ଅଷ୍ଟ୍ରେଲୀୟ କମ୍ପାନୀ ବିରୋଧରେ ମାନହାନି ମକଦ୍ଦମା କଲେ ସଚିନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆର ବ୍ୟାଟ୍ ନିର୍ମାଣକାରୀ କମ୍ପାନୀ ସ୍ପାର୍ଟନ୍ ସ୍ପୋର୍ଟ୍ସ ବିରୋଧରେ ସିଭିଲ୍ କୋର୍ଟରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ସଚିନ ଏହି କମ୍ପାନୀ ଉପରେ ଦୁଇ ମିଲିୟନ୍ ଅଷ୍ଟ୍ରେଲିଆନ୍ ଡଲାର (ପ୍ରାୟ ୧୪ କୋଟି ଟଙ୍କା)ର କ୍ଷତିପୂରଣ ଦାବି କରିଛନ୍ତି। ସଚିନ ଆହୁରି କହିଛନ୍ତି, କମ୍ପାନୀ ନିଜର ପ୍ରଡକ୍ଟକୁ ଫାଇଦା ପହଞ୍ଚାଇବା ପାଇଁ ଦୁଇବର୍ଷ ପର୍ଯ୍ୟନ୍ତ ମୋ ନାଁ ଓ ଛବିର ବ୍ୟବହାର କରିଛି ଏବଂ ଏଥିପାଇଁ […]

sachin1

Hemant Lenka
  • Published: Friday, 14 June 2019
  • , Updated: 14 June 2019, 08:32 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆର ବ୍ୟାଟ୍ ନିର୍ମାଣକାରୀ କମ୍ପାନୀ ସ୍ପାର୍ଟନ୍ ସ୍ପୋର୍ଟ୍ସ ବିରୋଧରେ ସିଭିଲ୍ କୋର୍ଟରେ ମାନହାନି ମକଦ୍ଦମା ଦାୟର କରିଛନ୍ତି।

ସଚିନ ଏହି କମ୍ପାନୀ ଉପରେ ଦୁଇ ମିଲିୟନ୍ ଅଷ୍ଟ୍ରେଲିଆନ୍ ଡଲାର (ପ୍ରାୟ ୧୪ କୋଟି ଟଙ୍କା)ର କ୍ଷତିପୂରଣ ଦାବି କରିଛନ୍ତି। ସଚିନ ଆହୁରି କହିଛନ୍ତି, କମ୍ପାନୀ ନିଜର ପ୍ରଡକ୍ଟକୁ ଫାଇଦା ପହଞ୍ଚାଇବା ପାଇଁ ଦୁଇବର୍ଷ ପର୍ଯ୍ୟନ୍ତ ମୋ ନାଁ ଓ ଛବିର ବ୍ୟବହାର କରିଛି ଏବଂ ଏଥିପାଇଁ ମୋତେ କୌଣସି ପ୍ରାପ୍ୟ ମଧ୍ୟ ଦେଇନାହିଁ।

ଫେଡେରାଲ୍ କୋର୍ଟରେ ଦାଖଲ ହୋଇଥିବା ଏହି ମକଦ୍ଦମା ଅନୁଯାୟୀ ସଚିନ ଅଭିଯୋଗ କରିଛନ୍ତି ଯେ, ସିଡନୀର ସ୍ପାର୍ଟନ୍ ସ୍ପୋର୍ଟ୍ସ ଇଣ୍ଟରନ୍ୟାଶନାଲ୍ ୨୦୧୬ରେ ନିଜର ପ୍ରଚାର ଓ ପ୍ରସାର ପାଇଁ ମୋ ସହ ଚୁକ୍ତି କରିଥିଲା। ଏହି ବାବଦରେ କମ୍ପାନୀ ମୋତେ ବାର୍ଷିକ ୭ କୋଟି ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ସେପ୍ଟେମ୍ବର, ୨୦୧୮ରେ ଚୁକ୍ତି ଶେଷ ହେବା ପରେ କମ୍ପାନୀ ମୋତେ କୌଣସି ପ୍ରାପ୍ୟ ଦେଇନଥିଲା।

ଏହା ପରେ ସଚିନ ପ୍ରାପ୍ୟ ଭରଣା ପାଇଁ କମ୍ପାନୀକୁ ଅନୁରୋଧ କରିଥିଲେ, କିନ୍ତୁ ଏହାର କୌଣସି ଜବାବ ମିଳିନଥିଲା। ଏହା ପରେ ସଚିନ କମ୍ପାନୀ ସହ ଚୁକ୍ତି ଶେଷ କରିଥିଲେ। ସଚିନ ମଧ୍ୟ ନିଜ ନାମର ବ୍ୟବହାର ନକରିବା ପାଇଁ କମ୍ପାନୀକୁ କହିଥିଲେ, କିନ୍ତୁ ଏହା ସତ୍ତେ୍ୱ ସ୍ପାର୍ଟନ୍ ଏହା ଜାରି ରଖିଥିଲା। କୋର୍ଟଙ୍କ ୱେବସାଇଟ୍ ଅନୁଯାୟୀ, ଜୁନ୍ ୫ ତାରିଖରେ ଏହି ମକଦ୍ଦମା ଦାୟର କରାଯାଇଛି ଏବଂ ଏହାର ପ୍ରଥମ ଶୁଣାଣି ଜୁନ୍ ୨୬ ତାରିଖରେ ସିଡନୀରେ ହେବ।

Related story