U-19 ବିଶ୍ୱ ବିଜେତାଙ୍କ ପାଇଁ କ’ଣ କହିଲେ ସଚିନ୍‌ ?

ମୁମ୍ବାଇ: U-19 ବିଶ୍ୱକପ୍‌ ଜିତି ଇତିହାସ ରଚିଛି ଭାରତୀୟ ଟିମ୍‌। ଏହି ବିଜୟ ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ଆସିବାରେ ଲାଗିଛି। ଏପରି ସ୍ଥିତିରେ ମେଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର କେମିତି ବା ପଛରେ ରହିଥାନ୍ତେ। ଏହା ଭାରତୀୟ ଟିମ୍‌ ପାଇଁ ବଡ଼ ଉପଲବ୍ଧି ବୋଲି ସଚିନ କହିଛନ୍ତି। ସେ କହିଛନ୍ତି, “ଏହି ବିଜୟ ପାଇଁ ଟିମ୍‌ ନିଜକୁ ଶାରୀରିକ ଓ ମାନସିକ ସ୍ତରରେ ପ୍ରସ୍ତୁତ କରିଥିଲେ। ଅନ୍ୟ ଟିମ୍‌ଙ୍କ ଠାରୁ ଆମ ଟିମ୍‌ ସମ୍ପୂର୍ଣ୍ଣ ଅଲଗା […]

sachin-tendulkar

Rakesh Mallick
  • Published: Sunday, 04 February 2018
  • , Updated: 04 February 2018, 12:28 PM IST

ମୁମ୍ବାଇ: U-19 ବିଶ୍ୱକପ୍‌ ଜିତି ଇତିହାସ ରଚିଛି ଭାରତୀୟ ଟିମ୍‌। ଏହି ବିଜୟ ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ଆସିବାରେ ଲାଗିଛି। ଏପରି ସ୍ଥିତିରେ ମେଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର କେମିତି ବା ପଛରେ ରହିଥାନ୍ତେ। ଏହା ଭାରତୀୟ ଟିମ୍‌ ପାଇଁ ବଡ଼ ଉପଲବ୍ଧି ବୋଲି ସଚିନ କହିଛନ୍ତି। ସେ କହିଛନ୍ତି, “ଏହି ବିଜୟ ପାଇଁ ଟିମ୍‌ ନିଜକୁ ଶାରୀରିକ ଓ ମାନସିକ ସ୍ତରରେ ପ୍ରସ୍ତୁତ କରିଥିଲେ। ଅନ୍ୟ ଟିମ୍‌ଙ୍କ ଠାରୁ ଆମ ଟିମ୍‌ ସମ୍ପୂର୍ଣ୍ଣ ଅଲଗା ଲାଗୁଥିଲା।

U-19 ଦଳ ବିଶ୍ୱ ବିଜୟୀ ହେବାର ଶ୍ରେୟ ସଚିନ ବିସିସିଆକୁ ଦେଇଛନ୍ତି। ସେ କହିଛନ୍ତି, “ବିସିସିଆଇ ଖେଳାଳିଙ୍କୁ ଭଲ ସୁବିଧା ଉପଲବ୍ଧ କରାଯାଇଛି। ଗତ ୧୫ ବର୍ଷ ମଧ୍ୟରେ ଖେଳର ସ୍ତରରେ ବହୁତ ପରିବର୍ତ୍ତନ ଘଟିଛି। ବିଶେଷ କରି ଭାରତୀୟ ଦଳରେ କ୍ଷେତ୍ରରକ୍ଷଣ ସ୍ତର ବହୁତ ଦୃଢ ହୋଇଛି। ଯାହା U-19  ବିଶ୍ୱକପ୍‌ରେ ଦେଖିବାକୁ ମିଳିଥିଲା।”

Related story