ଅବସର ପରେ ମ୍ୟାଚ୍‌ ! ପୁଣି ମୁହାଁମୁହିଁ ହେବେ ସଚିନ୍‌ ଓ ଲାରା

ନୂଆଦିଲ୍ଲୀ: ପୁଣି ଥରେ ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି ଦୁଇ କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକର ଓ ବ୍ରାଏନ ଲାରା। କ୍ରିକେଟରୁ ଅବସର ନେଇସାରିଥିବା ଏହି ଦୁଇ ମହାନ ଖେଳାଳିଙ୍କୁ ପଡିଆରେ ମ୍ୟାଚ୍‌ ଖେଳୁଥିବାର ଦୃଶ୍ୟ ପୁଣି ଥରେ ଦର୍ଶକ ଦେଖିବାକୁ ପାଇବେ। ତ୍ରିନିଦାଦ ଓ ଟୋବାଗୋ ଠାରେ ଲାରାଙ୍କ ନାଁରେ ତିଆରି ହୋଇଥିବା ବ୍ରାଏନ ଲାରା ଷ୍ଟାଡିୟମର ଉଦଘାଟନ ଅବସରରେ ଏହି ଦୁଇ କ୍ରିକେଟର ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବାକୁ ଯାଉଛନ୍ତି। ଏହି ଦୁଇ କ୍ରିକେଟର ଉଭୟ […]

SachinandLara_6

Rakesh Mallick
  • Published: Saturday, 13 May 2017
  • , Updated: 13 May 2017, 05:44 PM IST

ନୂଆଦିଲ୍ଲୀ: ପୁଣି ଥରେ ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି ଦୁଇ କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକର ଓ ବ୍ରାଏନ ଲାରା। କ୍ରିକେଟରୁ ଅବସର ନେଇସାରିଥିବା ଏହି ଦୁଇ ମହାନ ଖେଳାଳିଙ୍କୁ ପଡିଆରେ ମ୍ୟାଚ୍‌ ଖେଳୁଥିବାର ଦୃଶ୍ୟ ପୁଣି ଥରେ ଦର୍ଶକ ଦେଖିବାକୁ ପାଇବେ। ତ୍ରିନିଦାଦ ଓ ଟୋବାଗୋ ଠାରେ ଲାରାଙ୍କ ନାଁରେ ତିଆରି ହୋଇଥିବା ବ୍ରାଏନ ଲାରା ଷ୍ଟାଡିୟମର ଉଦଘାଟନ ଅବସରରେ ଏହି ଦୁଇ କ୍ରିକେଟର ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବାକୁ ଯାଉଛନ୍ତି।

ଏହି ଦୁଇ କ୍ରିକେଟର ଉଭୟ ଉଭୟଙ୍କ ବିପକ୍ଷରେ ମ୍ୟାଚ୍‌ ଖେଳିବେ। ଲାରା ଏକାଦଶ ଓ ତେନ୍ଦୁଲକର ଏକାଦଶ ମଧ୍ୟରେ ଏହି ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଦେଖିବାକୁ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଏକ ଅଦ୍ଭୁତପୂର୍ବ ଉତ୍ସାହ ଦେଖାଦେଇଛି। ଏହି ଦୁଇ ମହାନ କ୍ରିକେଟର ତାଙ୍କ ଜୀବନ କାଳ ଭିତରେ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି ଯାହାକୁ ଏପର୍ଯ୍ୟନ୍ତ କେହି ଭାଙ୍ଗି ପାରିନାହାନ୍ତି।

News Picture Courtesy – news nation

 

Related story