ ଲାଗିଛି ଏବଂ ଏହି କାରଣରୁ ସେମାନଙ୍କ ଉପରେ ବାସନ୍ଦାଦେଶ ଲଗାଯାଇଛି। ୱାଡାର ଏହି ନିଷ୍ପତ୍ତି ପରେ ରୁଷର ଧ୍ୱଜା ଓ ଜାତୀୟ ସଙ୍ଗୀତ କୌଣସି ବଡ଼ ଖେଳର ଆୟୋଜନରେ ସାମିଲ୍ ହୋଇପାରିବ ନାହିଁ। ତେବେ ଯେଉଁ ଖେଳାଳିମାନେ ନିଜକୁ ଡୋପିଙ୍ଗ ପରୀକ୍ଷଣରେ ସଫଳ ସାବ୍ୟସ୍ତ କରିବେ, ସେମାନେ ନିରପେକ୍ଷ ଧ୍ୱଜା ଅଧୀନରେ କୌଣସି ଇଭେଣ୍ଟରେ ଭାଗ ନେଇପାରିବେ।

ରୁଷାଡା ପାଖରେ ଏବେ ନିଷ୍ପତ୍ତି ବିରୋଧରେ ଅପିଲ୍ କରିବା ପାଇଁ ୨୧ ଦିନର ସମୟ ରହିଛି। ଏବଂ ଯଦି ସେମାନେ ଏହି ଅପିଲ୍ କରନ୍ତି, ତାହେଲେ ଏହାକୁ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ୍ସ (କ୍ୟାସ)କୁ ପଠାଯିବ।

ୱାଡାର ଉପାଧ୍ୟକ୍ଷ ଲିଣ୍ଡା ହେଲେଲ୍ୟାଣ୍ଡ୍ କହିଛନ୍ତି, ଚାରିବର୍ଷର ପ୍ରତିବନ୍ଧ ଯଥେଷ୍ଟ ନୁହେଁ। ୨୦୧୫ରୁ ରୁଷ୍ ଉପରେ ଗୋଟିଏ ଦେଶ ଭାବେ ଖେଳିବା ନେଇ ପ୍ରତିବନ୍ଧ ଲାଗିଛି। ତେବେ ଏହି ପ୍ରତିବନ୍ଧ ପରେ ବି ରୁଷ୍ ୟୁରୋ-୨୦୨୦ରେ ଭାଗ ନେଇପାରିବ, କାରଣ ୟୁରୋପୀୟ ସଂସ୍ଥା ୟୁଇଏଫଏକୁ ଖେଳର ବଡ଼ ଆୟୋଜକ ଭାବେ ପରିଗଣିତ କରାଯାଏନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos