ଜମ୍ମୁ-କାଶ୍ମୀରରେ ସ୍କୁଲ ନିର୍ମାଣ ପାଇଁ ସଚିନ୍‌ ଦେଲେ ୪୦ ଲକ୍ଷ

ଜମ୍ମୁ: କ୍ରିକେଟ୍‌କୁ ଅଲ୍‌ବିଦା କହି ସାରିଥିବା ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ଆଜି ବି କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ରାଜ କରୁଛନ୍ତି। କ୍ରିକେଟ୍‌ ଫିଲ୍ଡରେ ନିଜର ଯାଦୁ ଦେଖାଇ ସଚିନ୍‌ ଯେତିକି ଲୋକ ପ୍ରିୟ ହୋଇଛନ୍ତି ହୁଏତ ଅନ୍ୟ କୌଣସି ଖେଳାଳି ହୋଇପାରିବେ। ତାଙ୍କ ବ୍ୟକ୍ତିତ୍ୱ କଥା ନକହିବା ଭଲ। ପଡ଼ିଆ ଭିତରେ ହେଉ କି ବାହାରେ ନିଜର ନମନୀୟ ବ୍ୟବହାର ପାଇଁ ସର୍ବଦା ଲୋକଙ୍କ ପାଇଁ ମନ ଜିଣିଛନ୍ତି। କ୍ରିକେଟ୍‌ ଛାଡିବା ପରେ ରାଜ୍ୟସଭା […]

sachin

Rakesh Mallick
  • Published: Friday, 30 March 2018
  • , Updated: 30 March 2018, 11:34 AM IST

ଜମ୍ମୁ: କ୍ରିକେଟ୍‌କୁ ଅଲ୍‌ବିଦା କହି ସାରିଥିବା ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ଆଜି ବି କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ରାଜ କରୁଛନ୍ତି। କ୍ରିକେଟ୍‌ ଫିଲ୍ଡରେ ନିଜର ଯାଦୁ ଦେଖାଇ ସଚିନ୍‌ ଯେତିକି ଲୋକ ପ୍ରିୟ ହୋଇଛନ୍ତି ହୁଏତ ଅନ୍ୟ କୌଣସି ଖେଳାଳି ହୋଇପାରିବେ। ତାଙ୍କ ବ୍ୟକ୍ତିତ୍ୱ କଥା ନକହିବା ଭଲ। ପଡ଼ିଆ ଭିତରେ ହେଉ କି ବାହାରେ ନିଜର ନମନୀୟ ବ୍ୟବହାର ପାଇଁ ସର୍ବଦା ଲୋକଙ୍କ ପାଇଁ ମନ ଜିଣିଛନ୍ତି। କ୍ରିକେଟ୍‌ ଛାଡିବା ପରେ ରାଜ୍ୟସଭା ସାଂସଦ ହୋଇଥିବା ସଚିନ୍‌ ଏବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ କାମ କରୁଛନ୍ତି। ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ଥିବା ସ୍କୁଲର ଉନ୍ନତିକରଣ ପାଇଁ ୨୦ଟି ପ୍ରୋଜେକ୍ଟରେ ସଚିନ୍‌ ୭.୪ କୋଟି ଟଙ୍କା ଦେଇ ସାରିଛନ୍ତି। ଏବେ ଦେଶର ସବୁଠାରୁ ସମ୍ବେଦନଶୀଳ ରାଜ୍ୟ ଜମ୍ମୁ-କଶ୍ମୀରରେ ପିଲାଙ୍କ ଭବିଷ୍ୟତ ଗଠନ ପାଇଁ ହାତ ବଢ଼ାଇଛନ୍ତି। କୁପୱାଡା ଜିଲ୍ଲାରେ ଥିବା ସ୍କୁଲର ଉନ୍ନତିକରଣ ପାଇଁ ନିଜ ସାଂସଦ ପାଣ୍ଠିରୁ ୪୦ ଲକ୍ଷ ଟଙ୍କା ଦେଇଛନ୍ତି।

ଏହି ଅଞ୍ଚଳରେ ରହିଛି ଏକମାତ୍ର ସ୍କୁଲ Imperial Educational Institute Durgamulla ।୨୦୦୭ରେ ଆରମ୍ଭ ହୋଇଥିବା ଏହି ସ୍କୁଲରେ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ପ୍ରାୟ ୧୦୦୦ ଛାତ୍ରଛାତ୍ରୀ ଏଠାରେ ପାଠ ପଢୁଛନ୍ତି। ସଚିନ ଦେଇଥିବା ଅର୍ଥରେ ଏଠାରେ ୧୦ଟି ଶ୍ରେଣୀ, ୪ଟି ପ୍ରୟୋଗଶାଳା, ପ୍ରଶାସନିକ ବ୍ଲକ, ୬ଟି ଶୌଚାଳୟ ଓ ଏକ ପ୍ରାର୍ଥନା ହଲ୍‌ ନିର୍ମାଣ କରାଯିବ।

Related story