ଜାଣନ୍ତୁ ବିଶ୍ୱର ବଲ୍‌ ଟାମ୍ପରିଂ ସ୍ପେସାଲିଷ୍ଟଙ୍କୁ: କ୍ରିକେଟ୍‌ର ଭଗବାନ ମଧ୍ୟ ଏହି ମାମଲାରେ ଦିନେ ଫସିଥିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେପ୍‌ଟାଉନ୍‌ ଠାରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ ଘଟିଥିବା ଘଟଣା କ୍ରିକେଟ୍‌କୁ କଳଙ୍କିତ କରିଛି। ଏହି ଟେଷ୍ଟରେ ଅଷ୍ଟ୍ରେଲିଆ ଓପନର୍‌ କାମେରନ୍ ବାନ୍‌କ୍ରଫ୍ଟ ବଲ୍‌ ଟାମ୍ପରିଂ କରିଥିବା ଘଟଣା ସାମ୍ନାକୁ ଆସିବାରେ ସାରା ବିଶ୍ୱରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କାମେରନ୍ ବାନ୍‌କ୍ରଫ୍ଟ ଓ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ବଲ୍ ଟାମ୍ପରିଂ ଅଭିଯୋଗକୁ ସ୍ୱୀକାର କରିବା ପରେ ବିବାଦ ଆହୁରି ବଢ଼ିଯାଇଛି। ଫଳରେ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ଙ୍କୁ […]

RUkHWlM274

Ordigital Desk
  • Published: Sunday, 25 March 2018
  • , Updated: 25 March 2018, 09:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେପ୍‌ଟାଉନ୍‌ ଠାରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ ଘଟିଥିବା ଘଟଣା କ୍ରିକେଟ୍‌କୁ କଳଙ୍କିତ କରିଛି। ଏହି ଟେଷ୍ଟରେ ଅଷ୍ଟ୍ରେଲିଆ ଓପନର୍‌ କାମେରନ୍ ବାନ୍‌କ୍ରଫ୍ଟ ବଲ୍‌ ଟାମ୍ପରିଂ କରିଥିବା ଘଟଣା ସାମ୍ନାକୁ ଆସିବାରେ ସାରା ବିଶ୍ୱରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କାମେରନ୍ ବାନ୍‌କ୍ରଫ୍ଟ ଓ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ବଲ୍ ଟାମ୍ପରିଂ ଅଭିଯୋଗକୁ ସ୍ୱୀକାର କରିବା ପରେ ବିବାଦ ଆହୁରି ବଢ଼ିଯାଇଛି। ଫଳରେ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ଙ୍କୁ ଆଇସିସି ଗୋଟିଏ ଟେଷ୍ଟରୁ ବାସନ୍ଦ କରିବା ସହ ତାଙ୍କ ଉପରେ ୧୦୦ ପ୍ରତିଶତ ମ୍ୟାଚ୍‌ ଫିସ୍‌ର ଜୋରିମାନା କରିଛି। ଏହାସହ ବଲ୍‌ ଟାମ୍ପରିଂ କରିଥିବା କାମେରନ୍ ବାନ୍‌କ୍ରଫ୍ଟଙ୍କୁ ଆଇସିସି ୩ଟି ଡିମେରିଟ୍‌ ପଏଣ୍ଟ ଦେଇଥିବାସହ ୭୫ ପ୍ରତିଶତ ମ୍ୟାଚ୍‌ ଫିସ୍‌ର ଜୋରିମାନା ମଧ୍ୟ ଲଗାଇଛି।

କ୍ରିକେଟ୍‌ ଇତିହାସରେ ବଲ୍‌ ଟାମ୍ପରିଂର ମାମଲା ଏହା ପ୍ରଥମ ଥର ପାଇଁ ହୋଇନାହିଁ। ଏହା ପୂର୍ବରୁ ମଧ୍ୟ ବଲ ଟାମ୍ପରିଂ ଭଳି ମାମଲା ସାମ୍ନାକୁ ଆସି କ୍ରିକେଟ୍‌କୁ ବଦନାମ କରିଛି। ୨୦୧୬ରେ ଅଷ୍ଟ୍ରେଲିଆର ହୋବାର୍ଟ ଟେଷ୍ଟରେ ବଲ ଟାମ୍ପରିଂର ଅଭିଯୋଗ ଦକ୍ଷିଣ ଆଫ୍ରିକାର ଅଧିନାୟକ ଡୁପ୍ଲେସିସ୍‌ଙ୍କ ଉପରେ ଆସିଥିଲା। ଡୁପ୍ଲେସିସ୍‌ ମ୍ୟାଚ୍‌ରେ ଟଫି ଖାଇକି ଏହାର ଲାଳ୍‌ ଅଶଂକୁ ବଲ୍‌ରେ ଲଗାଇ ବଲକୁ ଚିକ୍କଣ କରୁଥିବା ବେଳେ ଧରାପଡ଼ିଥିଲେ। ଏଥିପାଇଁ ଆଇସିସି ଡୁପ୍ଲେସିସ୍‌ଙ୍କ ଉପେର ୧୦୦ ପ୍ରତିଶତ ମ୍ୟାଚ୍‌ ଫିସ୍‌ର ଜୋରିମାନା କରିଥିଲା। ଏହାସହ ୨୦୧୩ରେ ମଧ୍ୟ ବଲ ଟାମ୍ପରିଂ ମାମଲାରେ ଡୁପ୍ଲେସିସ୍‌ ଧରାପଡ଼ି ଦୋଷୀ ସାବ୍ୟସ୍ତ ହୋଇଥିଲେ। ପାକିସ୍ତାନ ବିପକ୍ଷରେ ଦୁବାଇରେ ଖେଳାଯାଇଥିବା ଏହି ଟେଷ୍ଟରେ ବଲ୍‌ ଟାମ୍ପରିଂ ପାଇଁ ଡୁପ୍ଲେସିସ୍‌ଙ୍କ ଉପରେ ୫୦ ପ୍ରତିଶତ ମ୍ୟାଚ୍‌ ଫିସ୍‌ର ଜୋରିମାନା ଲଗାଯାଇଥିଲା। ୨୦୧୪ରେ ମଧ୍ୟ ଆଉଜଣେ ଦକ୍ଷିଣ ଆଫ୍ରିକା କ୍ରିକେଟର୍‌ ‘ଫିଲେଣ୍ଡର’ ବଲ୍‌ ଟାମ୍ପରିଂ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।  

୨୦୦୬ରେ କ୍ରିକେଟ୍‌ ଇତିହାସରେ ଏକ ଚକିତ କଲା ଭଳି ଘଟଣା ଘଟିଥିଲା। ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ରେ ପାକିସ୍ତାନ ବଲ୍‌ ଟାମ୍ପରିଂ କରୁଥିବା ଆଭିଯୋଗ ଆସିବା ପରେ ପାକିସ୍ତାନକୁ ୫ରନ୍‌ର ପେନାଲ୍ଟି ଦେଇଥିଲେ ଅମ୍ପିଆର୍‌। ପରେ ପାକିସ୍ତାନର ଅଧିନାୟକ ଇଞ୍ଜାମାମ୍‌ ଉଲ୍ ହଗ୍‌ ଟି-ବ୍ରେକ୍‌ ପରେ ପଡ଼ିଆକୁ ପାକିସ୍ତାନ ଖେଳାଳିଙ୍କୁ ନଯିବାକୁ କହିଥିଲେ। ଫଳରେ ଇଂଲଣ୍ଡକୁ ସେହି ମ୍ୟାଚ୍‌ରେ ବିଜୟୀ ଘୋଷଣା କରାଯାଇଥିଲା। ପରେ ଯଦିଓ ଆଇସିସି ଏହି ମ୍ୟାଚ୍‌କୁ ଡ୍ର ଘୋଷଣା କରିଥିଲା।

ବଲ୍‌ ଟାମ୍ପରିଂ ମାମଲାରେ କ୍ରିକେଟ୍‌ର ଭଗବାନଙ୍କ ନାଁ ମଧ୍ୟ ସାମିଲ ଅଛି। ୨୦୦୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସଚିନଙ୍କୁ ବଲ୍‌ ଟାମ୍ପରିଂ ଅଭିଯୋଗରେ ଦୋଷୀ କରାଇଦିଆଯାଇଥିଲା। ଏହି ମାମଲାରେ ଅମ୍ପିଆର୍ ମାଇକ୍‌ ଡେନିସ୍ ସଚିନଙ୍କ ଉପରେ ଗୋଟିଏ ମ୍ୟାଚ୍‌ର ବ୍ୟାନ୍‌ ଲଗାଇଥିଲେ। ହେଲେ ଆଇସିସି ତଦନ୍ତ କରି ସଚିନଙ୍କୁ ଦୋଷମୁକ୍ତ କରିଥିଲା। ଏହାପରେ ପରବର୍ତ୍ତି ଟେଷ୍ଟକୁ ବାତିଲ କରିଦିଆଯାଇଥିଲା। କାରଣ ପରବର୍ତ୍ତି ମ୍ୟାଚ୍‌ରେ ମାଇକ୍‌ ଡେନିସ୍‌ ମ୍ୟାଚ୍‌ ରେଫରୀ ଥିବାରୁ ଭାରତ ମ୍ୟାଚ୍‌ ଖେଳିବାକୁ ମନାକରିଥିଲା।

Related story