ଲୋକପାଳଙ୍କୁ ଭେଟିଲେ ସଚିନ ଓ ଲକ୍ଷ୍ମଣ

ନୂଆଦିଲ୍ଲୀ: ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଓ ଭିଭିଏସ୍ ଲକ୍ଷ୍ମଣ ମଙ୍ଗଳବାର ବିସିସିଆଇ ଲୋକପାଳ ତଥା ପୂର୍ବତନ ଜଷ୍ଟିସ୍ ଡିକେ ଜୈନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ ମାମଲା ପାଇଁ ଥିଲା, କାରଣ ସଚିନ ଓ ଲକ୍ଷ୍ମଣ କ୍ରିକେଟ୍ ଆଡଭାଇଜରି କମିଟି (ସିଏସି) ଏବଂ ଆଇପିଏଲ୍ ଫ୍ରାଞ୍ଚାଇଜି ମୁମ୍ବାଇ ଇଣ୍ଡିଆନ୍ସ ତଥା ସନରାଇଜର୍ସ ହାଇଦ୍ରବାଦ ସହ ଜଡିତ ଅଛନ୍ତି। ତେବେ ଏହି ଶୁଣାଣି ଏପର୍ଯ୍ୟନ୍ତ ହୋଇପାରି ନାହିଁ । ସଚିନଙ୍କ ପରାମର୍ଶଦାତା ଅମିତ୍ […]

sach and lax

Hemant Lenka
  • Published: Tuesday, 14 May 2019
  • , Updated: 14 May 2019, 08:30 PM IST

ନୂଆଦିଲ୍ଲୀ: ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଓ ଭିଭିଏସ୍ ଲକ୍ଷ୍ମଣ ମଙ୍ଗଳବାର ବିସିସିଆଇ ଲୋକପାଳ ତଥା ପୂର୍ବତନ ଜଷ୍ଟିସ୍ ଡିକେ ଜୈନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ ମାମଲା ପାଇଁ ଥିଲା, କାରଣ ସଚିନ ଓ ଲକ୍ଷ୍ମଣ କ୍ରିକେଟ୍ ଆଡଭାଇଜରି କମିଟି (ସିଏସି) ଏବଂ ଆଇପିଏଲ୍ ଫ୍ରାଞ୍ଚାଇଜି ମୁମ୍ବାଇ ଇଣ୍ଡିଆନ୍ସ ତଥା ସନରାଇଜର୍ସ ହାଇଦ୍ରବାଦ ସହ ଜଡିତ ଅଛନ୍ତି। ତେବେ ଏହି ଶୁଣାଣି ଏପର୍ଯ୍ୟନ୍ତ ହୋଇପାରି ନାହିଁ ।

ସଚିନଙ୍କ ପରାମର୍ଶଦାତା ଅମିତ୍ ସିବଲ କହିଛନ୍ତି, ଏହି ମାମଲାରେ ମୁଁ ସଚିନଙ୍କ ପ୍ରତିନିଧିତ୍ୱ କରୁଛି। ପାଖାପାଖି ୪ ଘଣ୍ଟା ଧରି ଏହି ସାକ୍ଷାତରେ କୌଣସି ସମାଧାନର ବାଟ ବାହାରି ପାରିଲା ନାହିଁ। ଏହା ମେ' ୨୦ ତାରିଖ ପର୍ଯ୍ୟନ୍ତ ଜାରି ରହିଛି। ସଚିନ ଓ ଲକ୍ଷ୍ମଣଙ୍କୁ ଆଉ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବାକୁ ପଡ଼ିବ ନାହିଁ।

ଏହା ପୂର୍ବରୁ ଅଭିଯୋଗକାରୀ ମଧ୍ୟ ପ୍ରଦେଶ କ୍ରିକେଟ୍ ଆସୋସିଏସନର ସଞ୍ଜୀବ ଗୁପ୍ତା ଓ ବିସିସିଆଇର ସିଇଓ ରାହୁଲ ଜୋହରିଙ୍କୁ ମଧ୍ୟ ଜୈନ୍ ସାକ୍ଷ୍ୟ ପାଇଁ ଡକାଇଥିଲେ। ଗୁପ୍ତାଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ଅନୁଯାୟୀ, ସଚିନ ଓ ଲକ୍ଷ୍ମଣ ଦ୍ୱୈତ ଭୂମିକା ବହନ କରୁଛନ୍ତି।

ଦୁଇ କ୍ରିକେଟର୍ ସିଏସିର ସଦସ୍ୟ ହେବା ସହ ଆଇପିଏଲ୍ ଫ୍ରାଞ୍ଚାଇଜିର ମଧ୍ୟ ସଦସ୍ୟ ଅଛନ୍ତି। ତେବେ ସଚିନ ଓ ଲକ୍ଷ୍ମଣ କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ ମାମଲାକୁ ଖାରଜ କରିଛନ୍ତି ଏବଂ ବିସିସିଆଇ ଉପରେ ଅଭିଯୋଗ ଆଣିଛନ୍ତି ଯେ, ଏପର୍ଯ୍ୟନ୍ତ ସେମାନଙ୍କ ଭୂମିକା କ'ଣ କୁହାଯାଇନାହିଁ। ଏହି ମାମଲା କେବେ ସମାଧାନ ହେବ, ତାହାର ସୂଚନା ମିଳିନାହିଁ।

Related story