ଏହି କ୍ରିକେଟରଙ୍କ ଭିତରେ ନିଜକୁ ଦେଖୁଛନ୍ତି ସଚିନ୍

ସିଡନୀ: ଭାରତୀୟ କ୍ରିକେଟ୍ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆର ଯୁବ ବ୍ୟାଟ୍ସମ୍ୟାନ୍ ମାର୍ନସ୍ ଲାବୁଶେନଙ୍କୁ ପ୍ରଶଂସା କରିଛନ୍ତି। ଲାବୁଶେନଙ୍କ ବ୍ୟାଟିଂ ଶୈଳୀ ସଚିନଙ୍କୁ ନିଜ କଥା ମନେ ପକାଇଦେଇଛି। ସଚିନ କହିଛନ୍ତି, ମୁଁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଲର୍ଡ୍ସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଦେଖୁଥିଲି। ଯେତେବେଳେ ଷ୍ଟିଭ୍ ସ୍ମିଥ୍ ଆହତ ହୋଇ ମ୍ୟାଚରୁ ବାଦ୍ ପଡ଼ିଲେ। ତାଙ୍କ ସ୍ଥାନରେ ଲାବୁଶେନ୍ କନକସନ୍ ସବଷ୍ଟଚ୍ୟୁଟ୍ ଭାବେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିଲେ। […]

sachin

Ranjit Kumar Jena
  • Published: Friday, 07 February 2020
  • , Updated: 07 February 2020, 09:55 PM IST

ସିଡନୀ: ଭାରତୀୟ କ୍ରିକେଟ୍ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆର ଯୁବ ବ୍ୟାଟ୍ସମ୍ୟାନ୍ ମାର୍ନସ୍ ଲାବୁଶେନଙ୍କୁ ପ୍ରଶଂସା କରିଛନ୍ତି। ଲାବୁଶେନଙ୍କ ବ୍ୟାଟିଂ ଶୈଳୀ ସଚିନଙ୍କୁ ନିଜ କଥା ମନେ ପକାଇଦେଇଛି। ସଚିନ କହିଛନ୍ତି, ମୁଁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଲର୍ଡ୍ସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଦେଖୁଥିଲି।

ଯେତେବେଳେ ଷ୍ଟିଭ୍ ସ୍ମିଥ୍ ଆହତ ହୋଇ ମ୍ୟାଚରୁ ବାଦ୍ ପଡ଼ିଲେ। ତାଙ୍କ ସ୍ଥାନରେ ଲାବୁଶେନ୍ କନକସନ୍ ସବଷ୍ଟଚ୍ୟୁଟ୍ ଭାବେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିଲେ। ମୁଁ ସେଠାରେ ନିଜ ଶ୍ୱଶୁରଙ୍କ ସହ ବସି ମ୍ୟାଚ୍ ଦେଖୁଥିଲି। ଜୋଫ୍ରା ଆର୍ଚରଙ୍କ ବଲରେ ଲାବୁଶେନଙ୍କୁ ଆଘାତ ଲାଗିଥିଲା ଏବଂ ଏହା ପରେ ୧୫ ମିନିଟ୍ ପର୍ଯ୍ୟନ୍ତ ସେ ଯେଉଁଭଳି ବ୍ୟାଟିଂ କଲେ, ତାହା ମୋତେ ବେଶ୍ ପ୍ରଭାବିତ କରିଥିଲି। ସେହି ସମୟରେ ମୁଁ କହିଥିଲି, 'ଏହି ଖେଳାଳି ଜଣକ ବହୁତ ଖାସ୍‌'।

ଲାବୁଶେନଙ୍କର ଫୁଟୱର୍କ ସଠିକ୍ ରହିଛି। ଫୁଟୱର୍କ କେବଳ ଶାରୀରିକ ନୁହେଁ, ମାନସିକ ଭାବେ ସଠିକ୍ ହେବା ଦରକାର। ଯଦି ଆପଣ ସକାରାତ୍ମକ ଚିନ୍ତାଧାରା ସହ ବ୍ୟାଟିଂ କରିବେ ନାହିଁ, ତାହେଲେ ଆଗକୁ ବଢ଼ିପାରିବେ ନାହିଁ।" ୨୫ ବର୍ଷୀୟ ଲାବୁଶେନ୍ ୨୦୧୯ରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ୍ (୧୧୦୪) ହୋଇଥିଲେ। ଆଶେସରେ ମଧ୍ୟ ସେ ପ୍ରଭାବୀ ବ୍ୟାଟିଂ କରି ୫୦.୪୨ ହାରରେ ୩୫୩ ରନ୍ କରିଥିଲେ।

Related story